close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପାକିସ୍ତାନ ପିଏମ ମୋଦିଙ୍କ ପାଇଁ ଖୋଲି ନଥିଲା ଏୟାରସ୍ପେସ, ଭାରତ ନେଲା ଏହି ପଦକ୍ଷେପ

ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁନି ପାକିସ୍ତାନ । ପ୍ରାୟ ଦିନ ଭାରତ ବିରୋଧୀ କାର୍ଯ୍ୟ କରି ଚାଳିଛି ପାକିସ୍ତାନ । ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ବାୟୁକ୍ଷେତ୍ର(ଏୟାରସ୍ପେସ)ର ବ୍ୟବହାର କରିବାର ଅନୁମତି ଦେଇ ନଥିଲା ପାକ୍ । ଭାରତ ପିଏମ ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନର ବାୟୁକ୍ଷେତ୍ରର ବ୍ୟବହାର କରିବାର ଅନୁମତି ମାଗିଥିଲା କିନ୍ତୁ ପାକ ଦେବାକୁ ମନା କରି ଦେଇଥିଲା ।  

ପାକିସ୍ତାନ ପିଏମ ମୋଦିଙ୍କ ପାଇଁ ଖୋଲି ନଥିଲା ଏୟାରସ୍ପେସ, ଭାରତ ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ: ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁନି ପାକିସ୍ତାନ । ପ୍ରାୟ ଦିନ ଭାରତ ବିରୋଧୀ କାର୍ଯ୍ୟ କରି ଚାଳିଛି ପାକିସ୍ତାନ । ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ବାୟୁକ୍ଷେତ୍ର(ଏୟାରସ୍ପେସ)ର ବ୍ୟବହାର କରିବାର ଅନୁମତି ଦେଇ ନଥିଲା ପାକ୍ । ଭାରତ ପିଏମ ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନର ବାୟୁକ୍ଷେତ୍ରର ବ୍ୟବହାର କରିବାର ଅନୁମତି ମାଗିଥିଲା କିନ୍ତୁ ପାକ ଦେବାକୁ ମନା କରି ଦେଇଥିଲା ।  

ଯାହା ପରେ ଭାରତ ଅନ୍ତର୍ଜାତୀୟ ବିମାନ ପରିବହନ ସଙ୍ଗଠନରେ ଅପିଲ କରିଛି । ମିଳୁଥିବା ସୂଚନାନୁସାରେ ଭିଭିଆଇପିଙ୍କ ଖାସ୍ ବିମାନକୁ ସମସ୍ତ ସାମାନ୍ୟ ଦେଶ ନିଜ ଏୟାରସ୍ପେସ ଦେଇ ଯିବାର ଅନୁମତି ଦେଇଥାଏ । ଅନ୍ୟପକ୍ଷେ ଇସଲାମାବାଦର ଏହି ବ୍ୟବହାରକୁ ଦେଖି ଭାରତ ନିରାଶ ହୋଇଛି ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହସୁଦ କୁରୈଶୀ ଏଥର ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଲିଖିତ ଆକାରରେ ସୂଚିତ କରିଥିଲେ । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ଗସ୍ତ ପାଇଁ ତାଙ୍କ ବିମାନକୁ ପାକିସ୍ତାନର ବାୟୁକ୍ଷେତ୍ର ଦେଇ ଗତି କରିବାର ଅନୁମତି ମାଗିଥିଲା, କିନ୍ତୁ ପାକିସ୍ତାନ ଭାରତର ଏହି ଅନୁରୋଧକୁ ସ୍ୱୀକାର କରନାହିଁ ।

ରିପୋର୍ଟରେ କୁହାଯାଇଛି ଯେ, ଭାରତ ସରକାର ମୋଦିଙ୍କ ବିମାନ ପାଇଁ ଅକ୍ଟୋବର ୨୮ରେ ପାକିସ୍ତାନର ବାୟୁକ୍ଷେତ୍ରର ବ୍ୟବାହର କରିବା ପାଇଁ ଅନୁମତି ମାଗିଥିଲେ । ପିଏମ ମୋଦି ଅକ୍ଟୋବର ୨୯ରେ ହେଉଥିବା ଏକ ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ସାଉଦି ଆରବ ଯିବେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ଅକ୍ଟୋବର ୨୮ରେ ସାଉଦି ଆରବ ଯିବେ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବିଗତ ମାସରେ ପିଏମ ମୋଦିଙ୍କ ଆମେରିକା ଗସ୍ତ ପାଇଁ ପାକିସ୍ତାନର ଏୟାରସ୍ପେସ ଦେଇ ଯିବାର ଅନୁମତି ମିଳି ନଥିଲା ।

ଏହାସହ ସେପ୍ଟେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ଏୟାରସ୍ପେସ ଖୋଲିବା ପାଇଁ ମନା କରି ଦେଇଥିଲା ପାକିସ୍ତାନ । ପାକ୍ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଯେ ଯାଏ ଭାରତ-ପାକ୍ ସମ୍ପର୍କରେ ସୁଧାର ଆସୁ ନାହିଁ, ସେ ଯାଏ ପାକିସ୍ତାନ ଭାରତ ପାଇଁ ବାୟୁକ୍ଷେତ୍ର ଖୋଲିବ ନାହିଁ ।