close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀର ପବନ ଆହୁରି ହେଲା ବିଷାକ୍ତ, ପ୍ରଦୂଷଣ ସ୍ତର ୧୨୦୦ ପାର

ବିଷାକ୍ତ ଗ୍ୟାସ ବଳୟ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ବଢି ଚାଲିଛି ପ୍ରଦୂଷଣର ସ୍ତର । ଏଠାରେ ନିଶ୍ୱାସ ନେବା ମଧ୍ୟ ଜୀବନ ପାଇଁ ହାନିକାରକ, କାରଣ ବିଷାକ୍ତ ଗ୍ୟାସର ମାତ୍ରା ବୃଦ୍ଧି ଯୋଗୁଁ ଲୋକଙ୍କୁ ବିଶୁଦ୍ଧ ପବନ ମିଳି ପାରୁନାହିଁ । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁ କ୍ୱାଲିଟି ଇନଡେକ୍ସ(ଏକ୍ୟୁଆଇ) ୧୨୦୦ ଉପରକୁ ପହଞ୍ଚିଛି । 

ଦିଲ୍ଲୀର ପବନ ଆହୁରି ହେଲା ବିଷାକ୍ତ, ପ୍ରଦୂଷଣ ସ୍ତର ୧୨୦୦ ପାର
ଦିଲ୍ଲୀର ପବନ ଆହୁରି ହେଲା ବିଷାକ୍ତ

ନୂଆଦିଲ୍ଲୀ: ବିଷାକ୍ତ ଗ୍ୟାସ ବଳୟ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ବଢି ଚାଲିଛି ପ୍ରଦୂଷଣର ସ୍ତର । ଏଠାରେ ନିଶ୍ୱାସ ନେବା ମଧ୍ୟ ଜୀବନ ପାଇଁ ହାନିକାରକ, କାରଣ ବିଷାକ୍ତ ଗ୍ୟାସର ମାତ୍ରା ବୃଦ୍ଧି ଯୋଗୁଁ ଲୋକଙ୍କୁ ବିଶୁଦ୍ଧ ପବନ ମିଳି ପାରୁନାହିଁ । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁ କ୍ୱାଲିଟି ଇନଡେକ୍ସ(ଏକ୍ୟୁଆଇ) ୧୨୦୦ ଉପରକୁ ପହଞ୍ଚିଛି । 

ଆନନ୍ଦ ବିହାର ଅଞ୍ଚଳରେ ଏକ୍ୟୁଆଇ ୧୩୫୦ ରହିଥିବାର ରେକର୍ଡ କରାଯାଇଛି । ସେହିପରି ଅଶୋକ ବିହାରରେ ୧୨୯୧ ଏକ୍ୟୁଆଇ ରହିଛି । ସମଗ୍ର ଦିଲ୍ଲୀ କଥା କହିଲେ ଏଠାରେ ଏକ୍ୟୁଆଇ ୧୧୪୬ ରେକର୍ଡ କରାଯାଇଛି । ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତର ସାମାନ୍ୟରୁ ୨୦ ଗୁଣ ଅଧିକ ରହିଛି । ବର୍ଷା ହେବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭିଜିବିଲିଟି ବହୁତ କମ ହୋଇଯାଇଛି । ବିଭିନ୍ନ ଅଞ୍ଚଳରେ ଭିଜିବିଲିଟି ୨୦୦ ମିଟିର ଯାଏ ହୋଇଯାଇଛି ।

ଭିଜିବିଲିଟି କମ ହେବାରୁ ରବିବାର ସକାଳେ ଦିଲ୍ଲୀର ବିମାନ ବନ୍ଦରରୁ ୩୨ ବିମାନକୁ ଡାଇଭର୍ଟ କରି ଦିଆଯାଇଛି । ଜାତୀୟ ରାଜଧାନୀ ଦୀପାବଳି ପରେ ପ୍ରଦୂଷଣ ପରି ଗମ୍ଭୀର ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏହି ପ୍ରଦୂଷଣ ଫଳରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଚିନ୍ତା ବଢାଇ ଦେଇଛି । 

ପ୍ରଦୂଷଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଠାରୁ ସାହାଯ୍ୟ ମାଗିଛନ୍ତି । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବହୁ ପଦକ୍ଷେପ ନେଇଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଏହାସହ ସେ କହିଛନ୍ତି ଯେ, କିଛି ନ କରି ମଧ୍ୟ ଦିଲ୍ଲୀବାସୀଙ୍କୁ କ୍ଷତି ସହିବାକୁ ପଡୁଛି । ଏହି ପ୍ରଦୂଷଣକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ।

ଦିଲ୍ଲୀରେ ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜରୁରୀକାଳୀନ ବୈଠକ ଡାକିଛନ୍ତି । ସିଏମ ଆବାସରେ ଏହି ବୈଠକ ଚାଲିଛି । ଏହି ବୈଠକରେ ସରକାରୀ ଅଧିକାରୀ ଓ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ପ୍ରଦୂଷଣକୁ ରୋକିବା ପାଇଁ ଚର୍ଚ୍ଚା କରାଯାଉଛି ।   

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏକ୍ୟୁଆଇ ଯେତେବେଳେ ୦-୫୦ ରହିଥାଏ, ଏହା ଭଲ ଶ୍ରେଣୀରେ ଗଣାଯାଇଥାଏ । ସେହିପରି ଏକ୍ୟୁଆଇ ୫୧-୧୦୦କୁ ସନ୍ତୋଷଜନକ, ୧୦୧-୨୦୦କୁ ମଧ୍ୟମ, ୨୦୧-୩୦୦କୁ ଖରାପ, ୩୦୧-୪୦୦କୁ ଅତ୍ୟନ୍ତ ଖରାପ, ୪୦୧ରୁ ୫୦୦କୁ ଗମ୍ଭୀର ଓ ୫୦୦ରୁ ଉପରେ ଥିବା ଏକ୍ୟୁଆଇକୁ ଅତି ଗମ୍ଭୀର ଶ୍ରେଣୀରେ ରଖାଯାଇଛି ।