କେବଳ CAA କାହିଁକି, NRC ଓ NPRକୁ ମଧ୍ୟ ସମର୍ଥନ କଲେ ଅଜିତ ପାୱାର
Advertisement

କେବଳ CAA କାହିଁକି, NRC ଓ NPRକୁ ମଧ୍ୟ ସମର୍ଥନ କଲେ ଅଜିତ ପାୱାର

ସିଏଏ, ଏନଆରସି ଏବଂ ଏପିଆରକୁ ସମର୍ଥନ କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ । ଏସବୁ ଆଇନକୁ ନେଇ ମହାରାଷ୍ଟ୍ରବାସୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅଜିତ ପାୱାର । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ରାସ୍ତାରେ ଅଜିତ ପାୱାର । ସିଏଏ, ଏନଆରସି ଏବଂ ଏପିଆରକୁ ସମର୍ଥନ କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ । ଏସବୁ ଆଇନକୁ ନେଇ ମହାରାଷ୍ଟ୍ରବାସୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅଜିତ ପାୱାର । ଏପରିକି ମହାରାଷ୍ଟ୍ର ବିଧାନସଭାରେ ସିଏଏ ବିରୋଧରେ କୌଣସି ପ୍ରସ୍ତାବ ପାରିତ କରିବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି । 

ରବିବାର ମୁମ୍ବାଇରେ ଆୟୋଜିତ ଏନସିପି ସମ୍ମିଳନୀରେ ଅଜିତ ପାୱାର କହିଥିଲେ,  ଏସମସ୍ତ ଆଇନକୁ ନେଇ ମହାରାଷ୍ଟ୍ରବାସୀଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏସମସ୍ତ ମୁଦ୍ଦାରେ କିଛି ଲୋକ ଭୁଲ ଖବର ପ୍ରଚାର କରୁଛନ୍ତି । କିନ୍ତୁ ସିଏଏ, ଏନଆରସି ଏବଂ ଏନପିଆରକୁ ନେଇ ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ଅଜିତ ପାୱାର । 

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଦଳ ଏନସିପି ଏପରି ବ୍ୟବସ୍ଥା କରିବ, ଯାହା ଦ୍ୱାରା ସିଏଏ, ଏନଆରସି ଏବଂ ଏନପିଆରକୁ ନେଇ ମହାରାଷ୍ଟ୍ରବାସୀଙ୍କୁ କୌଣସି ପ୍ରକାର ହଇରାଣ ହରକତ ହେବାକୁ ପଡ଼ିବ ନାହିଁ । ଶରତ ପାୱାର ଲୋକଙ୍କୁ ଏହି ଭରସା ମଧ୍ୟ ଦେଇଛନ୍ତି, ଏ ମୁଦ୍ଦାକୁ ନେଇ ମହା ବିକାଶ ଅଘାଡୀ ସରକାର ଚର୍ଚ୍ଚା ଆରମ୍ଭ କରିସାରିଛି । ତେଣୁ କାହାକୁ ମଧ୍ୟ ହଇରାଣ ହେବାକୁ ତାଙ୍କ ସରକାର ଦେବେ ନାହିଁ ବୋଲି ସେ କହିଛନ୍ତି । 

ଆହୁରି ପଢ଼ନ୍ତୁ; CAAକୁ ନେଇ ପଛଘୁଞ୍ଚା ଦେବେନି ମୋଦି ସରକାର: ଶାହ