• ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I

ଟିକଟକ୍ ମାୟାରେ ବାୟା... ନାୟିକା,ଗାୟିକା ଓ ଉପସ୍ଥାପିକା

ସମସ୍ତଙ୍କୁ ଘାରିଛି ଟିକଟକ୍ ନିଶା

ଟିକଟକ୍ ମାୟାରେ ବାୟା... ନାୟିକା,ଗାୟିକା ଓ ଉପସ୍ଥାପିକା

ସୌଭାଗ୍ୟ ରଂଜନ ମିଶ୍ର, ଭୁବନେଶ୍ୱର: ଟିକଟକରେ ଭିଡିଓ କରିବା କେବଳ ସାଧାରଣରେ ସୀମିତ ନାହିଁ, ଷ୍ଟାରମାନେ ମଧ୍ୟ ଟିକଟକ୍ ମାୟାରେ ଏବେ ବାୟା ହୋଇଯାଇଛନ୍ତି । କର୍ମମୟ ଜୀବନରୁ ଟିକେ ଫୁରସତ୍ ମିଳିଲେ ଷ୍ଟାରମାନେ ଟିକଟକରେ ଭିଡିଓ କରିବାକୁ ଏବେ ପସନ୍ଦ କରୁଛନ୍ତି । ସେ ନାୟିକା ହୁଅନ୍ତୁ କି ଗାୟିକା, ଉପସ୍ଥାପିକା ହୁଅନ୍ତୁ କି ଅଭିନେତା ସମସ୍ତଙ୍କୁ ଏବେ ଘାରିଛି ଟିକଟକ୍ ନିଶା । ବଡ଼ ପରଦାରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏବେ ମୋବାଇଲ ଫୋନର ଛୋଟ ସ୍କ୍ରିନରେ ଅଭିନୟ କରିବାକୁ ପସନ୍ଦ କରୁଛନ୍ତି । ବଲିଉଡ଼ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଓଲିଉଡ ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏବେ ଟିକଟକ ମାୟାରେ ବାୟା ।

https://www.tiktok.com/@rayelinasamantara/video/6635105265941220614?u_co...×tamp=1572353112&utm_source=copy&utm_campaign=client_share&utm_medium=android&share_app_name=musically&share_iid=6752225558337750785&enter_from=h5_m

ଟିକଟକରେ କେବେ ଅଭିନୟ ତ ଆଉକେବେ ଡାଇଲଗକୁ କପି କରି ସମସ୍ତେ ବନାଉଛନ୍ତି ଆକର୍ଷଣୀୟ ଭିଡିଓ । ନିଜ ପ୍ରିୟ ଷ୍ଟାରଙ୍କ ମଜେଦାର ଭିଡିଓ ଦେଖିବାପାଇଁ ଦର୍ଶକ ମଧ୍ୟ ଫଲୋ କରିବାରେ ଲାଗିଛନ୍ତି ଷ୍ଟାରଙ୍କ ଆକାଉଣ୍ଟକୁ । ଅଭିନେତ୍ରୀ ରିୟା ଦେ , ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏଲିନା ସାମନ୍ତରାୟ, ଏଲି ପାଢି, ଅନନ୍ୟା ମହାନ୍ତିଙ୍କ ସମେତ ଆହୁରୀ ଅନେକ ନାୟିକାଙ୍କର ଅଛି ଟିକଟକ୍ କ୍ରେଜ୍ । କେବଳ ନାୟିକା ନୁହଁନ୍ତି ଗାୟିକା ଓ ଉପସ୍ଥାପିକାମାନେ ମଧ୍ୟ ଟିକଟକ ମୋହରେ ପଡ଼ିଯାଇଛନ୍ତି । ଆଉ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଟିକଟକରେ ଭିଡିଓ ବନାଇବାରେ ସବୁଠୁ ଆଗରେ । କେବେ ଏକା ଏକା ତ ଆଉ କେବେ ସାଥୀ କଳାକାରଙ୍କ ସହ ଟିକଟକ୍ ଭିଡିଓ ବନାଇ ନିଜ ଷ୍ଟାଟସରେ ରଖିବାକୁ ଭଲପାଆନ୍ତି ସେ । ଏହାସହ ଉପସ୍ଥାପିକା ପ୍ରେରଣା ପ୍ରତିକ୍ଷାଙ୍କୁ ମଧ୍ୟ ଭିନ୍ନଭିନ୍ନ ଶୈଳିରେ ଦେଖିବାକୁ ମିଳେ ଟିକଟକ୍ ଭିଡିଓରେ । କେବେ ନିଜ ସାଙ୍ଗସାଥୀଙ୍କ ସହ ତ ଆଉକେବେ ବ୍ୟାକ ଷ୍ଟେଜରେ ସହ କଳାକାରଙ୍କ ସହ ସେ ବନାନ୍ତି ଭିଡିଓ ।

 

https://www.tiktok.com/@architasahuofficial/video/6748723746124729602?u_...×tamp=1572352916&utm_source=copy&utm_campaign=client_share&utm_medium=android&share_app_name=musically&share_iid=6752225558337750785&enter_from=h5_m