ଏକ ମନ୍ଦିର ପରିସରରେ ଥିବା ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।
Trending Photos
ଲକ୍ଷ୍ନୌ: ମହାରାଷ୍ଟ୍ର ପାଲଘର ଘଟଣାକୁ ଦିନ କେଇଟା ପୁରିନି । ହେଲେ ଏହାରି ଭିତରେ ଉତ୍ତର ପ୍ରଦେଶ ବୁଲନ୍ଦଶହରରୁ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ୨ ସାଧୁଙ୍କୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏକ ମନ୍ଦିର ପରିସରରେ ଥିବା ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନୁପଶହର ଅନ୍ତର୍ଗତ କୋତୱାଲୀର ପଗୋନା ଗାଁରେ ଘଟିଛି ଏହି ଘଟଣା । ପୋଲିସ ଏହି ଘଟଣାରେ ଗାଁର ଜଣେ ଯୁବକଙ୍କୁ ନିଜ ହେପାଜତକୁ ନେଇଛି ।
ଯାହା ସୂଚନା ମିଳିଛି, ଗତକାଲି କୌଣସି ଏକ ମାମଲାକୁ ନେଇ ଉକ୍ତ ଯୁବକ ଏବଂ ସାଧୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେଣୁ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ବୁଲନ୍ଦଶହର ଏସଏସପି ସମେତ ବହୁ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ହେପାଜତକୁ ନିଆଯାଇଥିବା ଯୁବକ ମୁରାରୀର ସମ୍ପୃକ୍ତି ଜଣାପଡ଼ୁଛି ।
#WATCH The accused has been arrested. As per initial probe, it has been found that few days back,he had taken away a belonging (chimta) of priests after which they had scolded him. Following which,he murdered 2 priests today. Probe underway: Santosh Kumar Singh, SSP Bulandshahr pic.twitter.com/bKABSj7Ffa
— ANI UP (@ANINewsUP) April 28, 2020
ବୁଲନ୍ଦଶହର ପୋଲିସର ସୂଚନା ମୁତାବକ, ପୋଲିସ ହେପାଜତରେ ଥିବା ଯୁବକ ଦୀର୍ଘଦିନ ହେଲା ଭାଙ୍ଗ ନିଶାରେ ଅଭ୍ୟସ୍ତ ଥିଲା । ୨ ଦିନ ପୂର୍ବରୁ ସାଧୁଙ୍କ ପାଖରୁ କିଛି ଜିନିଷ ଚୋରି କରିଥିବା ଅଭିଯୋଗ ମଧ୍ୟ ତା ନାଁରେ ଉଠିଥିଲା । ଯାହାକୁ ନେଇ ସାଧୁ ଏବଂ ଉକ୍ତ ଯୁବକ ମଧ୍ୟରେ ଗତକାଲି ପାଟିତୁଣ୍ଡ ହୋଇଥିଲା । ଏପରିକି ଉଭୟ ସାଧୁଙ୍କୁ ହତ୍ୟାର ଧମକ ମଧ୍ୟ ଅଭିଯୁକ୍ତ ଦେଇଥିଲା ବୋଲି କୁହାଯାଉଛି ।