ଅଧୀର ରଂଜନଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଲୋକସଭାରେ ବିଜେପି ସାଂସଦ ପୁନମ ମହାଜନଙ୍କ ଯବାବ । ସୋମବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ ଅଧୀର ରଂଜନ 

ଅଧୀର ରଂଜନଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା
file photo

ପ୍ରକାଶ ରଞ୍ଜନ ପରିଡ଼ା, ଭୁବନେଶ୍ୱର: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଲୋକସଭାରେ ବିଜେପି ସାଂସଦ ପୁନମ ମହାଜନଙ୍କ ଯବାବ । ସୋମବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ ଅଧୀର ରଂଜନ । ବୟାନକୁ ନିନ୍ଦା କରିବା ସହ ଅଧୀର ଦେଶର ମହିଳାମାନଙ୍କ ଉନ୍ନତି ଦେଖିବାକୁ ଚାହୁଁ ନାହାଁନ୍ତି ବୋଲି କହିଛନ୍ତି ପୁନମ । ଏହା ସହିତ ଅଧୀର ରଂଜନ କେବଳ ଗୋଟିଏ ପରିବାରର ମହିଳାଙ୍କୁ ସମ୍ମାନ ଦେବା ଜାଣନ୍ତି ବୋଲି କହି ଆକ୍ଷେପ କରିଛନ୍ତି । ଲୋକସଭାରେ ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା ସୀତାରମଣ କୁହାଯିବା ଉଚିତ ବୋଲି ଅଧୀର କହି ବିବାଦକୁ ଆସିଥିଲେ । ଏହାସହିତ ଅଧୀର ରଂଜନ କେବଳ ଗୋଟିଏ ପରିବାରର ମହିଳାଙ୍କୁ ସମ୍ମାନ ଦେବା ଜାଣନ୍ତି ବୋଲି କହି ଆକ୍ଷେପ କରିଥିଲେ ।  ବୟାନ ପାଇଁ ନିସର୍ତ୍ତରେ ଅଧୀର ରଂଜନ କ୍ଷମା ମାଗିବାକୁ ବିଜେପି ଦାବି କରିଛି । ଅଧୀର ରଂଜନଙ୍କ ବିବାଦୀୟ ବୟାନକୁ ନେଇ ମଙ୍ଗଳବାର ଲୋକସଭାରେ ହଙ୍ଗାମା ହୋଇଛି ।

ବିବାଦୀୟ ବୟାନ ଦେବା ପରେ ନିର୍ମଳା ସୀତା ରଣଣ ମଧ୍ୟ ଅଧୀରଙ୍କୁ ସୋମବାର ପାଲଟା ଜବାବ ଦେଇଥିଲେ । ସରକାରଙ୍କ ଯୋଜନା ଉପରେ କରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ସମୟରେ ନିର୍ମଳା ଅଧୀରଙ୍କୁ ଟାର୍ଗେଟ କରିଥିଲେ । ସରକାରଙ୍କ ଯୋଜନା ଗୁଡ଼ିକ ସମସ୍ତ ଦେଶବାସୀଙ୍କ ପାଇଁ ପ୍ରଣୟନ ହୋଇଛି । କୌଣସି ବ୍ୟକ୍ତିଙ୍କ ଜିଜା କିମ୍ବା ଜ୍ୱାଇଁଙ୍କ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁନାହାଁନ୍ତି ବୋଲି ନିର୍ମଳା କହିଥିଲେ । ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁପ୍ରବେଶକାରୀ ବୋଲି କହି ବିବାଦକୁ ଆସିଥିଲେ ଅଧୀକ ରଂଜନ । ସଂସଦରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଥିବା କଂଗ୍ରେସ ନେତାଙ୍କ ପାଇଁ ଅନ୍ୟ କୌଣସି କାମ ନାହିଁ ବୋଲି ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି ।