ଆଫଗାନିସ୍ତାନରେ ଛାତିଥରା ଘଟଣା, ୨୧ ମୃତ

ଗୁରୁଦ୍ୱାର ଉପରେ ଆତଙ୍କୀ ଆକ୍ରମଣ

ଆଫଗାନିସ୍ତାନରେ ଛାତିଥରା ଘଟଣା, ୨୧ ମୃତ

ଇସଲାମାବାଦ: କୋରୋନା ବିପକ୍ଷରେ ବର୍ତ୍ତମାନ ତମାମ ବିଶ୍ୱ ଲଢେଇ କରୁଛି। ଏହି ସମୟରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର କାବୁଲଠାରେ ଥିବା ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଖବର ବର୍ତ୍ତମାନ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଆକ୍ରମଣରେ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଆଫଗାନିସ୍ତାନର ଏକ ଗଣମାଧ୍ୟମ ସୂଚନା ମୁତାବକ ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଆତଙ୍କୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାର କେନ୍ଦ୍ର ମନ୍ଦ୍ରୀ ହରଦୀପ ସିଂହ ପୁରୀ ନିନ୍ଦା କରିଛନ୍ତି। 

ଖବର ସରବରାହ ସଂସ୍ଥା ଏଏନଆଇ କହିଛି ଯେ, କିଛି ବନ୍ଧୁକଧାରୀ ଯୁବକ ସକାଳ ପ୍ରାୟ ୭।୪୫ ମିନିଟ ସମୟରେ ଶୋର ବଜାରସ୍ଥିତ ଗୁରୁଦ୍ୱାରରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ଜବାବ ଦେଇଥିଲେ। ଘଟଣାସ୍ଥଳରେ ୪ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା। 

ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ଛାନଭିନ ଚଳାଇଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି କି, କାବୁଲରେ ହୋଇଥିବା ଏହି ଆତଙ୍କବାଦ ଆକ୍ରମଣପାଇଁ ନିନ୍ଦା କରୁଛି। ବର୍ତ୍ତମାନ କୋରୋନା ସହିତ ଦେଶ ଲଢୁଥିବା ବେଳେ ଏଭଳି ଘୃଣ୍ୟ କାର୍ଯ୍ୟ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ହତ୍ୟା ଅତ୍ୟାଚାର ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ମନେପକାଇ ଦେଉଛି। କିଛି ରାଷ୍ଟ୍ରରେ ଅଳ୍ପସଂଖ୍ୟକଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଥାଏ ଏବଂ ସେମାନଙ୍କ ଜୀବନ ଓ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେବାର ସମୟ ଆସିଛି ବୋଲି ସେ କହିଥିଲେ।