Advertisement
Article Detail0/zeeodisha/odisha689455
Zee OdishaOther Newsଏଣିକି ଦିଲ୍ଲୀରେ ଖୋଲିବ ଦୋକାନ, ସପ୍ତାହେ ପର୍ଯ୍ୟନ୍ତ ବର୍ଡର ସିଲ୍

ଏଣିକି ଦିଲ୍ଲୀରେ ଖୋଲିବ ଦୋକାନ, ସପ୍ତାହେ ପର୍ଯ୍ୟନ୍ତ ବର୍ଡର ସିଲ୍

ଏଣିକି ଦିଲ୍ଲୀରେ ସମସ୍ତ ଦୋକାନ ବଜାର ଖୋଲିବା ନେଇ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର | 

ଏଣିକି ଦିଲ୍ଲୀରେ ଖୋଲିବ ଦୋକାନ, ସପ୍ତାହେ ପର୍ଯ୍ୟନ୍ତ ବର୍ଡର ସିଲ୍

ନୂଆଦିଲ୍ଲୀ: ଜୁନ ପହିଲାରୁ ଲାଗୁ ହେଉଥିବା କେନ୍ଦ୍ର ସରକାରଙ୍କ ଅନଲକ-୧ ନିଷ୍ପତ୍ତି ଦିଲ୍ଲୀରେ କାର୍ଯ୍ୟକାରୀ ହେବ | ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଅନଲକ-୧ ଫର୍ମୁଲା ଆଧାରରେ ଏଣିକି ଦିଲ୍ଲୀରେ ସମସ୍ତ ଦୋକାନ ବଜାର ଖୋଲିବ ମାତ୍ର ସ୍ପା ସେଣ୍ଟର ଖୋଳିବାକୁ ଅନୁମତି ମିଳିବ ନାହିଁ | ଏହା ସହିତ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିଲୀ ବର୍ଡର ସିଲ ରହିବ | ପୂର୍ବ ଭଳି ଦିଲ୍ଲୀରେ ଜାରି ରହିବ ଜରୁରୀକାଳୀନ ସେବା |

ଦିଲ୍ଲୀରେ ଅନଲକ-୧ ଫର୍ମୁଲା ଲାଗୁ ହେବା ପ୍ରସଙ୍ଗରେ ମତ ରଖି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଅନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି ତାହା ଜାରି ରହିବ | ସେଲୁନ ଖୋଲିବ ମାତ୍ର ସ୍ପା ସେଣ୍ଟର ଖୋଲିବାକୁ ଅନୁମତି ମିଳିବ ନାହିଁ | ଅଟୋ, ଇ-ରିକ୍ସାରେ ଲୋକଙ୍କ ବସିବା ଉପରେ କଟକଣାକୁ ହଟାଯିବ | ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ଲୋକଙ୍କୁ ଜଣାଇ ଦିଆଯାଇଛି | କାର ଏବଂ ସ୍କୁଟରରେ ଲୋକଙ୍କ ବସିବା ଉପରେ ପ୍ରତିବନ୍ଧକ ରହିବ ନାହିଁ | ମାର୍କେଟରେ ସମସ୍ତ ଦୋକାନ ଖୋଲିବ | ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ | ସମସ୍ତ ଇଣ୍ଡଷ୍ଟ୍ରି ଖୋଲିବାକୁ ଅନୁମତି ମିଳିବ | 

ବର୍ଡର ଖୋଲିବା ନେଇ ଦିଲ୍ଲୀବାସୀଙ୍କୁ ପ୍ରସ୍ତାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ବଢିବାରେ ଲାଗିଛି | ଯଦି ଦିଲ୍ଲୀର ସୀମାକୁ ଖୋଲି ଦିଆଯାଏ ଦେଶର ବିଭିନ୍ନ ଭାଗରୁ ଲୋକ ଏଠାକୁ ଚିକିତ୍ସା ଆସିବେ | କାରଣ ଏଠାରେ ମାଗଣା ଏବଂ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି | ଯଦି ଏପରି ହୁଏ ଦିଲ୍ଲୀର ସମସ୍ତ ହସ୍ପିଟାଲରେ ବେଡ ଭର୍ତ୍ତି ହୋଇଯିବ | ଏଭଳି ସ୍ଥିତିରେ ଦିଲ୍ଲୀର ବର୍ଡର ଖୋଲିବା ଠିକ ନାଁ ଭୁଲ ସେ ନେଇ ଦିଲ୍ଲୀବାସୀଙ୍କ ପ୍ରସ୍ତାବ ମାଗିଛନ୍ତି ସେ |

Add Zee News as a Preferred Source

ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀର ବାସିନ୍ଦା ନିଜର ମତାମତ ଜାରି ହୋଇଥିବା ହ୍ୱାଟ୍ସଆପ ନମ୍ବର ୮୮୦୦୦୦୭୭୨୨ କିମ୍ବା ୧୦୩୧ ନମ୍ବରକୁ ଫୋନ କରି ଜଣାଇପାରିବେ | ଅନ୍ୟ ପଟେ delhicm.suggestions@gmail.com ମେଲ ଆଇଡିକୁ ପଠାଇ ପାରିବେ | ବର୍ତ୍ତମାନ ସ୍ଥିତିରେ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି  ଆସନ୍ତାକାଲି ଏକ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର | ଯାହା  ମାଧ୍ୟମରେ ଦିଲ୍ଲୀରେ ଥିବା ମେଡିକାଲରେ କେତେ ବେଡ ଖାଲି ଅଛି ତାହା ଜଣାପଡିବ |