ଲକ୍ ଡାଉନ ବେଳେ କଳାବଜାରୀ କରିପାରିବେନି ଦୋକାନୀ, ଜାରି ହେଲା ଅତ୍ୟାବଶ୍ୟକ ସାମଗ୍ରୀ ଦର

ଯେପରି କୌଣସି ଦୋକାନୀ ମଧ୍ୟ ଚଢ଼ା ଦରରେ ସାମଗ୍ରୀ ବିକ୍ରି ନକରନ୍ତି, ସେ ଉପରେ ଗୁରୁତ୍ୱ ଦେଇଛି ଆଗ୍ରା ପ୍ରଶାସନ । 

ଲକ୍ ଡାଉନ ବେଳେ କଳାବଜାରୀ କରିପାରିବେନି ଦୋକାନୀ, ଜାରି ହେଲା ଅତ୍ୟାବଶ୍ୟକ ସାମଗ୍ରୀ ଦର
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଲକ୍ ଡାଉନ ବେଳେ କଳାବଜାରୀ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଯେତେବେଳେ ସମଗ୍ର ଦେଶ କୋରୋନାକୁ ନେଇ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି, ସେତେବେଳେ କିଛି ଦୋକାନୀ ଏହାର ଫାଇଦା ନେବାକୁ ଉଦ୍ୟମ କରୁଥିବା ଖବର ଆସୁଛି । ଲକ୍ ଡାଉନ ଯୋଗୁ ଚଢ଼ା ଦରର ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି । ତେବେ ଏଥିରେ ରୋକ୍ ଲଗାଇବା ପାଇଁ ଉତ୍ତର ପ୍ରଦେଶ ଆଗ୍ରା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । 

ଯେପରି କୌଣସି ଦୋକାନୀ ମଧ୍ୟ ଚଢ଼ା ଦରରେ ସାମଗ୍ରୀ ବିକ୍ରି ନକରନ୍ତି, ସେ ଉପରେ ଗୁରୁତ୍ୱ ଦେଇଛି ଆଗ୍ରା ପ୍ରଶାସନ । ଆଉ ଏନେଇ ପ୍ରତ୍ୟେକ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗ୍ରୋସରୀ ସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ ପନିପରିବାର ମଧ୍ୟ ମୂଲ୍ୟ ନିର୍ଦ୍ଧାରଣ କରିଛି ପ୍ରଶାସନ । ନିର୍ଦ୍ଧାରିତ ମୂଲ୍ୟରୁ ଯଦି କେହି ଅଧିକ ଟଙ୍କାରେ ଦ୍ରବ୍ୟ ବିକ୍ରି କରେ, ତେବେ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ ମଧ୍ୟ କରାଇଦେଇଛି । 

ବର୍ତ୍ତମାନ ଦେଶର ଅନେକ ସ୍ଥାନରୁ କଳାବଜାରୀ ଖବର ଆସୁଥିବା ବେଳେ ଆଗ୍ରା ପ୍ରଶାସନର ଏଭଳି ପଦକ୍ଷେପ ପ୍ରଶଂସନୀୟ । କାହିଁକିନା ଯଦି ଏଭଳି ସମୟରେ ଖାଉଟି କଳାବଜାରୀର ଶିକାର ହେବେ, ତେବେ ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ିଯିବ ।