ରଥଯାତ୍ରା ଆୟୋଜନ ନେଇ ମିଳୁଛି ସଂକେତ
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ଆସନ୍ତା ୨୩ରେ ପବିତ୍ର ଘୋଷଯାତ୍ରା ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।
ସେପଟେ ରଥଯାତ୍ରାରେ ସେବାୟତମାନେ ମାସ୍କ ପରିଧାନ କରିବେ ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟ ଓ ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରଥଯାତ୍ରା ନେଇ ସରକାରଙ୍କର ଗ୍ରୀନ ସିଗନାଲ ରହିଛି ବୋଲି ସୂଚନା ଦେଇଛନ୍ତି ଦଇତାପତି ନିଯୋଗ ସଭାପତି । ପହଣ୍ଡି ବେଳେ ସେବାୟତମାନେ ଆସାମୀ ଗାମୁଛା ପରିଧାନ କରିବେ ଓ ନୀତି ବେଳେ ମାସ୍କ ପରିଧାନ କରିବେ ।
ଏହା ସହ ରଥଯାତ୍ରା ନୀତି ନେଇ ମଧ୍ୟ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ନିଯୋଗ ସଭାପତି ରବିନ୍ଦ୍ର ଦାସ ମହାପାତ୍ର । ସେପଟେ ୫ ହଜାର ମାସ୍କ ସେବାୟତଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିବା ବେଳେ ବୟନିକା ଆଲୋଚନା କରି ଡିଜାଇନ ପ୍ରସ୍ତୁତ କରି ବରାଦ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସରକାର ରଥଯାତ୍ରା କରନ୍ତୁ ବୋଲି କହିଛନ୍ତି ପିଆଇଏଲ ଆବେଦନକାରୀ । ତେବେ ରଥଯାତ୍ରା ନ ହେଲେ ଆମ ମାନଙ୍କ ପରିଶ୍ରମ ବୃଥା ଯିବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ।
(ଭିଓ୧) ରଥଯାତ୍ରା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ନିଷ୍ପତି ରାଜ୍ୟ ସରକାରଙ୍କର । ଗତକାଲି ନିର୍ଦ୍ଦେଶ ପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଥମେ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟଙ୍କୁ ନେଇ ଆଲୋଚନା ଓ ପରେ ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା ହୋଇଥିଲା । ତେବେ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କର ରହିଛି ଗ୍ରୀନ ସିଗନାଲ । ଆଉ ଏ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ଜୁନ ୨୩ରେ ରଥଯାତ୍ରା ପାଇଁ ୫ ହଜାର ସେବାୟତଙ୍କୁ ପ୍ରଦାନ କରାଯିବ ମାସ୍କ । ବୟନିକା ସହ ଆଲୋଚନା କରି ସ୍ୱତନ୍ତ୍ର ଡିଜାଇନର ମାସ୍କ କରାଯିବ । ଏହାକୁ ଏଏସଜିମାନେ କରିକି ମଧ୍ୟ ଦେବାର ବ୍ୟବସ୍ଥା ହେବ ।
ସେବାୟତମାନେ ନୀତିକାନ୍ତି ବେଳେ ଏହି ସ୍ୱତନ୍ତ୍ର ମାସ୍କ ପରିଧାନ କରିବାକୁ ଥିବା ବେଳେ ପହଣ୍ଡି ବେଳେ ମାସ୍କ ପିନ୍ଧିଲେ ପହଣ୍ଡି ହୋଇପାରିବ ନାହିଁ । ତେଣୁ ସେ ନେଇ ଆସାମୀ ଗାମୁଛା ପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦଇତାପତି ନିଯୋଗ ପକ୍ଷରୁ ଅନୁରୋଧ କରାଯାଇଛି । ତା ସହ ରଥଯାତ୍ରା ନୀତି ଏଯାବତ ହୋଇନଥିବା ବେଳେ ସେ ସଂକ୍ରାନ୍ତରେ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ମଧ୍ୟ ଆଲୋଚନା ହୋଇଛି । କୋବିଡ 19 ଗାଇଡଲାଇନକୁ ନେଇ ସମସ୍ତ ସେବାୟତଙ୍କର ଟେଷ୍ଟ ଓ ଏବେ ହୋମିଓପ୍ୟାଥି ନେଇ ହୋମ କ୍ୱାରାଣ୍ଟାଇନରେ ସମସ୍ତେ ରହିଛନ୍ତି । ଏହି ନିଷ୍ପତିକୁ ନେଇ ଶ୍ରୀମନ୍ଦିରରେ ଦଇତାପତି ନିଯୋଗର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ନିଯୋଗର ସଭାପତି । ସେପଟେ ରାଜ୍ୟ ସରକାର ତତ୍ପର ରହିଛନ୍ତି ଦୁଇ ଦିନ ଭିତରେ ରଥଯାତ୍ରାକୁ ନେଇ ଚୁଡାନ୍ତ ରୁପରେଖ ଆସିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।
କୋରୋନା କଟକଣାକୁ ଅନୁପାଳନ କରି ମହାପ୍ରଭୁଙ୍କ ରଥଯାତ୍ରା କରାଯାଉ । ଏଭଳି ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଯେଭଳି ବିନା ଭକ୍ତରେ ସ୍ନାନ ପୁର୍ଣ୍ଣିମା କରାଗଲା ସେହିଭଳି ବିନା ଭକ୍ତରେ ରଥଯାତ୍ରା କରାଯାଉ । ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବା ଦରକାର । ସେପଟେ ରଥ ନିର୍ମାଣ ସରିବାକୁ ଯାଇଥିବା ବେଳେ ଜୁନ ୨୨ରେ ରଥ ଆଜ୍ଞାମାଳ ବିଜେ ନୀତି ପରେ ରଥ ରହିବ ସିଂହଦ୍ୱାରରେ । ତା'ପରେ ମହାପ୍ରଭୁ ବିରାଜମାନ କରିବେ । ଆଉ ଯଦି ତାହା ନ ହେଲା ତେବେ ସମସ୍ତ ରଥ ନିର୍ମାଣ ସେବାୟତଙ୍କର ପରିଶ୍ରମ ଓ ନିଷ୍ଠା ସବୁ ବ୍ୟର୍ଥ ଯିବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ।
ସ୍ନାନ ପୂର୍ଣ୍ଣିମାରେ ସଅଳ ନୀତି କରିଥିବାରୁ ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଦିଆଯାଇଥିବା ସହ ଭକ୍ତମାନେ ଘରେ ରହି ସରକାରଙ୍କୁ ସହଯୋଗ କରିଥିବାରୁ ସେମାନଙ୍କୁ ବି ଧନ୍ୟବାଦ ଦିଆଯାଇଛି । ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଦିଆଯାଇଥିବା ସହ ସେବାୟତଙ୍କ କଲ୍ୟାଣ ପାଇଁ ପ୍ରଥମେ 5ହଜାର ଓ ଏବେ ପୁଣି ଆଉ ୫ ହଜାର ପ୍ରତି ପରିବାରକୁ ଦିଆଯିବାର ନିଷ୍ପତି ହୋଇଛି ।