close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରାହାଣେଙ୍କ ବଡ଼ ଧମାଲ: ସଚିନଙ୍କ ରେକର୍ଡର ସମକକ୍ଷ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଟେଷ୍ଟ ସିରିଜର ଶେଷ ମ୍ୟାଚ । ରାଞ୍ଚିର ଜେଏସସିଏ ଅନ୍ତର୍ଜାତୀୟ  ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚର ଦ୍ୱିତୀୟ ଦିନର ପ୍ରଥମ ଇଂନିସରେ ଚମତ୍କାର ପ୍ରଦର୍ଶନ କରି ଟିମ ଇଣ୍ଡିଆର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି । ସେ ୧୧୫ ରନରେ ଆଉଟି ହୋଇଯାଇଥିଲେ । 

ରାହାଣେଙ୍କ ବଡ଼ ଧମାଲ: ସଚିନଙ୍କ ରେକର୍ଡର ସମକକ୍ଷ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଟେଷ୍ଟ ସିରିଜର ଶେଷ ମ୍ୟାଚ । ରାଞ୍ଚିର ଜେଏସସିଏ ଅନ୍ତର୍ଜାତୀୟ  ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚର ଦ୍ୱିତୀୟ ଦିନର ପ୍ରଥମ ଇଂନିସରେ ଚମତ୍କାର ପ୍ରଦର୍ଶନ କରି ଟିମ ଇଣ୍ଡିଆର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି । ସେ ୧୧୫ ରନରେ ଆଉଟି ହୋଇଯାଇଥିଲେ । 

ଏହି ଶତକ ସହ ରାହାଣେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ସେ ଓ ରୋହିତ ମିଶି ଚତୁର୍ଥ ୱିକେଟ ପାଇଁ ୨୬୭ ରନ କରିଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସବୁଠାରୁ ଅଧିକ ଚତୁର୍ଥ ୱିକେଟ ପାଇଁ ୨୦୦ ପ୍ଲସ ରନର ପାର୍ଟନରସିପ କଥା କହିଲେ ରାହାଣେ ୫ ଥର ଏପରି କରିଛନ୍ତି । ଏହାସହ ରାହାଣେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି । ନିଜ କ୍ୟାରିୟରରେ ସଚିନ ଚତୁର୍ଥ ୱିକେଟ ପାଇଁ ୫ ଥର ୨୦୦ ପ୍ଲସ ରନର ପାର୍ଟନରସିପରେ ସାମିଲ ଥିଲେ । ଏହି ତାଲିକାରେ ସୌରଭ ଗାଙ୍ଗୁଲି ୩ଥର, ବିରାଟ କୋହଲି ୩ ଥର ଓ ଭିଭିଏସ ଲକ୍ଷ୍ମଣ ୨ ଥର ଏପରି କରି ସାରିଛନ୍ତି ।  

ଏହାସହ କୌଣସି ଟିମ ବିରୁଦ୍ଧ ଚତୁର୍ଥ ୱିକେଟ ପାଇଁ ସର୍ବାଧିକ ରନର ପାର୍ଟନରସିପରେ  ରାହାଣେଙ୍କ ଯୋଗଦାନ ରହିଛି । ସେ ଓ କୋହଲି ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୨୦୧୬ରେ ଇନ୍ଦୌର ଟେଷ୍ଟରେ ୩୬୫ ରନର ପାର୍ଟନରସିପ କରିଥିଲେ । 

ଚଳିତ ଟେଷ୍ଟ ମ୍ୟାଚରେ ଭାରତ ୩୯ ରନରେ ୩ ୱିକେଟ ହରାଇ ସାରିଥିଲେ, ସେହି ସମୟରେ ରାହାଣେ ବ୍ୟାଟିଂ କରିବାକୁ ଆସିଥିଲେ । ସେ  ଓ ଓପନର ରୋହିତଙ୍କ ସହ ମିଶି କଠିନ ପରିସ୍ଥିତିରୁ ଟିମକୁ ବାହାର କରିଥିଲେ । ସେ ନିଜ ଟେଷ୍ଟ କ୍ୟାରିୟରର ୧୧ତମ ଶତକ ହାସଲ କରିଥିଲେ । ସେ ୧୬୯ ବଲରେ ୧୪ ଚୌକା ଓ ଗୋଟିଏ ଛକ୍କା ସାହାଯ୍ୟରେ ଏହି ଶତକ ପୂରଣ କରିଥିଲେ ।