Advertisement
Article Detail0/zeeodisha/odisha692777
Zee OdishaOther Newsଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ କରିବେ କୋଭିଡ19 ପରୀକ୍ଷା

ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ କରିବେ କୋଭିଡ19 ପରୀକ୍ଷା

ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ ଜୁନ ୯ ତାରିଖ ମଙ୍ଗଳବାର କୋଭିଡ19 ପରୀକ୍ଷା କରିବେ |

ଜ୍ୱର ଏବଂ ଗଳା ଯନ୍ତ୍ରଣା ପରେ ସିଏମ କେଜ୍ରିୱାଲ କରିବେ କୋଭିଡ19 ପରୀକ୍ଷା

ନୂଆଦିଲ୍ଲୀ: ଜ୍ୱର ଏବଂ ଗଳା ଯନ୍ତ୍ରଣା ଅନୁଭବ କରିବା ଜୁନ ୯ ତାରିଖ ମଙ୍ଗଳବାର କୋଭିଡ19 ପରୀକ୍ଷା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଗତ ରବିବାର ଠାରୁ ଜ୍ୱରରେ ପୀଡିତ ଅଛନ୍ତି ସେ | ଆମ ଆଦମୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜାଣିବା ପରେ ସେ କୋରୋନା ପରୀକ୍ଷା କରିବେ |  

ବର୍ତ୍ତମାନ ନିଜକୁ ଆଇସୋଲେସନରେ ରଖିଛନ୍ତି ସିଏମ କେଜ୍ରିୱାଲ | ଏପରିକି ଆଜି ଯୋଗ ଦେବାକୁ ଥିବା ସମସ୍ତ ବୈଠକକୁ ବାତିଲ କରିଛନ୍ତି ସେ | ବିଗତ କିଛି ଦିନ ଧରି କେତେକ ବୈଠକରେ ଯୋଗ ଦେବା ସହ ଦିଲ୍ଲୀ ସଚିବାଳୟକୁ ଯାଇଥିଲେ | ରବିବାର ଅପରାହ୍ନରେ ଅନଲାଇନ ମାଧ୍ୟମରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ ସହର-ରାଜ୍ୟ ସୀମାକୁ ଖୋଲାଯିବା ସହ ରେସ୍ତୁରାଁ, ମଲ, ଧର୍ମାନୁଷ୍ଠାନ ଜୁନ ୮ ତାରିଖ ସୋମବାର ଠାରୁ ଖୋଲିବ | 
  
ସେ ଆହୁରି ମଧ୍ୟ କହିଥିଲେ ଯେ ସମସ୍ତ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟ ବର୍ତ୍ତମାନ ସଂକଟ ଦୂର ନହେବା ପର୍ଯ୍ୟନ୍ତ କେବଳ ସହରବାସୀଙ୍କ ପାଇଁ ଉପଲବ୍ଧ ରହିବ | ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବ ପର୍ଯ୍ୟନ୍ତ ହୋଟେଲ ଏବଂ ସଭାଗୃହ ବନ୍ଦ ରହିବ | ଦିଲ୍ଲୀରେ କୋରୋନା ସଂକ୍ରମଣ ଜନିତ ମାମଲା ୨୮ ହଜାର ରହିଥିବା ବେଳେ, ୧୦ ହଜାର ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି | ଅନ୍ୟପଟେ କୋଭିଡ19 ଆକ୍ରାନ୍ତଙ୍କ ମଧ୍ୟରୁ ୮୧୨ ଜଣଙ୍କ ମୃତ୍ୟୁ ଘଟିଛି |

 

Add Zee News as a Preferred Source