ଗ୍ରୀନ ଇଡେନରେ ପିଙ୍କର ଝଲକ

ଆଜିଠାରୁ ଆରମ୍ଭ ହୋଇଛି ଭାରତ ବାଂଲାଦେଶ ସିରିଜର ଦ୍ୱିତୀୟ ତଥା ପ୍ରଥମ ଦିଵାରାତ୍ରୀ ଟେଷ୍ଟ ମ୍ୟାଚ 

ଗ୍ରୀନ ଇଡେନରେ ପିଙ୍କର ଝଲକ
ସୌଜନ୍ୟ: ସୋସିଆଲ ମିଡିଆ

ଗୌରଭ ସାମଲ, ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଭାରତ ବାଂଲାଦେଶ ସିରିଜର ଦ୍ୱିତୀୟ ତଥା ପ୍ରଥମ ଦିଵାରାତ୍ରୀ ଟେଷ୍ଟ ମ୍ୟାଚ । କୋଲକାତାର ଇଡେନ ଗାର୍ଡେନ ଠାରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ନିଜର ପ୍ରଥମ ଦିଵରାତ୍ରୀ ଟେଷ୍ଟ ମ୍ୟାଚ ବା ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳୁଛି । ଏଥିପାଇଁ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଦର୍ଶକଙ୍କ ଭିଡ଼ ।

୨୦୧୫ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ପ୍ରଥମ ଆନ୍ତର୍ଜାତୀୟ ଦିବାରାତ୍ର ଟେଷ୍ଟ ଖେଳାଯାଇଥିଲା । ଗତ ବର୍ଷ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳାଯିବ ବୋଲି ଚର୍ଚ୍ଚା ହୋଇଥିଲେ ମଧ୍ୟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅନିଚ୍ଛା ପ୍ରକାଶ କରିଥିଲେ । ଭାରତ ପ୍ରଥମେ ଘରୋଇ ମାଟିରେ ଦିବାରାତ୍ର ଟେଷ୍ଟ ଖେଳିବା କଥା ବୋଲି ବୟାନ ଦେଇଥିଲେ ।

ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲୀଙ୍କ ପ୍ରଚେଷ୍ଠା ଯୋଗୁଁ ଇଡେନ ଠାରେ ଆଜି ପ୍ରଥମ ଦିଵରାତ୍ରୀ ଟେଷ୍ଟ ମ୍ୟାଚ ସମ୍ଭବ ହୋଇପାରିଛି । ଏଥିପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମ 4 ଦିନ ପାଇଁ ଟିକେଟ ବହୁତ କମ ସମୟ ଭିତରେ ବିକ୍ରି ହୋଇଯାଇଥିଲା ।

ଶୃଙ୍ଖଳାରେ ପ୍ରଥମରୁ ୧-୦ ରେ ଭାରତୀୟ ଦଳ ଆଗୁଆ ଥିବା ବେଳେ ବାଂଲାଦେଶ ଦଳ ଠାରୁ କଡ଼ା ଟକ୍କର ମିଳିବ ବୋଲି ଆଶା କରାଯାଉଛି । ମ୍ୟାଚଟିକୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ୍‌ ହସୀନା, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମାଷ୍ଟ୍ରର ବ୍ଳାଷ୍ଟ୍ରର ସଚିନ ତେନ୍ଦୁଲକର ମ୍ୟାଚ ଆରମ୍ଭ ହେବା ଆଗରୁ ଖେଳାଳୀଙ୍କ ସହିତ ସାକ୍ଷାତ କରିଥିଲେ । ଏଥିସହ ଅନେକ ପୂର୍ବତନ ଖେଳାଳି ଓ ରାଜନେତା ମାନେ ଷ୍ଟାଡିୟମ ଆସି ମ୍ୟାଚ ଉପଭୋଗ କରିଛନ୍ତି ।

ମ୍ୟାଚଟି ଅପରାହ୍ନ ୧ଟାରେ ଆରମ୍ଭ ହୋଇ ସନ୍ଧ୍ୟା ୮ଟାରେ ସରିବାର ନିର୍ଦ୍ଧିଷ୍ଟ ସମୟ ରହିଛି । ଆଗରୁ କୁକାବୁର ବଳରେ ଦିଵରାତ୍ରୀ ଟେଷ୍ଟ ଖେଳାଯାଉଥିବା ବେଳେ ପ୍ରଥମ ଥର ପାଇଁ ଏସଜି ବଲରେ ଏହି ମ୍ୟାଚ ଖେଳାଯାଉଛି ।