• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

କୋହଲିଙ୍କ କ୍ୟାଚକୁ ପ୍ରଂଶସା କରି ଆକାଶ ଚୋପ୍ରା ହେଲେ ଟ୍ରୋଲ

ଟ୍ୱିଟରରେ କିଛି ପ୍ରଶଂସକ ଆକାଶ ଚୋପ୍ରାଙ୍କୁ ସମାଲୋଚନା କରିଥିଲେ । 

କୋହଲିଙ୍କ କ୍ୟାଚକୁ ପ୍ରଂଶସା କରି ଆକାଶ ଚୋପ୍ରା ହେଲେ ଟ୍ରୋଲ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହିମାଂଶୁ ଶେଖର ସାମଲ, ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଭାରତ ବଡ଼ ବିଜୟ ହାସଲ କରିବା ସହ ସିରଜ ମଧ୍ୟ ଦଖଲ କରିଥିଲା । ଏହାସହ ପୂର୍ବ ଖେଳର ପ୍ରତିଶୋଧ ନେଇଥିଲା ଭାରତ । ଏହି ମ୍ୟାଚରେ ଟିମ ଇଣ୍ଡିଆ ୫୦ ଓଭର ମଧ୍ୟରେ ୨୮୬ ରନ କରିଥିଲା । ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ସମୟରେ କଙ୍ଗାରୁ ଦଳର ମାନର୍ସ ଲାବୁସୋନ ୫୪ ରନର ପାରି ଖେଳିଥିଲେ । ଶେଷରେ ବିରାଟଙ୍କ ହାତରେ କ୍ୟାଚ ହୋଇ ପାଭିଲିୟନ ଫେରିଥିଲେ ମାନର୍ସ ଲାବୁସୋନ । ଷ୍ଟିଭ ସ୍ମିଥଙ୍କ ସହ ଲମ୍ୱା ପାରି ଖେଳିବାକୁ ପ୍ରସ୍ତୁତ ହେଉଥିବା ମାନର୍ସ ଲାବୁସୋନଙ୍କ ଆଉଟ ହେବା ବହୁ ଗୁରୁତ୍ୱ ବହନ କରୁଛି । ବିରାଟ ଏହି କ୍ୟାଚ ଧରିବା ଦ୍ୱାରା ମାନର୍ସ ୫୪ ରନରେ ଆଉଟ ହେବା ସହ ସ୍ମିଥ ଓ ତାଙ୍କ ମଧ୍ୟରେ ୧୨୭ ରନର ପାଟନରସିପ ହୋଇଥିଲା । 

ଏହାକୁ ନେଇ ପୂର୍ବତନ କ୍ରିକେଟ ଖେଳାଳି ତଥା ଭାଷ୍ୟକାର ଆକାଶ ଚୋପ୍ରା ଟ୍ୱିଟ୍ କରି ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାକୁ ନେଇ ଟ୍ୱିଟରରେ କିଛି ପ୍ରଶଂସକ ଆକାଶ ଚୋପ୍ରାଙ୍କୁ ସମାଲୋଚନା କରିଥିଲେ । ଏହାର ପୂର୍ବ ମ୍ୟାଚରେ ମନିଷ ପାଣ୍ଡେ ଆହୁରି ଭଲ କ୍ୟାଚ ଧରିଥିଲେ । ମାତ୍ର ଆପଣ କ'ଣ ପାଇଁ ଏହାର ପ୍ରଶଂସା କରି ନ ଥିଲେ ବୋଲି ୟୁଜର୍ସ ଟ୍ରୋଲ କରିଛନ୍ତି । 

ଆକାଶଙ୍କୁ ସମାଲୋଚନା କରି ଟ୍ୱିଟ କରିବା ପାଇଁ ଜଣେ ପ୍ରଶଂସକ ତାଙ୍କୁ ବିରାଟ କୋହଲିଙ୍କ ଚାମଚା ବୋଲି ଲେଖିଥିଲେ । ଏହାକୁ ନେଇ ଆକାଶ ମଧ୍ୟ ଚୁପ ବସିନଥିଲେ । ଏହାର କଡ଼ା ଜବାବ ଦେବା ସହ ଟ୍ୱିଟ କରି ଲେଖିଛନ୍ତି, ମୋତେ କ୍ଷମା କରନ୍ତୁ । ମୁଁ ୨୦୨୦ରେ ସମସ୍ତ ଭଲ କ୍ୟାଚକୁ ପ୍ରଶଂସା କରିବାକୁ ପ୍ରତିଜ୍ଞା ନେଉଛି । 

ସେ ଆହୁରି ଲେଖିଛନ୍ତି, ମନିଷ ପାଣ୍ଡେ ଯେତେବେଳେ ଏହି କ୍ୟାଚ ଧରିଥିଲେ ମୁଁ କମେଣ୍ଟ୍ରୀ କରୁଥିଲି । ସେତେବେଳେ ମୁଁ ଏହାର ପ୍ରଶଂସା ମଧ୍ୟ କରିଥିଲି । ମୁଁ କମେଣ୍ଟ୍ରୀ କରୁଥିବା ସମୟରେ କିଛି ଟ୍ୱିଟ୍ କରେ ନାହିଁ ବୋଲି ସେ ଜବାବ ଦେଇଥିଲେ । ଅନେକ ସମୟରେ ଆକାଶ ଚୋପ୍ରା କୋହଲିଙ୍କ ପ୍ରଶଂସା କରିବା ସହ ତାଙ୍କ ଖେଳକୁ ନେଇ ସମୀକ୍ଷା କରିଥାନ୍ତି । 

ଆହୁରି ପଢ଼ନ୍ତୁ; ଆଜି ଦିଲ୍ଲୀରେ ପୁରସ୍କୃତ ହେବ ଦୁଇ ସାହସୀ ଓଡ଼ିଆ ଝିଅ