Advertisement
Article Detail0/zeeodisha/odisha666295
Zee OdishaOther Newsକଣ ଏୟାର ଭିସ୍ତାରା, ଆଜି କାଲି ପରା ଉଡ଼ୁନାହଁ...

କ'ଣ ଏୟାର ଭିସ୍ତାରା, ଆଜି କାଲି ପରା ଉଡ଼ୁନାହଁ...

ଲକ୍ ଡାଉନ୍ ସମୟରେ ମଜାଦାର ଖଟି କରୁଛନ୍ତି ଏୟାର ଲାଇନ୍ସ

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି ୧୮ ଦିନରେ ପହଞ୍ଚିଛି ଲକ୍ ଡାଉନ୍ । କୋରୋନା ମୁକାବିଲା ପାଇଁ ସରକାର ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିଲେ । ତେବେ ଲକ୍ ଡାଉନ୍ ବେଳେ ସାମ୍ନାକୁ ଆସିଛି ଏୟାର ଲାଇନ କମ୍ପାନୀଙ୍କ ଖଟି । ଟ୍ୱିଟରରେ ପରସ୍ପର ସହ ମଜାଦାର କମେଡି କରୁଛନ୍ତି ୪ ଏୟାର ଲାଇନ୍ । ଜଣେ ଅନ୍ୟ ଜଣଙ୍କୁ ଟ୍ୟାକ କରି ମଜା ନେଉଛନ୍ତି । ତେବେ ପୁରା ବିଷୟକୁ ଆରମ୍ଭ କରିଥିଲା ଇଣ୍ଡିଗୋ । ଆଉ ତାପରେ ଖେଳ ଜମିଥିଲା । 

ଇଣ୍ଡିଗୋ ପ୍ରଥମେ ବିସ୍ତାରକୁ ଟ୍ୱିଟ କରି ମଜା ନେଇଥିଲା । ଇଣ୍ଡିଗୋ ନିଜ ଟ୍ୱିଟରରେ ଲେଖିଥିଲା, କ'ଣ ଏୟାର ଭିସ୍ତାରା, ଆମେ ଶୁଣିଲୁ ଏବେ କ'ଣ ଉଡ଼ୁନାହଁ ? 

ତେବେ ଖୁବଶୀଘ୍ର ଏହାର ଜବାବ ଦେଇଥିଲା ଏୟାର ଭିସ୍ତାରା । କହିଥିଲା, ଏହି ସମୟରେ ସ୍ଥଳଭାଗରେ ରହିବା ସବୁଠୁ ଭଲ । ହଁ ନା ଇଣ୍ଡିଗୋ, ଏବେ ଉଡ଼ିବା କ'ଣ ଠିକ ହେବ... ଗୋ ଏୟାର କ'ଣ କହୁଛି ? 

Add Zee News as a Preferred Source

ଏହି ସମୟରେ ଗୋ ଏୟାର ମଧ୍ୟ ଭିସ୍ତାରାର କଥାକୁ ସମର୍ଥନ କରିଥିଲା । ଏପରିକି ଏୟାର ଏସିଆ ଇଣ୍ଡିଆକୁ ମଧ୍ୟ ଟ୍ୟାଗ କରିଥିଲା । 

ତେବେ ଏହି ଖଟି ବେଳେ ଏୟାର ଏସିଆ ଇଣ୍ଡିଆ ମଧ୍ୟ ଗୋ ଏୟାରର କଥାକୁ ସମର୍ଥନ କରିଥିଲା । ଏବଂ ସ୍ପାଇସ ଜେଟକୁ ପ୍ରତିକ୍ରିୟା ମାଗିଥିଲା । ତେବେ ଏହାପରେ ସ୍ପାଇସ ଜେଟ ମଜାଦାର ଟ୍ୱିଟ କରିଥିଲା । କହିଥିଲା, ''ଆମ ରଙ୍ଗ ପରି ଆମ ବିଚାର ମଧ୍ୟ ଏକା । ଏହା ଜାଣି ଖୁସି ଲାଗୁଛି ।''

ଏହା ପରେ ଦିଲ୍ଲୀ ଏୟାରପୋର୍ଟକୁ ଏକ ଟ୍ୱିଟ ଟ୍ୟାଗ କରିଥିଲା ସ୍ପାଇସ ଜେଟ । ଲେଖିଥିଲା, ''ପକ୍ଷୀ କିଛି ସମୟ ପାଇଁ ପିଞ୍ଜରାରୁ ବାହାରୁନାହିଁ । ହେଲେ ଆମେ ଖୁସି, କାହିଁକିନା ଆମେ ଆସନ୍ତାକାଲିକୁ ସୁରକ୍ଷିତ କରୁଛୁ । ନା କଣ ଦିଲ୍ଲୀ ଏୟାର ପୋର୍ଟ ?''

ତେବେ ସମସ୍ତ ୪ ଏୟାର ଲାଇନକୁ ଟ୍ୟାଗ କରି ଜବାବ ରଖିଥିଲା ଦିଲ୍ଲୀ ଏୟାରପୋର୍ଟ । ଆପଣ ସମସ୍ତଙ୍କ ସହ ସହମତ । ଭାରତୀୟ ଆକାଶ ଆପଣଙ୍କ ରଙ୍ଗରେ ଖୁବଶୀଘ୍ର ରଙ୍ଗୀନ ହେବ ବୋଲି କହିଛି ଦିଲ୍ଲୀ ଏୟାରପୋର୍ଟ । ତେବେ ବର୍ତ୍ତମାନ ଆମକୁ ହସାଇଥିବାରୁ ଖିସି ଲାଗିଲା । କେବଳ ଆକାଶର ନୁହେଁ, ସ୍ଥଳ ଭାଗରେ ମଧ୍ୟ ସାଥ୍ ଦେଇଥିବାରୁ ଧନ୍ୟବାଦ ବୋଲି କହି ଦିଲ୍ଲୀ ଏୟାରପୋର୍ଟ ଟ୍ୱିଟ କରିଛି । 

ତେବେ ୪ ଏୟାର ଲାଇନ ଏବଂ ଦିଲ୍ଲୀ ଏୟାରପୋର୍ଟର ଟ୍ୱିଟ ସବୁ ଟ୍ୱିଟର ୟୁଜର୍ସ ବେଶ୍ ଉପଭୋଗ କରିଛନ୍ତି । 

About the Author