Advertisement
Article Detail0/zeeodisha/odisha670844
Zee OdishaOther Newsରାଜ୍ୟରେ କାଳବୈଶାଖୀ ସମ୍ଭାବନା, ୬ ଜିଲ୍ଲାକୁ ଆଲର୍ଟ

ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ୬ ଜିଲ୍ଲାକୁ ଆଲର୍ଟ

ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖି.  କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ସୂଚନା ମୁତାବକ କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି। ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ,

ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ୬ ଜିଲ୍ଲାକୁ ଆଲର୍ଟ

ସୌମ୍ୟ ରଞ୍ଜନ ନାୟକ, ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖି.  କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 

ସୂଚନା ମୁତାବକ କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି। ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ହେବ.  ରାଉରକେଲାରେ ଆଜି ଭୋରରୁ ପ୍ରବଳ ବର୍ଷା ହୋଇଛି। ଅନ୍ୟ କଣ୍ଟେନମେଣ୍ଟ ଜୋନରେ ହେବାକୁ ଥିବା କାମକୁ ପ୍ରଶାସନ ବନ୍ଦ ରଖିଛି। 

ଏହାବ୍ୟତୀତ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ନୟାଗଡ଼, ପୁରୀ ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି, ବିଜୁଳି ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଛି।

Add Zee News as a Preferred Source

ଗତ କିଛିଦିନ ହେଲା ସହରର ତାପମାତ୍ରା ବଢିଥିବାରୁ ଆଜିର ବର୍ଷା ସହରବାସୀଙ୍କୁ ଅଶ୍ୱସ୍ତି ଆଣିଦେଇଛି। କିନ୍ତୁ ଏବେ ବର୍ଷା ହେଲେ ଥଣ୍ଡା ଓ ଜ୍ୱର ହେବାର ଆଶଙ୍କା ସୃଷ୍ଟି ସୋଇଛି । ତେଣୁ ଲୋକେ ବର୍ଷା ଠାରୁ ଦୂରରେ ରହିବା ସହ ସତର୍କ ରହିବା ଆବଶ୍ୟକ ନଚେତ କୋରୋନା ପାଇଁ ଏହା ନିଜର କାୟା ବିସ୍ତାର କରିବାରେ ସୁବିଧା ହେବ । ତେଣୁ ଆତଙ୍କିତ ନହୋଇ ସଚେତନ ହେଲେ ସଠିକ୍  ମୁକାବିଲା ଖରିବାରେ ରାଜ୍ୟ ସଫଳ ହେବ ।

About the Author