close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୋ ବସ୍ ସେବାରେ ଦୈନିକ ଯାତ୍ରୀ ସଂଖ୍ୟା ଲକ୍ଷେ ଟପିଲା

ଲକ୍ଷେ ଟପିଲା ମୋ ବସ ସେବାରେ ଦୈନିକ ଯାତ୍ରୀ ସଂଖ୍ୟା। ଗତକାଲି ଅର୍ଥାତ ୧୪ ଅକ୍ଟୋବର ୨୦୧୯ରେ ଏହି ମାଇଲଷ୍ଟୋନ ହାସଲ କରିଛି ମୋ ବସ୍।ଏହି ସେବା ଆରମ୍ଭ ହେବାର ବର୍ଷେ ନ ପୁରୁଣୁ ବଢିଛି ଯାତ୍ରୀ ସଂଖ୍ୟା ।  ଯାହା ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଏକ ବଡ ଉପଲବ୍ଧି ।

ମୋ ବସ୍ ସେବାରେ ଦୈନିକ ଯାତ୍ରୀ ସଂଖ୍ୟା ଲକ୍ଷେ ଟପିଲା
ମାଇଲଷ୍ଟୋନ ହାସଲ କଲା ମୋ ବସ୍

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଲକ୍ଷେ ଟପିଲା ମୋ ବସ ସେବାରେ ଦୈନିକ ଯାତ୍ରୀ ସଂଖ୍ୟା। ଗତକାଲି ଅର୍ଥାତ ୧୪ ଅକ୍ଟୋବର ୨୦୧୯ରେ ଏହି ମାଇଲଷ୍ଟୋନ ହାସଲ କରିଛି ମୋ ବସ୍।ଏହି ସେବା ଆରମ୍ଭ ହେବାର ବର୍ଷେ ନ ପୁରୁଣୁ ବଢିଛି ଯାତ୍ରୀ ସଂଖ୍ୟା ।  ଯାହା ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଏକ ବଡ ଉପଲବ୍ଧି ।

୬ ନଭେମ୍ବର ୨୦୧୮। ଭୁବନେଶ୍ୱରରେ ଏହି ସେବା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ରାଜଧାନୀବାସୀ ଏବଂ ରାଜଧାନୀକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସୁଲଭ ମୂଲ୍ୟ ଏବଂ ବେଶ ସୁବିଧାରେ ଗମନାଗମନ ବ୍ୟବସ୍ଥା କରିବା ଏହାର ଲକ୍ଷ୍ୟ ଥିଲା।ଆଉ ଏବେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ଲକ୍ଷେ ଟପିଛି।ସୋମବାର ଗୋଟିଏ ଦିନରେ ୧ ଲକ୍ଷ ୧ ହଜାର ୮୮୧ ଜଣ ଯାତ୍ରୀ ମୋ ବସ ବ୍ୟବହାର କରିଛନ୍ତି ।  ଏବେ ମୋ ବସ ଉପରେ ଯାତ୍ରୀ କେତେ ନିର୍ଭରଶୀଳ, ତାହା ଏହି ସଂଖ୍ୟା ହିଁ ସୂଚାଉଛି ।

ମୋ ବସ୍ ସେବା ଆରମ୍ଭ ହେବା ଦିନଠାରୁ ପ୍ରଥମ ଥର ପାଇଁ ଲକ୍ଷେ ଛୁଇଁଛି ଦୈନିକ ଯାତ୍ରୀ ସଂଖ୍ୟା।ଗତ ଅଗଷ୍ଟ ମାସରେ ଏହାର ଦୈନିକ ଯାତ୍ରୀ ସଂଖ୍ୟା ହାରାହାରି ୭୦ ହଜାର ରହିଥିଲା।ହେଲେ ନୂଆ ଟ୍ରଫିକ ନିୟମ ଆସିବା ପରେ ହଠାତ ମୋ ବସ ଆପଣେଇଥିଲେ ସାଧାରଣ ଜନତା।ଗତ ସେପ୍ଟେମ୍ବର ୬ରେ ମେ ବସରେ ଯାତ୍ରା କରିଥିଲେ ୯୭ହଜାର ଯାତ୍ରୀ।ସେହିପରି ସେପ୍ଟେମ୍ବର ୮ରେ ଏହି ସଂଖ୍ୟା ରହିଥିଲେ ୯୪ ହଜାର ।

ବାତ୍ୟା ଫନି ପରେ ମୋ ବସରେ ଯାତ୍ରୀ ସଂଖ୍ୟା ବେଶ ହ୍ରାସ ପାଇଥିଲା। ଦୈନିକ ୩୦ହଜାରରୁ ୩୫ହଜାର ଯାତ୍ରୀ ମୋ ବସ ଉପରେ ନିର୍ଭର କରୁଥିଲେ। ହେଲେ ଗତ ୩ ମାସ ଭିତରେ ସ୍ଥିତିରେ ସୁଧାର ଆସିଛି। ଖାଲି ସୁଧାର ଆସିନି, ରେକର୍ଡ ହୋଇଛି । 

ଗତ ମେ ମାସରେ ଦୈନିକ ୩୩ ହଜାର ଯାତ୍ରୀ ମୋ ବସ ଉପରେ ନିର୍ଭର କରୁଥିଲେ। ରାଜସ୍ୱ ଥିଲା ମାତ୍ର ୫ ଲକ୍ଷ ଟଙ୍କା।ହେଲେ ସେପ୍ଟେମ୍ବରରେ ଦୈନିକ ଯାତ୍ରୀ ସଂଖ୍ୟା ହାରାହାରି ୮୦ ହଜାର ଛୁଇଁଛି।ରାଜସ୍ୱ ୧୧.୬ ଲକ୍ଷରେ ପହଞ୍ଚିଛି। ଯାହାକି ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି ।