Advertisement
Article Detail0/zeeodisha/odisha696161
Zee OdishaOther Newsକୋରୋନା ମୁକାବିଲା: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

କୋରୋନା ମୁକାବିଲା: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଦିଲ୍ଲୀରେ କୋରୋନା ମୁକାବିଲା କରିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି |  

 କୋରୋନା ମୁକାବିଲା: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଏହି ମହାମାରୀର ମୁକାବିଲା କରିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି| ଏଥିରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା, ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ଏବଂ ବହୁଜନ ସମାଜ ପାର୍ଟିର ଦିଲ୍ଲୀ ରାଜ୍ୟ ଶାଖା ଅଧ୍ୟକ୍ଷ ଯୋଗ ଦେଇଛନ୍ତି |   

ସେମାନଙ୍କ ସହ କେନ୍ଦ୍ର ଗୃହ ଏବଂ ସ୍ୱାସ୍ଥ୍ୟ ସଚିବ, ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଯୋଗ ଦେଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଜୁନ ୧୫ ତାରିଖ ସୋମବାର ପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧,୧୮୨ରେ ପହଞ୍ଚିଛି ଏବଂ କୋଭିଡ19 ଜନିତ ମୃତ୍ୟୁ ସଂଖ୍ୟା ୧୩୨୭ ରହିଛି | ଦିଲ୍ଲୀର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୦୩୨ ମାମଲା ସକ୍ରିୟ ରହିଥିବା ବେଳେ, ୧୫୮୨୩ ପଜିଟିଭ ସୁସ୍ଥ ହୋଇଛନ୍ତି |

କୋରୋନା ମୁକାବିଲା କରିବାକୁ ନେଇ ଏବେ ଆକ୍ସନ ମୁଡରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶାହ | ଏନେଇ ଗତ ରବିବାର ସେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ | ଅଧିକ ପରିମାଣରେ କୋରୋନା ଟେଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଗୃହମନ୍ତ୍ରୀ |

Add Zee News as a Preferred Source

ଏହା ସହିତ ୪ ଜଣ ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି | ଏହି ଡାକ୍ତରୀ ଦଳ ଦିଲ୍ଲୀରେ କୋଭିଡ -19 ପରେ ପ୍ରଦାନ କରାଯାଇଥିବା ସୁବିଧା ଯାଞ୍ଚ କରିବ ଏବଂ ସରକାରଙ୍କୁ ଆବଶ୍ୟକ ସୁପାରିଶ କରିବ | ଘରୋଇ ଡାକ୍ତରଖାନାରେ କୋଭିଡ19 ପାଇଁ ସଂରକ୍ଷିତ ୬୦ ପ୍ରତିଶତ ବେଡ ହାର ସ୍ଥିର କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | କେନ୍ଦ୍ର ସରକାରଙ୍କ ଉଦ୍ୟମକ୍ରମେ ଭାରତୀୟ ରେଳବାଇ ୫୦୦ କୋଚରେ ଉପସ୍ଥିତ ଥିବା ୮୦୦୦ ବେଡ ଦିଲ୍ଲୀକୁ ଦେବାକୁ ନିଷ୍ପତ୍ତି ନେଇଛି |