ଆରମ୍ଭ ହୋଇଗଲା 'Pok ପ୍ଲାନ' !
Advertisement
Article Detail0/zeeodisha/odisha679507

ଆରମ୍ଭ ହୋଇଗଲା 'Pok ପ୍ଲାନ' !

ଆମେ ଏହି କଥା ଏଇଥି ପାଇଁ କହୁଛୁ, କାହିଁକିନା Zee News ପାଖରେ କିଛି ଏକ୍ସକ୍ଲୁସିପ ଖବର ରହିଛି । ଆଉ ଏ ଖବର ହେଉଛି, ଶନିବାର ରାତିରେ ଅଜିତ ଡୋଭାଲ ଏକ ବଡ଼ ବୈଠକ କରିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରି ବାଜପେୟୀ ଦିନେ ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଥିଲେ । କ'ଣ ସେହି ସ୍ୱପ୍ନ ୨୦୨୦ରେ ପୂରଣ ହୋଇଯିବ କି ? ଏ ଚର୍ଚ୍ଚା ଏଇଥି ପାଇଁ, କାହିଁକିନା ପିଓକେକୁ ନେଇ ଭାରତର କିଛି ଆକ୍ସନ ପ୍ଲାନ ସାମ୍ନାକୁ ଆସୁଛି । ଜମ୍ମୁ କାଶ୍ମୀରର ସହ ପିଓକେକୁ ନେଇ ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ବଡ଼ ବୈଠକ କରିଛନ୍ତି । ବର୍ତ୍ତମାନ ସମୟରେ ଏହି ବୈଠକ ବେଶ୍ ଗୁରୁତ୍ୱବହନ କରୁଛି । ଚର୍ଚ୍ଚା ହେଉଛି, ଏବେ ପିଓକେ ପାଇଁ ଆସିଯାଇଛି ଅଚ୍ଛେ ଦିନ ! 

ଯାହା କୁହାଯାଉଛି, ପିଓକେକୁ ନେଇ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଜେନେରାଲ ବିପିନ ରାୱାତ ପିଓକେକୁ ନେଇ ସୁପରହିଟ ପ୍ଲାନ କୁଆଡ଼େ ପ୍ରସ୍ତୁତ କରିସାରିଛନ୍ତି । ଆଉ ପିଓକେକୁ ପୁଣିଥରେ ଭାରତରେ ସାମିଲ କରିବାକୁ ଅଜିତ ଡୋଭାଲଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । 

ଆମେ ଏହି କଥା ଏଇଥି ପାଇଁ କହୁଛୁ, କାହିଁକିନା Zee News ପାଖରେ କିଛି ଏକ୍ସକ୍ଲୁସିପ ଖବର ରହିଛି । ଆଉ ଏ ଖବର ହେଉଛି, ଶନିବାର ରାତିରେ ଅଜିତ ଡୋଭାଲ ଏକ ବଡ଼ ବୈଠକ କରିଛନ୍ତି । ଏହି ବୈଠକରେ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ, ଆଇବି ମୁଖ୍ୟଙ୍କ ସହ ବହୁ ବରିଷ୍ଠ ସେନା ଅଧିକାରୀ ସାମିଲ ହୋଇଥିଲେ । ଦୀର୍ଘ ୫ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା । କେବଳ ଜମ୍ମୁ କାଶ୍ମୀର କାହିଁକି, LoC ଉପରେ ମଧ୍ୟ ସମୀକ୍ଷା କରିଥିଲେ ଅଜିତ ଡୋଭାଲ । ଘାଟିରେ ମହଜୁତ ଥିବା ଆତଙ୍କବାଦୀଙ୍କ ପୁରା ତାଲିକା ଡୋଭାଲଙ୍କୁ ଦିଆଯାଇଥିଲା । ତେବେ କାଶ୍ମୀର ଉପରେ ହମଲା କରିବା ପାଇଁ ୨୫ରୁ ୩୦ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଯୋଜନା କରୁଥିବା ଖବର ମଧ୍ୟ ଡୋଭାଲଙ୍କୁ ଦିଆଯାଇଛି । 

ସେହିପରି ପାକ୍ ଅଧିକୃତ କାଶ୍ମୀର(PoK) ଉପରେ ମଧ୍ୟ ସେନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା । ଏବେ ପିଓକେର LoC ରେ ଥିବା ଦୁଧନିୟାଲ, ଶାରଦା ଏବଂ ଅଠକାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ସକ୍ରିୟ କରାଯାଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଥିଲା । ଅର୍ଥାତ ଡୋଭାଲଙ୍କ ଟେବୁଲରେ ଆତଙ୍କବାଦୀଙ୍କ କୁଣ୍ଡଳୀ, ପିଓକେରେ  ଆକ୍ଟିଭ ହୋଇଥିବା ଆତଙ୍କୀ ଲଞ୍ଚପ୍ୟାଡ୍ ଇତ୍ୟାଦି ପହଞ୍ଚିସାରିଛି । ଏବେ ଆପଣ ଚିନ୍ତା କରନ୍ତୁ, ପ୍ରତିକ୍ରିୟା କ'ଣ ହୋଇପାରେ ? 

କିଛି ଦିନ ପୂର୍ବକୁ ଫେରିଯିବା । ୨୨ ଏପ୍ରିଲ ୨୦୧୯ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦୀଙ୍କୁ ନେଇ ଏକ ବୟାନ ରଖିଥିଲେ । ଯଦି ଦେଶର କୌଣସି ସ୍ଥାନରେ ହମଲା ହୁଏ, ତେବେ ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ । ପାତାଳରୁ ଖୋଜି ମଧ୍ୟ ମୋଦି ଦଣ୍ଡ ଦେବେ, ଏକଥା ଆତଙ୍କବାଦୀଙ୍କୁ ଅତି ଭଲ ଭାବେ ଜଣା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏବେ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ବେଶ୍ ଉତ୍ସାହଜନକ ରହିଛି । ଜମ୍ମୁ କାଶ୍ମୀରରୁ ଗୋଟି ଗୋଟି ହୋଇ ଆତଙ୍କବାଦୀଙ୍କୁ ସଫା କରୁଛନ୍ତି ଭାରତୀୟ ସେନା । ଆଉ ଏଭଳି ସ୍ଥିତିରେ ଯେତେବେଳେ ପିଓକେରେ ଆତଙ୍କୀ କ୍ୟାମ୍ପ ଆକ୍ଟିଭ ହୋଇଥିବା ଖବର ଡୋଭାଲଙ୍କ ଟେବୁଲରେ ପହଞ୍ଚିସାରିଛି, କିଛି ତ ଗୋଟେ ହେବାକୁ ଯାଉଛି !

;