ଲକଡାଉନ ନିୟମ କୋହଳ, ଖୋଲିବ ୧୪୦ ଢାବା, ୨୨୩ ଗ୍ୟାରେଜ
Advertisement
Article Detail0/zeeodisha/odisha673326

ଲକଡାଉନ ନିୟମ କୋହଳ, ଖୋଲିବ ୧୪୦ ଢାବା, ୨୨୩ ଗ୍ୟାରେଜ

ବିଭିନ୍ନ ଜିଲ୍ଲାରେ କରୋନା ପଜିଟିଭ ରୋଗୀ ବାହାରି ନ ଥିବାରୁ ଲକ ଡାଉନ ନିୟମକୁ କୋହଳ କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । 

ଲକଡାଉନ ନିୟମ କୋହଳ, ଖୋଲିବ ୧୪୦ ଢାବା, ୨୨୩ ଗ୍ୟାରେଜ

ସରୋଜ ବେହେରା, ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାରେ କରୋନା ପୋଜିଟିଭ ରୋଗୀ ବାହାରି ନ ଥିବାରୁ ଲକ ଡାଉନ ନିୟମକୁ କୋହଳ କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡିର ଡ୍ରାଇଭରମାନଙ୍କୁ କୌଣସି ଅସୁବିଧା ନ ହଉ ସେଥିପାଇଁ ଓଡିଶାରା ବିଭିନ୍ନ ଜିଲ୍ଲାରେ ୧୪୦ଟି ଢାବା ଓ ୨୨୩ଟି ଗ୍ୟାରେଜ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।  

ଗାଡି ଚଳାଚଳ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି । ଲୋକଙ୍କ ସୁବିଧା ପାଇଁ ଲକ ଡାଉନ ବେଳେ ଟ୍ୱିନ ସିଟିରେ ଆରମ୍ଭ ହୋଇଛି କ୍ୟାବ ସର୍ଭିସ । ଓଲା ଓ ଉବରର ଶହେ ଟି ଲେଖାାଁଏ ଗାଡି ଚାଳଚଳ ପାଇଁ ଅନୁମତି ମିଳିଛି । କ୍ୟାବ ଗୁଡିକରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଘରୁ ହସ୍ପିଟାଲ ନେବା ପାଇଁ ଅନୁମତି ଦିଆଯାଇଛି ।  
ଗାଡିରେ ଯିବାକୁ ଥିବା ଲୋକେ ତାଙ୍କ ସମସ୍ତ ତଥ୍ୟ ପରିବହନ ବିଭାଗ ଦେଇଥିବା ଫର୍ମରେ ଭରିବା ପରେ ସେମାନଙ୍କୁ ହସ୍ପିଟାଲ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଗାଡି ଚାଲିବ । ଏ ସମୟ ମଧ୍ୟରେ ଗାଡି ଡ୍ରାଇଭରମାନେ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ।  

;