ଏଆଇଏମଆଇଏମ ନେତାଙ୍କ ଦାଦାଗିରି, ପୋଲିସ କର୍ମୀଙ୍କୁ ଖୋଲାଖୋଲି ଧମକ...
Advertisement

ଏଆଇଏମଆଇଏମ ନେତାଙ୍କ ଦାଦାଗିରି, ପୋଲିସ କର୍ମୀଙ୍କୁ ଖୋଲାଖୋଲି ଧମକ...

ରାଜନୈତିକ ମାହୋଲରେ ବିଭିନ୍ନ କାରଣରୁ ଦକ୍ଷିଣ ଭାରତର ରାଜନୈତିକ ଦଳ ଏଆଇଏମଆଇଏମ ଚର୍ଚ୍ଚାରେ ରହିଆସିଛି। ଏହାର ମୁଖ୍ୟଙ୍କ ଅସଦୁଦ୍ଦିନ ଓଓ୍ୱେସୀଙ୍କ ମନ୍ତବ୍ୟ ହେଉ ଅବା କାର୍ଯ୍ୟକଳାପ ପାଇଁ ଏଆଇଏମଆଇଏମ ଦଳ ଚର୍ଚ୍ଚାରେ ରହିଛି। ତେବେ ବର୍ତ୍ତମାନ ଦଳର ଜଣେ କର୍ମୀଙ୍କ ପାଇଁ  ପୁଣି ଥରେ ଚର୍ଚ୍ଚାରେ ରହିଛି ଦଳ। ଦଳର ଜଣେ କର୍ପୋରେଟର ଜଣେ କାର୍ଯ୍ୟରତ

ଏଆଇଏମଆଇଏମ ନେତାଙ୍କ ଦାଦାଗିରି, ପୋଲିସ କର୍ମୀଙ୍କୁ ଖୋଲାଖୋଲି ଧମକ...

ହାଇଦ୍ରାବାଦ: ରାଜନୈତିକ ମାହୋଲରେ ବିଭିନ୍ନ କାରଣରୁ ଦକ୍ଷିଣ ଭାରତର ରାଜନୈତିକ ଦଳ ଏଆଇଏମଆଇଏମ ଚର୍ଚ୍ଚାରେ ରହିଆସିଛି। ଏହାର ମୁଖ୍ୟଙ୍କ ଅସଦୁଦ୍ଦିନ ଓଓ୍ୱେସୀଙ୍କ ମନ୍ତବ୍ୟ ହେଉ ଅବା କାର୍ଯ୍ୟକଳାପ ପାଇଁ ଏଆଇଏମଆଇଏମ ଦଳ ଚର୍ଚ୍ଚାରେ ରହିଛି। ତେବେ ବର୍ତ୍ତମାନ ଦଳର ଜଣେ କର୍ମୀଙ୍କ ପାଇଁ  ପୁଣି ଥରେ ଚର୍ଚ୍ଚାରେ ରହିଛି ଦଳ। ଦଳର ଜଣେ କର୍ପୋରେଟର ଜଣେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ଧମକ ଦେଇଥିବା ସୂଚନା ରହିଛି। 

ମିଳିଥିବା ସୂଚନା ମୁତାବକ ଗତ ଗୁରୁବାର ହାଇଦ୍ରାବାଦ ଚଓ୍ୱନୀ ନଦୀ ଅଲ୍ଲୀ ବେଗ ଅଞ୍ଚଳରେ ଥିବା ଏକ ମସଜିଦ ନିକଟରେ ଡ୍ୟୁଟି କରୁଥିବା ଦୁଇ ଜଣ ପୋଲିସ କନେଷ୍ଟବଳଙ୍କୁ ଦଳର କର୍ପୋରେଟର ମୁର୍ତ୍ତଜା ଅଲ୍ଲୀ ଧମକ ଦେଇଥିଲେ। ମସଜିଦ ନିକଟରେ ସନ୍ଧ୍ୟାରେ ଇଫତାର ପାର୍ଟି ଥିବାରୁ ସେଠାରେ ଦୁଇ କନେଷ୍ଟବଳ ଡ୍ୟୁଟି କରିଥିଲେ। 

ରିପୋର୍ଟ ମୁତାବକ ମଦନ୍ନପେଟର ଏସଏଚଓ  ସନ୍ତୋଷ କୁମାର କହିଥିଲେ କି, ଦେଶବ୍ୟପୀ ବର୍ତ୍ତମାନ ଲକ଼ଡାଉନର ସ୍ଥିତି ଜାରି ରହିଛି। ଫଳରେ ଏହି ସମୟରେ ମସଜିଦକୁ ଯାଉଥିବା ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟୋଜିତ ଦୁଇ ପୋଲିସ କର୍ମୀ ସେମାନଙ୍କୁ ସଚେତନ କରୁଥିଲେ। ୫ଜଣରୁ ଅଧିକ ଲୋକ ନ ଯିବା ପାଇଁ ମଧ୍ୟ ସେମାନଙ୍କୁ ସୂଚନା ଦେଉଥିଲେ। ମସଜିଦ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକ ଥିବାରୁ ଅନ୍ୟମାନଙ୍କୁ ନ ଯିବା ପାଇଁ ପରାମର୍ଶ ଦେଇଥିଲେ ଉକ୍ତ ଦୁଇ କନେଷ୍ଟବଳ। 

ମାତ୍ର ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଏଆଇଏମଆଇଏମର କର୍ପୋରେଟର ସେମାନଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଥିବା ଦେଖିବାକୁ ମିଳିଛି। ଯାହାର ଏକ ଭିଡ଼ିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ମାହୋଲ ଅଧିକ ବିଗିଡ଼ିବାରୁ ଦୁଇ କନେଷ୍ଟବଳ ସେଠାରୁ ଚାଲିଯାଇଥିବା ଦେଖିବାକୁ ମିଳିଛି। 

ସନ୍ତୋଷ କୁମାର ଆହୁରି ମଧ୍ୟ କହିଛନ୍ତି କି, ଦୁଇ ପୋଲିସ କନେଷ୍ଟବଳ ଥାନାରେ ମାମଲା ରୁଜୁ କରିବା ସହିତ ସେମାନଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଛି। ଏହି ମାମଲା ନେଇ ଏସପି ସନ୍ତୋଷ କହିଛନ୍ତି, ଦୁଇ କନେଷ୍ଟବଳ ଅଭିଯୋଗ କରିଛନ୍ତି। କର୍ପୋରେଟର ମୁର୍ତ୍ତୁଜା ଅଲ୍ଲୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ତାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରୁଥିବା ନେଇ ମଧ୍ୟ ମାମଲାରେ ଉଲ୍ଲେଖ ଥିବା କହିଛନ୍ତି ଏସପି ସନ୍ତୋଷ।