Advertisement
Article Detail0/zeeodisha/odisha679382
Zee OdishaOther Newsରେଳ ପରେ ଆରମ୍ଭ ହେବ ବିମାନ ସେବା, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ବୁକିଂ

ରେଳ ପରେ ଆରମ୍ଭ ହେବ ବିମାନ ସେବା, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ବୁକିଂ

ଏହି ତାରିଖରୁ ଆରମ୍ଭ ହୋଇପାରେ ବିମାନସେବା...

ରେଳ ପରେ ଆରମ୍ଭ ହେବ ବିମାନ ସେବା, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ବୁକିଂ

ନୂଆଦିଲ୍ଲୀ: କୋରୋନା ସଂକଟ ପାଇଁ ପ୍ରାୟ ଦୁଇ ମାସ ହେବ ସମସ୍ତ ସାର୍ବଜନୀନ ପରିବହନ ବନ୍ଦ ହୋଇ ପଡ଼ିରହିଛି । ତେବେ ଦୀର୍ଘ ଦିନର ଅବଧି ପରେ ଏହି ସର୍ବସାଧାରଣ ପରିବନହ ଆରମ୍ଭ ହେବାକୁ ଯାଉଛି । ଆସନ୍ତା କାଲିଠାରୁ ରେଳସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଖୁବ ଶୀଘ୍ର ବିମାନ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର ଶୀଘ୍ର ବିମାନ ସେବା ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ସୂଚନା ରହିଛି ।

ଏନେଇ ଆସନ୍ତା ଦିନେ ଦୁଇ ଦିନ ବିମାନ ସେବା ଆରମ୍ଭ ହେବାର ଦିନ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି। ରବିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ପ୍ରଦୀପ ସିଂ ଖରୋଲା ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ସରକାର ଆସନ୍ତା ୧୮ ତାରିଖରୁ ବିମାନବନ୍ଦର ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ସୂଚନା ରହିଛି। 

ବିମାନ ଚଳାଚଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିମାନବନ୍ଦର ଗୁଡ଼ିକ ଖୋଲାଯିବ, କିନ୍ତୁ କିଛି ନୂତନ ସୁରକ୍ଷା ନିୟମ ଲାଗୁ ହେବ। ଉଦାହରଣ ସ୍ୱରୂପ, ବିମାନ ବନ୍ଦରରେ ଆପଣଙ୍କୁ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବାକୁ ପଡିପାରେ । ଏହା ବ୍ୟତୀତ ଆପଣଙ୍କୁ ଡାକ୍ତରଙ୍କଠାରୁ ଆରୋଗ୍ୟ ସେତୁ ଆପ୍ ଏବଂ କୋରୋନା ଭାଇରସ୍ ସଂକ୍ରମିତ ହୋଇନଥିବା ନେଇ ଡାକ୍ତରଙ୍କ ଠାରୁ ପ୍ରମାଣପତ୍ର ମଧ୍ୟ ହାସଲ କରିବା ଏବଂ ତାହାକୁ ଦେଖାଇବାକୁ ପଡିବ । ଆହୁରି ମଧ୍ୟ, ବିମାନରେ ବସିବା ପର୍ଯ୍ୟନ୍ତ ଚେକ୍ ଇନ୍ କାଉଣ୍ଟରର ଲାଇନଠାରୁ ୪ ମିଟର ଦୂରତା ବାଧ୍ୟତାମୂଳକ ହୋଇପାରେ ।

Add Zee News as a Preferred Source

ଆପଣଙ୍କୁ କହିରଖୁଛୁ ଯେ ଗତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସଂକେତ ଦେଇଛନ୍ତି ଯେ ବିମାନ ବନ୍ଦରଗୁଡିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହା କେବଳ ସବୁଜ ଜୋନ୍ ଥିବା ସହରରୁ ଆରମ୍ଭ ହୋଇପାରିବ। ବର୍ତ୍ତମାନ ବିମାନ ବନ୍ଦର ଖୋଲିବା ନେଇ ସରକାର କୌଣସି ଘୋଷଣା କରିନାହାଁନ୍ତି କିନ୍ତୁ ଆଜି କିମ୍ବା ଆସନ୍ତାକାଲି ଏହା ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି।

About the Author