ୟମନ ଉପରେ ସାଉଦି ଆରବର ଏୟାର ଷ୍ଟ୍ରାଇକ, ୩୦ ମୃତ
Advertisement

ୟମନ ଉପରେ ସାଉଦି ଆରବର ଏୟାର ଷ୍ଟ୍ରାଇକ, ୩୦ ମୃତ

ଆରବ ଦୁନିଆଁରେ ଯୁଦ୍ଧର ଅୟମାରମ୍ଭ

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆରବ ଦୁନିଆରେ ପୁଣି ଏକ ଯୁଦ୍ଧର ଅୟମାରମ୍ଭ । ଶନିବାର ୟମନରେ ଏୟାର ଷ୍ଟ୍ରାଇକ ହୋଇଛି । ୟମନର ଉତ୍ତର ଅଲ ଜୈଫ ପ୍ରାନ୍ତରେ ଏହି ଏୟାର ଷ୍ଟ୍ରାଇକ ହୋଇଥିବା ଜଣାପଡ଼ିଛି । ଏଥିରେ ୩୧ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିବା କୁହାଯାଉଛି । ସାଉଦି ଆରବ ବିମାନ ଦୁର୍ଘଟଣା ପରେ ଏଭଳି ଏୟାର ଷ୍ଟ୍ରାଇକ ଘଟଣା ସାମ୍ନାକୁ ଆସୁଛି । 

ଆପଣଙ୍କୁ କହିରଖୁଛୁ, ଏୟାର ଷ୍ଟ୍ରାଇକର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ହୁତୀ ବିଦ୍ରୋହୀ ଏକ ଭିଡ଼ିଓ ଜାରି କରିଥିଲେ । ଏଥିରେ କୁହାଯାଇଥିଲା, ସ୍ଥଳଭାଗରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା ମିସାଇଲ ତାଙ୍କ ପାଖରେ ରହିଛି । ଏପରିକି ୟମନ ବିଦ୍ରୋଦୀ ସାଉଦି ଆରବର ବିମାନକୁ ଉଡ଼ାଇ ଦେଇଥିଲେ । ଫଳରେ ରାଗରେ ଜଳୁଥିଲା ସାଉଦି ଆରବ । ଆମେରିକା କହିଛି, ସାଉଦି ଆରବ ବିମାନକୁ ଖସାଇବା ପରେ ଇରାନ ସମର୍ଥିତ ହୁତୀ ବିଦ୍ରୋହୀ ଏବେ ପ୍ରତିଶୋଧର ଶିକାର ହୋଇଛନ୍ତି । 

ସାଉଦି ଆରବ ପ୍ରେସ ସଂସ୍ଥା ସୂଚନା ମୁତାବକ, ସାଉଦି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ବିମାନର ଦୁଇ ପାଇଲଟ ପାରାଶୁଟ ଦ୍ୱାରା ତଳକୁ ସୁରକ୍ଷିୀତ ଭାବେ ଓହ୍ଲାଇଥିଲେ । ମାତ୍ର ହୁତୀ ବିଦ୍ରୋହୀ ତାଙ୍କୁ ପରେ ହତ୍ୟା କରିଛନ୍ତି । ଯାହା ଅନ୍ତର୍ଜାତୀୟ ଆଇନକୁ ଉଲଙ୍ଘନ କରୁଛି । 

ଆହୁରି ପଢ଼ନ୍ତୁ; ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଭିଡ଼ିଓ ଜାରି କରି ଧମକ ଦେଲେ ଆତଙ୍କୀ