• ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ
  • ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
  • ଶେଷ ଦର୍ଶନ ପାଇଁ ରାଜଭବନରେ ଭିଡ଼ II
  • ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳାଙ୍କର ଗତ ୧ ତାରିଖରେ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା
  • ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ସୂଚନା II
  • ଘାଟିକିଆ ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍
  • ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ସୂଚନା II
  • ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା, ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି
  • କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କଟକଣା ଜାରି II

ପାରୋଲରେ ବାହାରିଲେ ଅଜୟ ଚୌଟାଲା

ଆଜିଠୁ ହରିୟାଣାରେ ମନୋହର ୨.୦ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ମନୋହର ଲାଲ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଦୁଷ୍ମନ୍ତ ଚୌଟାଲା ଶପଥ ଗ୍ରହଣ କରିବେ ।

ପାରୋଲରେ ବାହାରିଲେ ଅଜୟ ଚୌଟାଲା
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜିଠୁ ହରିୟାଣାରେ ମନୋହର ୨.୦ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ମନୋହର ଲାଲ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଦୁଷ୍ମନ୍ତ ଚୌଟାଲା ଶପଥ ଗ୍ରହଣ କରିବେ । ଆଉ ଠିକ ଶପଥ ଗ୍ରହଣ ଉତ୍ସବର କିଛି ସମୟ ପୂର୍ବରୁ ପାରୋଲରେ ବାହାରିଛନ୍ତି ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ବାପା ଅଜୟ ଚୌଟାଲା। ଶନିବାର ଗୃହ ବିଭାଗର ଅନୁମତି କ୍ରମେ ତିହାର ଜେଲ ପ୍ରଶାସନ ତାଙ୍କୁ ୧୪ ଦିନିଆ ପାରୋଲ ପାଇଁ ଅନୁମତି ଦେଇଥିଲେ । 

ଆଜି ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ସରକାରର ଶପଥ ଗ୍ରହଣ ସମାରୋହ । ଏହି ଅବସରରେ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ତେବେ ପୁଅର ଶପଥ ଗ୍ରହଣ ଉତ୍ସବରେ ବାପା ଅଜୟ ଚୌଟାଲା ଉପସ୍ଥିତ ରହିବେ ବୋଲି ଜଣାପଡିଛି । ସେପଟେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । 

ଶିକ୍ଷକ ନିଯୁକ୍ତି ଘୋଟାଲାରେ ଦୋଷୀ ସାବ୍ୟସ୍ୟ ହୋଇ ଅଜୟ ଚୌଟାଲା ତିହାର ଜେଲରେ ସଜା କାଟୁଛନ୍ତି । ଇଣ୍ଡିଆନ ନ୍ୟାଶନାଲ ଲୋକଦଳ (ଆଇଏନଏଲଡି)ର ଅଧ୍ୟକ୍ଷ ଓମ୍ ପ୍ରକାଶ ଚୌଟାଲା ଏବଂ ତାଙ୍କ ପୁଅ ଅଜୟ ଚୌଟାଲାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୦ ବର୍ଷ ଲେଖାଏଁ ଜେଲ୍ ସଜା ଶୁଣାଇଛନ୍ତି । ଉତ୍ତମ ବ୍ୟବହାର ପାଇଁ ଆଇନତଃ ୪୯ ଦିନର ପାରୋଲ ମିଳିଥାଏ।  

ହରିଆଣାରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଜୟ ଜେଲରେ ସଜା କାଟୁଛନ୍ତି। ଇଣ୍ଡିଆନ ନ୍ୟାଶନାଲ ଲୋକଦଳ (ଆଇଏନଏଲଡି)ର ଅଧ୍ୟକ୍ଷ ଓମ୍ ପ୍ରକାଶ ଚୌଟାଲା ଏବଂ ତାଙ୍କ ପୁଅ ଅଜୟ ଚୌଟାଲାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୦ ବର୍ଷ ଲେଖାଏଁ ଜେଲ୍ ସଜା ଶୁଣାଇଛନ୍ତି।

ଜେଲରେ ସଜା କାଟୁଥିବା ବ୍ୟକ୍ତିଙ୍କୁ ଭଲ ବ୍ୟବହାର ପାଇଁ ଆଇନତଃ ୪୯ ଦିନର ପାରୋଲ ମିଳିଥାଏ। ଅଜୟ ଚୌଟାଲା ପୂର୍ବରୁ ପାରୋଲରେ ଆସିଥିଲେ। ଏବେ ୧୪ ଦିନ ବଳକା ଥିବାରୁ ସେ ପାରୋଲ ପାଇଁ ଅନୁମତି ମାଗିଥିଲେ।

କହିରଖୁଛୁ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଚଳିତ ନିର୍ବାଚନରେ କୌଣସି ଦଳ ମଧ୍ୟ ମ୍ୟାଜିକ ନମ୍ବର ୪୬ ଛୁଇଁ ପାରିନାହାଁନ୍ତି । ବିଜେପିକୁ ସର୍ବାଧିକ ୪୦ ଆସନ ମିଳିଥିବା ବେଳେ କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନ ପାଇଛି । ତେବେ ୫ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିବା ପରେ ବଦଳିଥିଲା ଚିତ୍ର । ଶୁକ୍ରବାର ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ ବିଜେପିକୁ ସମର୍ଥନ ନେଇ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଘୋଷଣା କରିଥିଲେ । ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ରାଜି ହୋଇଥିଲା ଭାରତୀୟ ଜନତା ପାର୍ଟି ।