ଆରପାରିରେ ଅଭିନେତା ଇରଫାନ ଖାନ୍
Advertisement
Article Detail0/zeeodisha/odisha674135

ଆରପାରିରେ ଅଭିନେତା ଇରଫାନ ଖାନ୍

 ଆମ ସମୟର ଅସାଧାରଣ ଅଭିନେତାଙ୍କ ମଧ୍ୟରୁ ଜଣେ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଫାଇଲ ଫଟୋ
ଫାଇଲ ଫଟୋ

ମୁମ୍ବାଇ: ଚଳଚିତ୍ର ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାଁନ୍ତି ବଲିଉଡ଼ ଅଭିନେତା ଇରଫାନ୍ ଖାନ୍ । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ମଳଦ୍ୱାରରେ ସଂକ୍ରମଣ ଯୋଗୁ ସେ ବେଶ କିଛି ଦିନ ହେଲା ଅସୁସ୍ଥ ଥିଲେ । ୨୦୧୮ରେ ସେ ଲଣ୍ଡନ ଯାଇ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମରର ଚିକିତ୍ସା କରାଇଥିଲେ । ତେବେ ତାଙ୍କ ମୃତ୍ୟୁ ବଲିଉଡ ଜଗତ ପାଇଁ ବହୁତ ବଡ଼ କ୍ଷତି । ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । 

ଇରଫାନ ଖାନଙ୍କ ମୃତ୍ୟୁକୁ ନେଇ ବଲିଉଡ ନିର୍ଦ୍ଦେଶକ ଏବଂ ପ୍ରୟୋଜକ ସୁଜୀତ ସରକାର ଟ୍ୱିଟ କରିଛନ୍ତି । ମୋର ପ୍ରିୟ ବନ୍ଧୁ ଇରଫାନ, ଆପଣ ଲଢ଼ିଲେ, ଲଢ଼ିଲେ ଆଉ ଲଢ଼ିଲେ । ଆପଣଙ୍କୁ ନେଇ ମୁଁ ସବୁବେଳେ ଗର୍ବିତ ଅନୁଭବ କରିବି । ଆମେ ପୁଣି ଦେଖାହେବା । ଶେଷରେ ଇରଫାନ ଖାନଙ୍କୁ ସାଲ୍ୟୁଟ ବୋଲି ସେ କହିଛନ୍ତି । 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏ ଖବର ଜାଣିବା ପରେ ଶୋକବ୍ୟକ୍ତ କରିଛନ୍ତି । ଇରଫାନଙ୍କ କାମ ସବୁବେଳେ ମନେରହିବ ବୋଲି କହିଛନ୍ତି କେଜ୍ରିୱାଲ । ଆମ ସମୟରେ ଇରଫାନ ସବୁଠୁ ଅସାଧାରଣ ଅଭିନେତାଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

ଏଠାରେ କହିରଖୁଛୁ, ଗତ କିଛିଦିନ ପୂର୍ବରୁ ଇରଫାନ ଖାନଙ୍କ ମା' ସଈଦ ବେଗମଙ୍କ ମୃତ୍ୟୁ ହୋଇଥିଲା । ତେବେ ଲକଡାଉନ୍ ଯୋଗୁ ମୁମ୍ବାଇରେ ଥିବା ଇରଫାନ ଜୟପୁର ଯାଇପାରିନଥିଲେ । ଭିଡ଼ିଓ କଲ ମାଧ୍ୟମରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ଅନ୍ୟପଟେ ଗତ ମଙ୍ଗଳବାରଠାରୁ ଇରଫାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବେଶି ବିଗିଡ଼ିଥିଲା । ତାଙ୍କୁ ଆଇସିୟୁରେ ରଖାଯାଇଥିଲା । 

;