ବନ୍ଦ ହୋଇଯିବ ଏହି ବ୍ୟାଙ୍କ, ଅତି ଶୀଘ୍ର ବାହାର କରି ନିଅନ୍ତୁ ନିଜ ଜମା ଟଙ୍କା
ଆରବିଆଇ ଏକ ନୋଟିଫିକେସନ ଜାରି କରି କହିଛି ଯେ ଆଦିତ୍ୟ ବିଡ଼ଲା ଆଇଡିଆ ପେମେଣ୍ଟସ୍ ଲିମିଟେଡ ବ୍ୟାଙ୍କ ନିଜ ଇଚ୍ଛାରେ ଲିକ୍ୟୁଡେଟ କରିବାର ଆବେଦନ କରିଥିଲା । ଯାହା ଉପରେ ମୁମ୍ୱାଇ ହାଇକୋର୍ଟ ୨୦୧୯ ସେପ୍ଟେମ୍ୱର ୧୮ରେ ଆଦେଶ ଜାରି କରିଦେଇଛି ।
Trending Photos

ନୂଆଦିଲ୍ଲୀ: ଆଦିତ୍ୟ ବିଡ଼ଲା ଆଇଡିଆ ପେମେଣ୍ଟସ୍ ଲିମିଡିଟେଡ(ABIPBL) ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଅନୁସାରେ କମ୍ପାନୀ ନିଜ ଇଚ୍ଛାରେ ବ୍ୟବସାୟ ବନ୍ଦ କରିବା ପାଇଁ ଆବେଦନ କରିଥିଲା । ଯାହାକୁ ଆରବିଆଇ ସ୍ୱୀକାର କରି ନେଇଛି । ୨୦୧୮ ଫେବୃଆରୀରେ ABIPBL ବ୍ୟାଙ୍କ ନିଜ ବ୍ୟବସାୟ ଆରମ୍ଭ କରିଥିଲା । ବର୍ତ୍ତମାନ ବ୍ୟାଙ୍କ ନିଜର ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ନେଇଛି ।
ଆରବିଆଇ ଏକ ନୋଟିଫିକେସନ ଜାରି କରି କହିଛି ଯେ ଆଦିତ୍ୟ ବିଡ଼ଲା ଆଇଡିଆ ପେମେଣ୍ଟସ୍ ଲିମିଟେଡ ବ୍ୟାଙ୍କ ନିଜ ଇଚ୍ଛାରେ ଲିକ୍ୟୁଡେଟ କରିବାର ଆବେଦନ କରିଥିଲା । ଯାହା ଉପରେ ମୁମ୍ୱାଇ ହାଇକୋର୍ଟ ୨୦୧୯ ସେପ୍ଟେମ୍ୱର ୧୮ରେ ଆଦେଶ ଜାରି କରିଦେଇଛି ।
କୋର୍ଟ ଡେଲାଉଟ ତାଉଚେ ତୋମସ୍ତୁ ଇଣ୍ଡିଆ(ଏଲଏଲପି)ର ବରିଷ୍ଠ ନିର୍ଦ୍ଦେଶକ ବିଜୟକୁମାର ବି ଅୟ୍ୟରଙ୍କୁ ଏହା ପାଇଁ ଲିକ୍ୟୁଡେଟର ନିଯୁକ୍ତ କରିଛି । ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ, ଚଳିତ ବର୍ଷ ଜୁଲାଇର ଆରମ୍ଭରେ ଆଦିତ୍ୟ ବିଡ଼ଲା ଆଇଡିଆ ପେମେଣ୍ଟସ୍ ବ୍ୟାଙ୍କ ନିଜ ବ୍ୟବସାୟ ବନ୍ଦ କରିବାର ଘୋଷଣା କରିଥିଲା ।
ଯଦି ଆପଣଙ୍କ ଟଙ୍କା ଏହି ବ୍ୟାଙ୍କରେ ରହିଛି । ତେବେ ଆପଣ ନିଜ ଏକାଉଣ୍ଟକୁ ଟ୍ରାନ୍ସଫର କରାଇ ପାରିବେ । ଏହି ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ମୂତାବକ,. ଆଦିତ୍ୟ ବିଡ଼ଲା ପେମେଣ୍ଟ ବ୍ୟାଙ୍କର ବ୍ୟବସାୟ ବନ୍ଦ କରିବାର ପ୍ରକ୍ରିୟା ଅନ୍ତର୍ଗତ ଜୁଲାଇ ଚଳିତ ବର୍ଷ ୨୬ରେ ଟଙ୍କା ରଖିବା ବା ଜମା କରିବାର ଅପ୍ଶନକୁ ବନ୍ଦ କରି ଦିଆଯାଇଥିଲା । ଏହାସହ ଗ୍ରାହକ ଅନଲାଇନ ମୋବାଇଲ ବ୍ୟାଙ୍କିଂ/ ନିକଟମତ ବ୍ୟାଙ୍କିଂ ପଏଣ୍ଟ ଓ ଅନଲାଇନ ମାଧ୍ୟମରେ ବ୍ୟାଙ୍କରେ ଜମା ଥିବା ରାଶିକୁ ଏକାଉଣ୍ଟରେ ଟ୍ରାନ୍ସଫର କରି ପାରିବେ । ଏହା ବ୍ୟତୀତ ହେଲ୍ପ ଲାଇନ ନମ୍ୱର ୧୮୦୦୨୦୯୨୨୬୫ ବା vcare4u@adityabirla.bankରେ ମେଲ ମାଧ୍ୟମରେ ସାହାଯ୍ୟ ନେଇ ପାରିବେ ।
More Stories