close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହାୱଡ଼ି ମୋଦି ପରେ ‘ସ୍ୱାୱସଦି ପିଏମ ମୋଦି’, ମୋଦିଙ୍କ ଅନ୍ଦାଜରେ କମ୍ପିଲା ବିରାଟ ଜନସମୁଦ୍ର

ପୁଣି ସାରାଦେଶରେ ଛାଇଗଲା ମୋଦିଙ୍କ ନୂଆ ଅନ୍ଦାଜ

ହାୱଡ଼ି ମୋଦି ପରେ ‘ସ୍ୱାୱସଦି ପିଏମ ମୋଦି’, ମୋଦିଙ୍କ ଅନ୍ଦାଜରେ କମ୍ପିଲା ବିରାଟ ଜନସମୁଦ୍ର
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟାଙ୍କକ୍ ଠାରେ ଥାଇଲ୍ୟାଣ୍ଡରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଛନ୍ତି ପିଏମ ମୋଦି । ବ୍ୟାଙ୍କକର ନିମିବୁତ୍ର ଷ୍ଟାଡିୟମରେ ମୋଦି ପ୍ରଥମେ ଛଟ ପୂଜା ଉପଲକ୍ଷେ ଶୁଭକାମନା ଜଣାଇବା ସହ, ନୂଆ ଭାରତ ଗଠନ ବିଷୟରେ କହିଛନ୍ତି । ଏଥି ସହ ଥାଇଲାଣ୍ଡ ସହ ପୁରୁଣା ସମ୍ପର୍କୁ ମଧ୍ୟ ମନେ ପକାଇଛନ୍ତି ।

ହାୱଡ଼ି ମୋଦି ପରେ ‘ସ୍ୱାୱସଦି ପିଏମ ମୋଦି’।  ମୋଦିଙ୍କ ଅନ୍ଦାଜରେ କମ୍ପିଲା ବିରାଟ ଜନସମୁଦ୍ର । ପୁଣି ସାରାଦେଶରେ ଛାଇଗଲା ମୋଦିଙ୍କ ନୂଆ ଅନ୍ଦାଜ । ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ଯାଇ ବ୍ୟାଙ୍କକର ନିମିବୁତ୍ର ଷ୍ଟାଡିୟମରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଥି ସହ ଥାଇଲାଣ୍ଡ ସହ ପୁରୁଣ ସମ୍ପର୍କକୁ ମଧ୍ୟ ମନେ ପକାଇଛନ୍ତି । 'ଥାଇଲାଣ୍ଡ ଜମ୍ମୁ ଦ୍ୱୀପ୍ ସର ଯୋଡ଼ିହେବା ହଜାର ବର୍ଷ ପୁରୁଣା' । ଆମର ନାବିକ ହଜାର ମିଲ୍ ଜଳରାଶି ପାରିକରି ସେତୁ ବନାଇଛନ୍ତି । ଯେଉଁ ସେତୁ ବନାଇଛନ୍ତି ତାହା ଆଜି ବି ବିଦ୍ୟମାନ । କୋଟି କୋଟି ଭାରତୀୟଙ୍କ ଜୀବନ ରାମାୟଣରେ ପ୍ରେରିତ ବୋଲି କହିଛନ୍ତି ।

ଦେଶର ୧୩୦କୋଟି ଜନତା ନୂଆ ଭାରତ ଗଠନରେ ଲାଗି ପଡିଛନ୍ତି । ଯାହା ଆଗାମୀ ଦିନରେ ପ୍ରତିଫଳିତ ହେବାକୁ ଯାଉଛି । ଏବଂ ନୂଆ ଭାରତ ଗଠନରେ ସରକାର ସବୁବେଳେ ପ୍ରଚେଷ୍ଠା ଚଳାଇଛନ୍ତି ବୋଲି ସାୱସଦି କାର୍ଯ୍ୟକ୍ରମରେ କହିଛନ୍ତି ପିଏମ ମୋଦି ।

ଏଥି ସହିତ ବ୍ୟାଙ୍କକରେ ଆୟୋଜିତ କାର୍ଯ୍ୟକ୍ରମରେ ଛଟ୍ ପର୍ବର ଶୁଭକାମନା ମଧ୍ୟ ଜଣାଇଥିଲେ ମୋଦି । ଆଉ କହିଥିଲେ କେବେବି ଭାବନ୍ତୁ ନାହିଁ ମୁଁ ବିଦେଶ ମାଟିରେ ଅଛି ବୋଲି । ଆମର ନାବିକ ହଜାର ମିଲ୍ ଜଳରାଶି ପାରିକରି ସେତୁ ବନାଇଛନ୍ତି ଓ କୋଟି କୋଟି ଭାରତୀୟଙ୍କ ଜୀବନ ରାମାୟଣରେ ପ୍ରେରିତ ।