ଆଦିତ୍ୟଙ୍କୁ ମିଳିଲା ଆଉ ଏକ ବଡ ଦାୟିତ୍ୱ
Advertisement

ଆଦିତ୍ୟଙ୍କୁ ମିଳିଲା ଆଉ ଏକ ବଡ ଦାୟିତ୍ୱ

ନିକଟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଅ ଆଦିତ୍ୟଙ୍କୁ କ୍ୟାବିନେଟ ପାହ୍ୟା ଦେଇଥିଲେ। ଏହା ସହିତ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ଅର୍ଥ ବିଭାଗ ମିଳିଥିଲା। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ଏନସିପି ନେତା ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗକୁ ମଧ୍ୟ ହାତେଇଥିଲେ। ତେବେ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିସ୍ତାରକୁ ଦିନ କେତେଟା ନ ବିତୁଣୁ ଅନେକ ମନ୍ତ୍ରୀମାନଙ୍କୁ ଆହୁରି ଗୁରୁତ୍ତ୍ୱ ପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। 

ଆଦିତ୍ୟଙ୍କୁ ମିଳିଲା ଆଉ ଏକ ବଡ ଦାୟିତ୍ୱ

ମୁମ୍ବାଇ: ନିକଟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଅ ଆଦିତ୍ୟଙ୍କୁ କ୍ୟାବିନେଟ ପାହ୍ୟା ଦେଇଥିଲେ। ଏହା ସହିତ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ଅର୍ଥ ବିଭାଗ ମିଳିଥିଲା। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ଏନସିପି ନେତା ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗକୁ ମଧ୍ୟ ହାତେଇଥିଲେ। ତେବେ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିସ୍ତାରକୁ ଦିନ କେତେଟା ନ ବିତୁଣୁ ଅନେକ ମନ୍ତ୍ରୀମାନଙ୍କୁ ଆହୁରି ଗୁରୁତ୍ତ୍ୱ ପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। 

ନିକଟରେ ସମ୍ପ୍ରସାରଣ ପରେ ମନ୍ତ୍ରୀମାନଙ୍କୁ ଗାର୍ଡିଆନ ଅଫ ମିନିଷ୍ଟରର ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱକୁ ମନ୍ତ୍ରୀମାନଙ୍କୁ ହସ୍ତାନ୍ତର କରିଛନ୍ତି। ଏହି କ୍ରମରେ ଆଦିତ୍ୟ ଠାକରେଙ୍କୁ ମୁମ୍ବାଇ ଉପନଗର ପାଇଁ ଗାର୍ଡିଆନ ଦାୟିତ୍ୱ ମିଳିଛି। ସେହିପରି ଅଜିତ ପାଓ୍ୱାରଙ୍କୁ ପୁନେର ଦାୟିତ୍ୱ ମିଳିଛି। ଅସଲମ ସେଖଙ୍କୁ ମୁମ୍ବାଇ ସହର ଦାୟିତ୍ୱ ମିଳିଥିବା ବେଳେ ଏକନାଥ ସିନ୍ଦେଙ୍କୁ ଥାନେ ଓ ଗଡଚିରୋଲି, ଆଦିତି ତଟକରେଙ୍କୁ ରାୟଗଡ଼ ଅନୀଲ ପରବଙ୍କୁ ରତ୍ନଗିରି, ଉଦୟ ସାମନ୍ତଙ୍କୁ ସିନ୍ଧୁଦୁର୍ଗ, ଦାଦାଜୀ ଭୁସେଙ୍କୁ ପାଲଘର, ଛଗନ ଭୁଜବଳଙ୍କୁ ନାସିକ, ଅବ୍ଦୁଲ ସତ୍ତାରଙ୍କୁ ଧୁଲେ ଅଞ୍ଚଳର ଦାୟିତ୍ୱ ମିଳିଛି। 

ସେହିପରି ଧନଞ୍ଜୟ ମୁଣ୍ଡେଙ୍କୁ ବିଡ଼, ଅଶୋକ ଚହ୍ୱାଣଙ୍କୁ ନାନ୍ଦେଡ଼, ଶଙ୍କରରାଓ ଗଡ଼ାଖଙ୍କୁ ଉସମାନାବାଦ, ଅମିତ ଦେଶମୁଖଙ୍କୁ ଲାତୁରର ଦାୟିତ୍ୱ ମିଳିଛି।