ଅଜିତ ପାୱାର ପୁରସ୍କୃତ !

ଏନସିପିର ବରିଷ୍ଠ ନେତା ଅଜିତ ପାୱାର ପୁରସ୍କୃତ ! ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏନସିପିକୁ ଦୁଇଭାଗ କରି ବିଜେପିକୁ ସରକାର ଗଢିବା ପାଇଁ ଅଜିତ ସମର୍ଥନ କରିଥିବାରୁ ତାଙ୍କୁ ପୁରସ୍କୃତ କରିଛି ବିଜେପି । ବିଜେପି ସହ ମିଶିବା ପରେ ଉପ ମୁଖ୍ୟମନ୍ତ୍ରୀ ପଦ ହାତେଇଥିବା ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନଚିଟ୍‌ ମିଳିଛି । 

ଅଜିତ ପାୱାର ପୁରସ୍କୃତ !
ଫାଇଲ ଫଟୋ

ବିକ୍ରମ ସାହୁ, ନୂଆଦିଲ୍ଲୀ: ଏନସିପିର ବରିଷ୍ଠ ନେତା ଅଜିତ ପାୱାର ପୁରସ୍କୃତ ! ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏନସିପିକୁ ଦୁଇଭାଗ କରି ବିଜେପିକୁ ସରକାର ଗଢିବା ପାଇଁ ଅଜିତ ସମର୍ଥନ କରିଥିବାରୁ ତାଙ୍କୁ ପୁରସ୍କୃତ କରିଛି ବିଜେପି । ବିଜେପି ସହ ମିଶିବା ପରେ ଉପ ମୁଖ୍ୟମନ୍ତ୍ରୀ ପଦ ହାତେଇଥିବା ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନଚିଟ୍‌ ମିଳିଛି । 

ବିଜେପିର ପୂର୍ବତନ ସହଯୋଗୀ ଶିବସେନାର ଉଦ୍ୟମକୁ ପଣ୍ଡ କରି ବିଜେପିର ଇଜ୍ଜତ ରଖିଥିବାରୁ ତାଙ୍କୁ ଦୁର୍ନୀତି ଅଭିଯୋଗରୁ ମୁକ୍ତ କରାଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ମହାରାଷ୍ଟ୍ର ଆଣ୍ଟି କରପସନ ବ୍ୟୁରୋ ଏହାକୁ ଭିତ୍ତିହୀନ ବୋଲି କହିଛି । ଯେତେବେଳେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସରକାର ଥିଲା ସେତେବେଳେ ଅଜିତ ଜଳସେଚନ ବିଭାଗର ମନ୍ତ୍ରୀ ଥିଲେ। ସେହି ସମୟରେ ସେ ଲାଞ୍ଚ ନେଇ ଅନେକ ପ୍ରକଳ୍ପରେ ହେରାଫେରି କରିଥିବା ଅଭିଯୋଗ ହୋଇଥିଲା । ଏମିତି କି ତାଙ୍କ ନାଁରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି । 

ରାତି ଅଧିଆ ବିଜେପି  ସହ ହାତ ମିଳାଇବା ପରେ ସେ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ ଡେପୁଟି ସିଏମଙ୍କୁ ବିଜେପି ପୁରସ୍କୃତ କରିଛି ବୋଲି ଚର୍ଚ୍ଚା ହେଉଛି । ଅଜିତ ପାୱାରଙ୍କୁ କ୍ଲିନଚିଟ୍‌ ମିଳିବା ଖବରକୁ ମହାରାଷ୍ଟ୍ର ଆଣ୍ଟି କରପ୍ସନ ବ୍ୟୁରୋ ଭୁଲ୍ ବୋଲି କହୁଛି । । ଏବେ ମାତ୍ର ୯ଟି ମାମଲାରେ ସ୍ଥିତାବସ୍ଥା ରିପୋର୍ଟ ପ୍ରସ୍ତୁତ କରିବା ସହ ଅଜିତ ପାୱାରଙ୍କ ନାଁରେ ଥିବା ଅନ୍ୟ ମାମଲା ଗୁଡ଼ିକର ତଦନ୍ତ କରାଯାଉଛି ବୋଲି କହିଛି ଦୁର୍ନୀତି ନିରୋଧି ସଂସ୍ଥା । ଯଦି ଅଜିତ ପାୱାରଙ୍କ ସଂପୃକ୍ତି ଥାଏ ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଆଣ୍ଟି କରପ୍ସନ ବ୍ୟୁରୋ । 

ତେବେ କେଉଁ ଆଧାରରେ ଏବଂ ହଠାତ୍‌ ଅଜିତ ପାୱାରଙ୍କୁ ୯ଟି ମାମଲାରେ କ୍ଲିନଚିଟ୍‌ ମିଳିଲା, ସେକଥା ଏବେ ବି ସନ୍ଦେହ ଘେରରେ ରହିଛି । ଆଉ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିବ ନିଶ୍ଚୟ । ଏସବୁ ଚର୍ଚ୍ଚା ଭିତରେ କିନ୍ତୁ ଦେଖିବାକୁ ବାକି ରହିଲା ସର୍ବୋଚ୍ଚ ନ୍ୟାୟାଳୟ ଫ୍ଲୋର ଟେଷ୍ଟ ନେଇ କ'ଣ ରାୟ ଦେଉଛନ୍ତି ଏବଂ ସରକାର ଗଢିବା ପାଇଁ ଶପଥ ନେଇଥିବା ବିଜେପି ଏବଂ ଅଜିତ ପାୱାରଙ୍କ ଏନସିପି ବହୁମତ ସାବ୍ୟସ୍ତ୍ୟ କରିପାରୁଛନ୍ତି ନା ନାହିଁ ।

ଆହୁରି ପଢନ୍ତୁ; ଘୋଡ଼ା ବେପାରକୁ ଭୟ, ଫ୍ଲୋର ଟେଷ୍ଟ ପୂର୍ବରୁ ହୋଟେଲରେ ବିଶ୍ୱାସ ପରୀକ୍ଷା