• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଲତିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଅକ୍ଷୟ କୁମାରଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ରିଲିଜ, ୟୁଟୁବରେ କରୁଛି ଧମାଲ

ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କ ପ୍ରଥମ ମ୍ୟୁଜିକ ଭିଡିଓ 'ଫିଲହାଲ' ରିଲିଜ ହୋଇଯାଇଛି । ଯେଉଁଥିରେ ସେ କୃତି ସେନନଙ୍କ ଭଉଣୀ ନୁପୂର ସହ ରୋମାନ୍ସ କରୁଥିବାର ନଜରକୁ ଆସିଛି ।

ଅକ୍ଷୟ କୁମାରଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ରିଲିଜ, ୟୁଟୁବରେ କରୁଛି ଧମାଲ

ନୂଆଦିଲ୍ଲୀ: ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କ ପ୍ରଥମ ମ୍ୟୁଜିକ ଭିଡିଓ 'ଫିଲହାଲ' ରିଲିଜ ହୋଇଯାଇଛି । ଯେଉଁଥିରେ ସେ କୃତି ସେନନଙ୍କ ଭଉଣୀ ନୁପୂର ସହ ରୋମାନ୍ସ କରୁଥିବାର ନଜରକୁ ଆସିଛି ।

ବି ପ୍ରାକ ଏହି ଗୀତରେ ନିଜ ସ୍ୱର ଦେଇଛନ୍ତି । ଏହା ଏକ ଅସଂପୂର୍ଣ୍ଣ ପ୍ରେମ କାହାଣୀ ଉପରେ ଆଧାରିତ ମ୍ୟୁଜିକ ଭିଡିଓ । ଏହି ମ୍ୟୁଜିକ ଭିଡିଓରେ ଦୁଇ ପ୍ରେମୀ ଯୁଗଳ ସମାଜ ଦ୍ୱାରା ଗଢା ଯାଇଥିବା ନିୟମ ଯୋଗୁଁ ଏକାଠି ହୋଇ ପାରି ନଥାଏ ।

ଅକ୍ଷୟ ନିଜ ପ୍ରଥମ ମ୍ୟୁଜିକ ଭିଡିଓକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ସେଥିରେ ସେ ଭିଡିଓର ଲିଙ୍କ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ଇଣ୍ଡଷ୍ଟ୍ରୀରେ ଏତେ ବର୍ଷ ରହିବା ପରେ ମୁଁ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିବାର ନିଷ୍ପତ୍ତି ନେଇଛି । ତାଙ୍କ ପ୍ରଥମ ଭିଡିଓ ୟୁଟୁବରେ ଆସିବା ପରେ ଧମାଲ କରି ଦେଇଛି । ଏହି ଭିଡିଓକୁ ବର୍ତ୍ତମାନ ଯାଏ ୧ କୋଟିରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ବର୍କ ଫ୍ରଣ୍ଟର କଥା ଆଲୋଚନା କରିବା ତେବେ ଫିଲହାଲ ମ୍ୟୁଜିକ ଭିଡିଓ ବ୍ୟତୀତ, ଅକ୍ଷୟ କୁମାରଙ୍କ ନିକଟ ଅତୀତରେ ହାଉସଫୁଲ ୪ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି । ଅତିଶୀଘ୍ର ତାଙ୍କ ଆଉଁ ଫିଲ୍ମ ରିଲିଜ ହେବାକୁ ଯାଉଛି । ସେ ସୂର୍ଯ୍ୟବଂଶୀ ଓ ଗୁଡ ନ୍ୟୁଜରେ ନଜରକୁ ଆସିବେ । ଏହା ବ୍ୟତୀତ ତାଙ୍କ ପାଖରେ ପୃଥ୍ୱୀରାଜ ଚୌହ୍ୱାନଙ୍କ ବାୟୋପିକ, ବଚ୍ଚନ ପାଣ୍ଡେ, ଲକ୍ଷ୍ମୀ ବୋମ ଓ ନିଖିଲ ଆଡଭାନୀଙ୍କ ଫିଲ୍ମ ରହିଛି ।