ଦୀର୍ଘ ୭୦ ବର୍ଷର ଅପେକ୍ଷା ପରେ ଉଦଘାଟନ ହେବ କର୍ତ୍ତାରପୁର କରିଡର
Advertisement

ଦୀର୍ଘ ୭୦ ବର୍ଷର ଅପେକ୍ଷା ପରେ ଉଦଘାଟନ ହେବ କର୍ତ୍ତାରପୁର କରିଡର

ଭାରତ ପାଇଁ ଆସନ୍ତା ୮ ନଭେମ୍ବରରେ କର୍ତ୍ତାରପୁର କରିଡରର ଉଦଘାଟନ ହେବାକୁ ଯାଉଥିବାବେଳେ ଆସନ୍ତା ୯ ନଭେମ୍ବରରେ ପାକିସ୍ତାନ ପକ୍ଷରୁ କରିଡରର ଉଦଘାଟନ ହେବ

ଦୀର୍ଘ ୭୦ ବର୍ଷର ଅପେକ୍ଷା ପରେ ଉଦଘାଟନ ହେବ କର୍ତ୍ତାରପୁର କରିଡର

ଶେଷ ହେବାକୁ ଯାଉଛି ୭୦ ବର୍ଷର ଅପେକ୍ଷା । ଭାରତ ପାଇଁ ଆସନ୍ତା ୮ ନଭେମ୍ବରରେ କର୍ତ୍ତାରପୁର କରିଡରର ଉଦଘାଟନ ହେବାକୁ ଯାଉଥିବାବେଳେ ଆସନ୍ତା ୯ ନଭେମ୍ବରରେ ପାକିସ୍ତାନ ପକ୍ଷରୁ କରିଡରର ଉଦଘାଟନ ହେବ । କର୍ତ୍ତାରପୁର କରିଡର ପାଇଁ ଭାରତୀୟ ଶ୍ରଦ୍ଧାଳୁଙ୍କ ଉପରେ ୧୪ ଶହ ଟଙ୍କାର ଫି ଧାର୍ଯ୍ୟ କରିଛି ପାକିସ୍ତାନ । ଆତଙ୍କବାଦ ପ୍ରସଙ୍ଗରେ ସାରା ଦୁନିଆରୁ ଅପମାନିତ ହେବା ପରେ ପାକିସ୍ତାନ ଏବେ କର୍ତ୍ତାରପୁର କରିଡର ବାହାନାରେ ଭାରତ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ଚେଷ୍ଟା କରୁଛି । କରିଡରର ଉଦଘାଟନ ପୂର୍ବରୁ ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଖଲିସ୍ତାନୀ ଆତଙ୍କବାଦୀ ଗୋପାଳ ଚାୱାଲା ସହ ପ୍ରେସ କନଫରେନ୍ସ କରିବା ସହ ଉଦଘାଟନୀ କାର୍ଯ୍ୟକ୍ରମକୁ ଖଲିସ୍ତାନୀଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ନନକାନ ସାହିବର ଲୋକମାନଙ୍କୁ ଖଲିସ୍ତାନୀଙ୍କୁ ସ୍ୱାଗତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ରସିଦ ।

କର୍ତ୍ତାରପୁର କରିଡରକୁ ନେଇ ପୂର୍ବରୁ ମଧ୍ୟ ଶେଖ ରସିଦ ନିଜର ଖଲିସ୍ତାନୀ ପ୍ରେମର ସଂଙ୍କେତ ଦେଇସାରିଥିଲେ । ଏହା ସହିତ କର୍ତ୍ତାରପୁର କରିଡରର ନାମ ପରିବର୍ତ୍ତନ କରି ଖଲିସ୍ତାନ ଷ୍ଟେସନ କରିବାକୁ ଦାବି କରିଥିଲେ ରସିଦ । ସେପଟେ ପାକିସ୍ତାନ ରେଳମନ୍ତ୍ରୀଙ୍କ ବୟାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଅଧ୍ୟକ୍ଷ । କର୍ତ୍ତାରପୁର କରିଡରର ଉଦଘାଟନ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଅବସରରେ ହେବାକୁ ଯାଉଛି । ଭାରତରେ କରିଡରର ଉଦଘାଟନ ୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି କରିବାକୁ ଯାଉଥିବାବେଳେ ପାକିସ୍ତାନ ୯ ନଭେମ୍ବରରେ ଉଦଘାଟନ କରିବ । ଭାରତ ପକ୍ଷରୁ ନିର୍ମାଣ ଚାଲିଥିବା ରାସ୍ତା କାମକୁ ଆସନ୍ତା ୩୧ ଅକ୍ଟୋବର ସୁଦ୍ଧା ଶେଷ  କରିବାକୁ ଲକ୍ଷ୍ୟ ରଖାଯାଇଛି । କାଶ୍ମୀରରେ ଆତଙ୍କର ଆଡ୍ଡା ଭାଙ୍ଗିଯିବା ପରେ ଏବେ ପାକିସ୍ତାନ ନୂଆ ବାହାନା ଖୋଜୁଛି ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେବା ପାଇଁ । କର୍ତ୍ତାରପୁରକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ନିମନ୍ତ୍ରଣ କରି ଆତଙ୍କବାଦୀ ପ୍ରେମର ପ୍ରଚାର କରିଛି ପାକ୍