ମହାରାଜାକୁ ଲୁଟିଲେ ସରକାରୀ ବାବୁ
Advertisement

ମହାରାଜାକୁ ଲୁଟିଲେ ସରକାରୀ ବାବୁ

ହମକୋ ତୋ ଅପନୋ ନେ ଲୁଟା...

ମହାରାଜାକୁ ଲୁଟିଲେ ସରକାରୀ ବାବୁ

ନୂଆଦିଲ୍ଲୀ: ହିନ୍ଦୀରେ ଏକ ଲୋକକଥା ରହିଛି ଯେ, ହମକୋ ତୋ ଅପନୋ ନେ ଲୁଟା, ଗେରୋଁ ମେଁ କାହାଁ ଦମ ଥା... ଏକଥା କହିବାର ତାତ୍ପର୍ଯ୍ୟ ହେଉଛି ଯେ, ନିକଟରେ ସରକାର ଏୟାର ଇଣ୍ଡିଆର ଶତ ପ୍ରତିଶତ ଅଂଶଧନକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଉ ଏହି ପ୍ରସ୍ତାବ ପରେ ସରକାର ଏହାକୁ କିଣିବା ପାଇଁ ବର୍ତ୍ତମାନ ବିଡ଼ ମାର୍ଚ୍ଚ ୧୫ ତାରିଖ ସୁ୍ଦ୍ଧା ଆବେଦନ କରିବାକୁ ପ୍ରସ୍ତାବ ରଖିଛନ୍ତି। ସେପଟେ ଏହି ବିମାନ ସେବା ମହାରାଜା ତଥା ଏୟାର ଇଣ୍ଡିଆକୁ  ଏଭଳି ଦେବାଳିଆ ପରିସ୍ଥିତିରେ ପହଞ୍ଚାଇବା ପାଇଁ ସରକାର ଏକ ପ୍ରକାର ଦାୟୀ ବୋଲି କହିଛନ୍ତି।  

ଅଧିକ ପଢନ୍ତୁ: ଲାଠି ମାଡ଼ ବନାମ ସୂର୍ଯ୍ୟ ନମସ୍କାର

ଆରଟିଆଇରୁ ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯାତାୟତ ବାବଦରେ ମୋଟ ୮୨୨ କୋଟି ଟଙ୍କାର କ୍ଷତି ସହିଛି ମହାରାଜା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କମ୍ପାନୀକୁ ହସ୍ତଗତ ହୋଇ ନାହିଁ। ସୂଚନା ଅଧିକାରୀ କର୍ମୀ ଲୋକେଶ ବାତ୍ରାଙ୍କୁ ଏହି ସୂଚନା ମିଳିଥିବା ଜଣାପଡ଼ିଛି। ଲୋକେଶ ସୂଚନା ଅଧିକାର ମାଧ୍ୟମରେ ଏୟାର ଇଣ୍ଡିଆ ମୋଟ କେତେ ଟଙ୍କା କ୍ଷତି ସହିଛି ଏବଂ କେତେ ଟଙ୍କା ପାଇବାକୁ ରହିଛି ଜାଣିବାକୁ ଚାହିଁଥିଲେ।  

ଏୟାର ଇଣ୍ଡିଆ ସୂଚନା ଦେଇ କହିଛି ଯେ, ୨୦୧୯ ମସିହା, ନଭେମ୍ବର ୩୦ ତାରିଖରେ ଭିଭିଆଇପି ଚାର୍ଟର ଫ୍ଲାଇଟ ପାଇଁ ମୋଟ ୮୨୨ କୋଟି ଟଙ୍କା ବକେୟା ରାଶି ପଡ଼ିଥିବା ଜାଣିବାକୁ ପାଇଥିଲେ। ଏହା ବ୍ୟତୀତ ମିଳିବାକୁ ଥିବା ୯.୬୭ କୋଟି ଓ ବିଦେଶୀ ଅତିଥିମାନଙ୍କୁ ନେବାଆଣିବା କରିବାରେ ମୋଟ ୧୨.୬୫ କୋଟି ଟଙ୍କା ବକେୟା ପଡ଼ିଥିବା ଜାଣିବାକୁ ପାଇଥିଲେ ଲୋକେଶ। ସେହିପରି ଏୟାର ଇଣ୍ଡିଆର ଚାର୍ଟର ଫ୍ଲାଇଟ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବ୍ୟବହାର କରିଥାନ୍ତି।  

ଅଧିକ ପଢନ୍ତୁ: ଅକ୍ଷୟର ରାଜକ୍ଷମାକୁ ଖାରଜ କଲେ ରାଷ୍ଟ୍ରପତି

କେବଳ ଏତିକି ନୁହେଁ, ସରକାରୀ ବାବୁମାନେ ମଧ୍ୟ ବେଶ ଧୁମ ଲୁଟିଛନ୍ତି ମହାରାଜାକୁ। ଆରଟିଓରୁ ମିଳିଥିବା ସୂଚନା ମୁତାବକ  ୨୦୧୯ ମସିହା ୩୧ ମାର୍ଚ୍ଚ ମାସ ମଧ୍ୟରେ ସରକାରୀ ବାବୁମାନେ ୫୨୬.୧୪ କୋଟି ଟଙ୍କାର ଟିକେଟ ଉଧାର ନେଇ ଯାତ୍ରା କରିଛନ୍ତି। ତେବେ ଏହି ବକେୟା ରାଶି ମଧ୍ୟରେ ୨୩୬.୧୬ କୋଟି ଟଙ୍କା ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବକେୟା ପଡ଼ି ରହିଛି ଯାହାକୁ ସରକାରୀ ବାବୁମାନେ ଦେବାକୁ ମନ ବଳାଇନାହାନ୍ତି। କେବଳ ଏତିକି ନୁହେଁ ଏହି ଅର୍ଥ ନ ମିଳିବାରୁ ଏୟାର ଇଣ୍ଡିଆ ୨୮୨.୮୨ ଟଙ୍କାକୁ ଅନାଦେୟ ଖାତାରେ ପକାଇ ଦେଇଥିଲା। ସେପଟେ ଏହି ଅର୍ଥ ନ ମିଳିବାରୁ ସରକାରୀ ବାବୁଙ୍କୁ ଟିକେଟ ଦେବା ମଧ୍ୟ ବନ୍ଦ କରିଦେଇଥିଲା ମହାରାଜା।