ଜୁନ ୧ରୁ ଅନ୍ତର୍ଜାତୀୟ ଉଡ଼ାଣ
Trending Photos
ନୂଆଦିଲ୍ଲୀ: ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଆସନ୍ତା ୪ ତାରିଖରୁ ଘରୋଇ ଉଡ଼ାଣ ଆରମ୍ଭ କରିବ। ସେହିପରି ଆସନ୍ତା ଜୁନ୍ ୧ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିବାକୁ ଯାଉଛି । କିନ୍ତୁ ଏହି କଟକଣା ମଧ୍ୟରେ ଏହି ଉଡ଼ାଣ ଆରମ୍ଭ କରିବ ଏୟାର ଇଣ୍ଡିଆ. ସେହିପରି ଉପଲବ୍ଧ ସୁବିଧାକୁ ମଧ୍ୟ ସୀମିତ କରିବ କମ୍ପାନୀ । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏକ ବୟାନ ଜାରି କରିଛି ।
ଏୟାର ଇଣ୍ଡିଆ କହିଛି ଯେ, କୋରୋନା ଭାଇରସ ଯୋଗୁଁ ଉପୁଜିଥିବା ସଂକଟକୁ ଦୃଷ୍ଟିରେ ରଖି ଘରୋଇ ଉଡ଼ାଣ ପାଇଁ ଆସନ୍ତା ୩ ଓ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ମେ ୩୧ ପର୍ଯ୍ୟନ୍ତ ଟିକେଟ ବୁକିଂ ଉପରେ ରୋକ ଲଗାଇଛୁ । ଅନ୍ୟପକ୍ଷେ ମେ ୪ରୁ କିଛି ଘରୋଇ ବିମାନ ଏବଂ ଜୁନ୍ ୧ରୁ ଅନ୍ତର୍ଜାତୀୟ ବିମାନ ପାଇଁ ଟିକେଟ୍ ବୁକିଂ ଜାରି ରହିଛି ।
Air India opens bookings for select domestic flights May 4th 2020 onwards and International Flights June 1st, 2020 onwards pic.twitter.com/Lsz9gRLF9V
— ANI (@ANI) April 18, 2020
ସୂଚନା ଯୋଗ୍ୟ ଯେ, କୋରୋନା ସଂକ୍ରମଣ ଏବଂ ଦେଶବ୍ୟାପୀ ଲକଡାଉନ୍ ଯୋଗୁଁ ରେଳ, ବସ୍ ଏବଂ ବିମାନ ସେବା ଭାରତରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନ୍ ଯୋଗୁଁ ଏୟାର ଇଣ୍ଡିଆ ପୂର୍ବରୁ ଘରୋଇ ତଥା ଆନ୍ତର୍ଜାତୀୟ ରୁଟରେ ବ୍ୟବସାୟିକ ବିମାନ ଚଳାଚଳ ଏପ୍ରିଲ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା । ଯଦିଓ ଏହା ପରେ ଏପ୍ରିଲ ୩୦କୁ ବୃଦ୍ଧି କରାଯାଇଥିଲା କିନ୍ତୁ ଲକଡାଉନ୍ ମେ ୩କୁ ବୃଦ୍ଧି କରାଯାଇଥିଲା ଏୟାର ଇଣ୍ଡିଆ ବୁକିଂକୁ ସ୍ଥଗିତ ରଖିଥିଲା ।