Advertisement
Article Detail0/zeeodisha/odisha682971
Zee OdishaOther Newsସରକାର ଗଠନ ପରେ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ସରକାର ଗଠନ ପରେ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଇସ୍ରାଏଲରେ ସରକାର ଗଠନ କରିବା ପରେ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି | ଏହାର ପ୍ରତ୍ୟୁତ୍ତରରେ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ | ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଦିଗରେ କାମ କରିବେ ବୋଲି ସରକାର ଗଠନ ପରେ ପ୍ରତିକ୍ରିୟା ରଖିଛନ୍ତି | 

ସରକାର ଗଠନ ପରେ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଜେରୁସେଲମ: ଇସ୍ରାଏଲରେ ସରକାର ଗଠନ କରିବା ପରେ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି | ଏହାର ପ୍ରତ୍ୟୁତ୍ତରରେ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ | ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଦିଗରେ କାମ କରିବେ ବୋଲି ସରକାର ଗଠନ ପରେ ପ୍ରତିକ୍ରିୟା ରଖିଛନ୍ତି | 

ଇସ୍ରାଏଲରେ ପୁଣି ଥରେ ସରକାର ଗଠନ କରିଛନ୍ତି ବେଞ୍ଜାମିନ ନେତାନ୍ୟାହୁ | ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି | ଯାହାର ଉତ୍ତର ରଖି ଟ୍ୱିଟ ଯୋଗେ ପ୍ରତିକ୍ରୟା ରଖି ସେ କହିଛନ୍ତି, "ପ୍ରିୟ ମିତ୍ର ଭାରତର ପ୍ରଧାନମନ୍ତ୍ରୀ ଆପଣଙ୍କୁ ଧନ୍ୟବାଦ | ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବା ପାଇଁ ଆମେ ଉଦ୍ୟମ ଜାରି ରଖିବା | " 

ଦୀର୍ଘ ଦିନ ଧରି ଇସ୍ରାଏଲରେ ରାଜନୈତିକ ଅସ୍ଥିରତା ଜାରି ରହିବା ପରେ ମେଣ୍ଟସ ସରକାର ଗଠନ କରିଥିଲେ ବେଞ୍ଜାମିନ ନେତାନ୍ୟାହୁ | ଏଥିପାଇଁ ପିଏମ ମୋଦି ଭାଷା ହିବ୍ରୁ ଏବଂ ଇଂରାଜୀରେ ଟ୍ୱିଟ କରି ତାଙ୍କ ଇସ୍ରାଏଲ ପ୍ରତିପକ୍ଷଙ୍କ ଉଦ୍ଦେଶ୍ୟରେ କହିଥିଲେ," ଇସ୍ରାଏଲରେ ପଞ୍ଚମ ଥର ପାଇଁ ସରକାର ଗଠନ କରିଥିବାରୁ ମୋର ବନ୍ଧୁ ନେତାନ୍ୟାହୁଙ୍କୁ ଧନ୍ୟବାଦ | " 

Add Zee News as a Preferred Source

ଇସ୍ରାଏଲରେ ଗତ ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ୱରେ ଗଠିତ ସରକାର ଶପଥ ନେଇଥିଲା | ପ୍ରାୟ ୫୦୦ ଦିନ ଧରି ଦେଶରେ କାର୍ଯ୍ୟକାରୀ ସରକାର ଗଠନ କରିଥିଲେ ନେତାନ୍ୟାହୁ | ଇସ୍ରାଏଲ ସଂସଦ ନେସେଟରେ ସରକାର ଗଠନ ପାଇଁ ବାରମ୍ବାର ନିର୍ବାଚନ ଅନୁଷ୍ଠିତ ହେଉଥିଲେ ମଧ୍ୟ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିନଥିଲା | 
ସରକାର ଗଠନ କରିବା ପାଇଁ ବେଞ୍ଜାମିନ ନେତନ୍ୟାହୁଙ୍କ ସପକ୍ଷରେ ୭୩ ଭୋଟ ମିଳିଥିବା ବେଳେ ବିପକ୍ଷରେ ୪୬ଟି ଭୋଟ ମିଳିଥିଲା | ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବା ବ୍ଲୁ ଏବଂ ହ୍ୱାଇଟ ପାର୍ଟି ସରକାର ଗଠନ ନେଇ ସମର୍ଥନ ଜଣାଇଥିଲା | ନବ ଗଠିତ ସରକାରରେ ୩୬ ମନ୍ତ୍ରୀ ଏବଂ ୧୬ ଉପମନ୍ତ୍ରୀ ରହିବେ |