ଅଯୋଧ୍ୟା ରାୟକୁ ନେଇ ମୁସଲିମ ଗୋଷ୍ଠୀ ଦୁଇ ଫାଳ!

ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ରାୟକୁ AIMPLB ବିରୋଧ କରିଛି । ମାମଲାରେ ପୁନର୍ବିଚାର ଆବେଦନ କରିବାକୁ AIMPLB ପକ୍ଷରୁ ନିଷ୍ପତି ନିଆଯାଇଛି । ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲା ବୋର୍ଡ ମସଜିଦ୍ ପାଇଁ ଅନ୍ୟତ୍ର ୫ ଏକର ଜାଗା ଗ୍ରହଣ କରିବ ନାହିଁ ବୋଲି କହିଛି ।  ରବିବାର ଲକ୍ଷ୍ନୌରେ ଏଆଇଏମପିଏଲବି ପକ୍ଷରୁ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । 

ଅଯୋଧ୍ୟା ରାୟକୁ ନେଇ ମୁସଲିମ ଗୋଷ୍ଠୀ ଦୁଇ ଫାଳ!

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ରାୟକୁ AIMPLB ବିରୋଧ କରିଛି । ମାମଲାରେ ପୁନର୍ବିଚାର ଆବେଦନ କରିବାକୁ AIMPLB ପକ୍ଷରୁ ନିଷ୍ପତି ନିଆଯାଇଛି । ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲା ବୋର୍ଡ ମସଜିଦ୍ ପାଇଁ ଅନ୍ୟତ୍ର ୫ ଏକର ଜାଗା ଗ୍ରହଣ କରିବ ନାହିଁ ବୋଲି କହିଛି ।  ରବିବାର ଲକ୍ଷ୍ନୌରେ ଏଆଇଏମପିଏଲବି ପକ୍ଷରୁ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । 

ବାବ୍ରି ମସଜିଦର ନିର୍ମାଣ ବାବରଙ୍କ ସେନାପତି ମୀରବାକିଙ୍କ ଦ୍ଵାରା ୧୫୨୮ରେ ହୋଇଥିଲା ବୋଲି ସୁପ୍ରିମକୋର୍ଟ ସ୍ଵୀକାର କିରିବା ସହ ୧୯୪୯ ଡିସେମ୍ବର ୧୯ରେ ନମାଜ ପାଠ ହୋଇଥିଲା ବୋଲି  ମଧ୍ୟ ସ୍ଵୀକାର କରିଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୧୪୨ର ପ୍ରୟୋଗ କରିବା ସମୟରେ ବିଚାରପତି ସମସ୍ତ ଦିଗକୁ ଦୃଷ୍ଟି ଦେଇ ନଥିବା AIMPLB ଅଭିଯୋଗ କରିଛି । ସେପଟେ AIMPLB ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଅନ୍ୟ ମୁସଲିମ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । 

କିଛି ଲୋକ ଅଯୋଧ୍ୟା ବିବାଦକୁ ନେଇ ନିଜ ନିଜ ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି ବୋଲି ଅଯୋଧ୍ୟା ମାମଲାର ମୁସଲିମ ପକ୍ଷକାର ଇକବାଲ ଅନସାରୀ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ମୁସଲିମ ସଂଗଠନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ ଉତ୍ତରପ୍ରଦେଶ ମନ୍ତ୍ରୀ ମୋହସିନ ରାଜା କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତ ମୁସଲମାନ ସଂଗଠନ ପ୍ରଶଂସା କରିଥିଲେ ମଧ୍ୟ କିଛି ବ୍ୟକ୍ତି ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି । ସେପଟେ ଉତ୍ତରପ୍ରଦେଶ ସିୟା ୱାକଫ ବୋର୍ଡ ଅଧ୍ୟକ୍ଷ ୱସୀନ ରିଜୱୀ, AIMIM ନେତା ଅସଉଦ୍ଦିନ ଓୱେସୀଙ୍କୁ ISIS ମୁଖ୍ୟ ବାଗଦାଦୀ ସହ ତୁଳନା କରିଛନ୍ତି । ନିଜ ସ୍ୱାର୍ଥ ପୂରଣ ଓ ଭୋଟବ୍ୟାଙ୍କ ପାଇଁ ଓୱେସୀ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ଲକ୍ଷ୍ନୌରେ ଆୟୋଜିତ ପର୍ସନାଲ ଲା ବୋର୍ଡର ବୈଠକରେ ସୁପ୍ରିମକୋର୍ଟଙ୍କ ରାୟର ଅନେକ ଦିଗ ଉପରେ ପ୍ରଶ୍ନ ଉଠାଇଛନ୍ତି AIMPLB ଅଧ୍ୟକ୍ଷ ମୌଲାନା ରାବେ  ହସନ ନଦଓ୍ଵି । ମୁସଲମାନଙ୍କ ଦ୍ଵାରା ଦିଆଯାଇଥିବା ପ୍ରମାଣ ଅନୁଯାୟୀ ୧୮୫୭ ରୁ ୧୯୪୯ ସମିହା ମଧ୍ୟରେ ବାବ୍ରୀ ମସଜିଦର ତିନି ଗମ୍ବୁଜ ବିଶିଷ୍ଟ କୋଠା ଓ ମସଜିଦର ଭିତର ପାର୍ଶ୍ଵ ମୁସଲମାନଙ୍କ କବଜାରେ ଥିଲା ବୋଲି ସୁପ୍ରିମକୋର୍ଟ ସ୍ଵୀକାର କରିଥିଲେ ବି ମନ୍ଦିର ନିର୍ମାଣ ପାଇଁ  ବିବାଦୀୟ ଜାଗା ଦେବାକୁ ବିରୋଧ କରିଛି AIMPLB । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ୧୯୯୨ ଡିସେମ୍ବର ୬ରେ ମସଜିଦ ଧ୍ଵଂସ କରାଯାଇଥିଲା । ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଆଧାରରେ ବିବାଦୀୟ ଜମିରେ  ମନ୍ଦିର ନିର୍ମାଣ ପାଇଁ ଅମୁମତି ଦେଇଛନ୍ତି । ତେଣୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲା ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପୁନର୍ବିଚାର ଆବେଦନ କରିବାକୁ ନିଷ୍ପତ୍ତି ନେଇଛି । ଏହାସହିତ ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସମ୍ଭାବନା ଅଧିକ ରହିଛି ବୋଲି ମୁସଲିମ ଧର୍ମଗୁରୁ ଅରସଦ ମଦାନୀ  କହିଛନ୍ତି । କିନ୍ତୁ ଆମେ ଆମର ଅଧିକାର ଜାହିର କରିବୁ ବୋଲି ସେ କହିଛନ୍ତି ।