କୋରୋନା ରୋଗୀଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇଲେ ଡାକ୍ତର
Advertisement

କୋରୋନା ରୋଗୀଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇଲେ ଡାକ୍ତର

ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ନିଜ ଜୀବନକୁ ବାଜିରେ ଲଗାଇଲେ, ରୋଗୀଙ୍କ ଜୀବନ ବଞ୍ଚାଇଲେ । କୋରୋନା ରୋଗୀଙ୍କୁ ବଞ୍ଚାଇବାକୁ ହେଲେ ନିଜ ଜୀବନକୁ ବାଜିରେ ଲଗାଇବା ଏକମାତ୍ର ହିଁ ବିକଳ୍ପ ଥିଲା । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତର ସାମ୍ନା କରିଥିଲେ AIIMS ଡାକ୍ତର ଜାହିଦ । ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ । 

କୋରୋନା ସଂକ୍ରମିତ ଜଣେ ରୋଗୀଙ୍କୁ ସିପ୍ଟ କରାଯାଉଥିଲା । ରୋଗୀ ଜଣଙ୍କ ଗୁରୁତର ଥିଲେ । ତେବେ ଆମ୍ବୁଲାନ୍ସରେ ସିପ୍ଟ କରିବା ସମୟରେ କୌଣସି କାରଣରୁ ରୋଗୀଙ୍କ ଅକ୍ସିଜେନ ପାଇପ ବାହାରି ପଡ଼ିଥିଲା । ରୋଗୀଙ୍କ ନାକରେ ପୁଣିଥରେ ଅକ୍ସିଜେନ ପାଇପ ଫିଟ କରିବା ବହୁତ ଜରୁରୀ ଥିଲା । 

ଏହି ସମୟରେ ଆମ୍ବୁଲାନ୍ସରେ ଉପସ୍ଥିତ ଥିଲେ ଡାକ୍ତର ଜାହିଦ । ପିପିଆଇ କିଟ ମଧ୍ୟ ପିନ୍ଧିଥିଲେ । ଏହାସହ ଚଷମା ମଧ୍ୟ ଲଗାଇଥିଲେ । ତେବେ ଏହି ଚଷମା ପିନ୍ଧି ରୋଗୀଙ୍କ ନାକ ଭିତରେ ଅକ୍ସିଜେନ ପାଇପ ଲଗାଇବା ସମ୍ଭବ ନଥିଲା । ଅନ୍ୟପଟେ ଚଷମା ଖୋଲି ଲଗାଇଲେ ଆଖି ମାଧ୍ୟମରେ ଭାଇରସ୍ ସଂକ୍ରମଣର ଆଶଙ୍କା ରହିଥିଲା । ସେପଟେ ରୋଗୀଙ୍କୁ ଶୀଘ୍ର ଅକ୍ସିଜେନର  ଆବଶ୍ୟକତା ରହିଥିଲା । ହାତରେ ସମୟ ବହୁତ କମ୍, ଶୀଘ୍ର ନିଷ୍ପତ୍ତି ନେବାର ବେଳ । 

ଶେଷରେ ଡାକ୍ତର ଜାହିଦ ନିଷ୍ପତ୍ତି ନେଇଥିଲେ, ଚଷମା ଖୋଲିବେ ଏବଂ ରୋଗୀଙ୍କ ଅକ୍ସିଜେନ ପାଇପ ଲଗାଇବେ । ଆଉ ସେମିତି ହିଁ କଲେ । ଜୀବନଙ୍କୁ ବାଜି ଲଗାଇ ବଞ୍ଚାଇଲେ କୋରୋନା ରୋଗୀଙ୍କ ଜୀବନ । ଏନେଇ ଡାକ୍ତର ଜାହିଦ କହିଛନ୍ତି, ସେତେବେଳେ ମୋ ପାଖରେ ସମୟ ନଥିଲା । ମୋତେ ଯାହା ଠିକ୍ ଲାଗିଲା, ମୁଁ ତାହା ହିଁ କଲି ।