ନୂଆଦିଲ୍ଲୀ: ସକାଳ ପାଇଥିଲେ ଶିବସେନାର ରାଜ୍ୟାଭିଷେକ ହୋଇଥାନ୍ତା । ଶିବସେନା-ଏନସିପି-କଂଗ୍ରେସ ମିଶି ସରକାର ଗଢିଥାନ୍ତେ । ବିରୋଧୀ ଆସନରେ ବସିଥାନ୍ତା ବିଜେପି । ଗତ ରାତିରେ ଏନେଇ ବୈଠକ ବସି ସରକାର ଗଠନ ପାଇଁ ରୂପରେଖ ମଧ୍ୟ ପ୍ରସ୍ତୁତ ହେଉଥିଲା । ବୈଠକରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ । ହେଲେ ରାତାରାତି ବଦଳିଗଲା ଚିତ୍ର । ବିଜେପି ଆଡକୁ କଡ ଲେଉଟାଇ ଦେଲେ ଅଜିତ ପାୱାର । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ।
ସଞ୍ଜୟ କହିଛନ୍ତି, ଗତକାଲି ରାତି ୯ଟା ପର୍ଯ୍ୟନ୍ତ ଏ ମହାଶୟ(ଅଜିତ ପାୱାର) ଆମ ସହ ବସିଥିଲେ । ହେଲେ କିଛି ସମୟ ପରେ ଅଚାନକ ଗାଏବ ହୋଇଗଲେ । ଆମ ସହ ବସିଥିବା ବେଳେ ସେ ଆଖିରେ ଆଖି ମିଳାଇ କଥା ହେଉନଥିଲେ । ଯେଉଁବ୍ୟକ୍ତି ପାଖରେ ପାପ ଲୁଚି ରହିଥିବ, ସେ ଯେମିତି କଥାବର୍ତ୍ତା କରିଥାଏ ଠିକ ସେମିତି କଥାବର୍ତ୍ତା କରୁଥିଲେ ଅଜିତ ବୋଲି କହିଛନ୍ତି ଶିବସେନା ମୁଖପାତ୍ର ।
#WATCH Sanjay Raut, Shiv Sena: Kal 9 baje tak ye mahashaye (Ajit Pawar) hamare saath baithe the, achanak se gayab ho gaye baad mein. Vo nazro se nazre mila kar nahi bol rahe the, jo vyakti paap karne jata hai uski nazar jaise jhukti hai, waise jhuki nazro se baat kar rahe the. pic.twitter.com/dL6olqXFK9
— ANI (@ANI) November 23, 2019
ସେହିପରି ଅଜିତ ପାୱାର ଏବଂ ଅଜିତ ପାୱାରଙ୍କୁ ସମର୍ଥନ କରୁଥିବା ଏନସିପି ବିଧାୟକମାନେ ମହାରାଷ୍ଟ୍ର ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କୁ ବଦନାମ କରିଥିବା କହିଛନ୍ତି ସଞ୍ଜୟ ରାଉତ ।