)
ଅଜୟ ନାଥ, ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପ୍ରଶାସନର ରାଜସ୍ୱ ବିଭାଗ ଓ କୃଷି ବିଭାଗ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବାର ଅଭିଯୋଗ କରିଛି ଚାଷୀ।ସମ୍ବଲପୁର ଜିଲ୍ଲାରେ ୨୦୨୦ ମସିହା ଅଗଷ୍ଟ ୨୮ ତାରିଖରେ ହିଣ୍ଡାଲକୋ କମ୍ପାନୀରୁ ଗ୍ୟାସ ଲିକ ହେବା ଫଳରେ ୧୪୭ ଏକର ଧାନ ଫସଲ ନଷ୍ଟ ହେବାର କଷ୍ଟ ସହିଥିଲେ ଚାଷୀ।
ସରକାରୀ ଆକଳନ ଅନୁଯାୟୀ ରାଜସ୍ୱ ବିଭାଗ ଏବଂ କୃଷି ବିଭାଗର ଆକଳନ ଅନୁଯାୟୀ ଏକଡ଼ କୁ 13000 ଟଙ୍କା କ୍ଷତିପୂରଣ ବାବଦରେ ଦେବା ପାଇଁ ସ୍ଥିର କରାଯାଇଥିଲା।କିନ୍ତୁ ବାରମ୍ବାର ତହସିଲଦାର ଅଫିସ ଏବଂ ଜିଲ୍ଲା କୃଷି ଅଧିକାରୀ ଙ୍କର ଅଫିସ କୁ ଗଲେ ମଧ୍ୟ ଚାଷୀଙ୍କୁ କ୍ଷତି ପୁରଣ ଟଙ୍କା ନ ମିଳିବାରୁ ବାଧ୍ୟ ହୋଇ ଚାଷୀ ଜିଲା କୃଷି ଅଧିକାରୀ ଙ୍କୁ ଘେରିଥିଲା।
ହିଣ୍ଡାଲକୋ କମ୍ପାନୀରୁ ଗ୍ୟାସ ଲିକ ହେବା ଫଳରେ ବହୁତ କ୍ଷତି ସହିଥିଲେ ଚାଷୀ । ଚାଷୀଙ୍କୁ କ୍ଷତିପୂରଣ ଦେବା ସହିତ ଏହାର ସ୍ଥାୟୀ ସମାଧାନ ଦାବି କରି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା ଚାଷୀ ସଂଗଠନ । ସୂଚନାନୁସାରେ, ଅଗଷ୍ଟ 28 ତାରିଖ 2020 ମସିହାରେ ହୀରାକୁଦ ହିଣ୍ଡାଲକୋ କମ୍ପାନୀରୁ ନିର୍ଗତ ପ୍ରଦୂଷିତ ଫ୍ଲୋରାଇଡ଼ ଗ୍ୟାସ ଓ ଜଳ ନିର୍ଗତ ହୋଇଥିଲା । ଏଥିରେ ସରକାରୀ ଆକଳନ ଅନୁଯାୟୀ ୧୪୭ ଏକର ଚାଷ ଜମି ନଷ୍ଟ ହୋଇଥିଲା ।
କେବଳ ଗତ ବର୍ଷ ନୁହେଁ ପ୍ରାୟ ପ୍ରତ୍ୟେକ ବର୍ଷ ଏପରି ହୋଇ ଶହ ଶହ ଏକର ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ସଙ୍ଗଠନ ।ଗୋଟିଏ ପଟେ ସରକାରୀ ଆକଳନ ଅନୁଯାୟୀ ୧୪୭ ଏକଡ଼ ଧାନ ଫସଲ ନଷ୍ଟ ହୋଇଥିବାର ରେକର୍ଡ ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ୬୦ ଏକର ବୋଲି କେମିତି କହୁଛନ୍ତି ସରକାର ପ୍ରଶ୍ନ କରିଛି ଚାଷୀ। ଏ କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବାର ଅଭିଯୋଗ କରିଛି ଚାଷୀ।
ଗତବର୍ଷ ୧୪୭ ଏକର ଫସଲ ହାନୀ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟରେ ହିଣ୍ଡାଲକୋ କମ୍ପାନୀ ପ୍ରତି ଅନୁକମ୍ପା ଦେଖାଇ ଫସଲହାନୀର ପରିମାଣକୁ ହ୍ରାସ କରାଯାଇ ୧୪୭ ଏକରକୁ ସିଧା ୬୦ ଏକର କରିଦିଆଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ୨୦୦ ଏକରର ଘୋଟଲା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାର କ୍ଷତି ପୂରଣ ମିଳିଥିଲା।ଏପରି କର୍ଯ୍ୟରେ ପ୍ରଶାସନର ହାତ ଥିବା ଅଭିଯୋଗ କରିଛି କୃଷ ସଂଗଠନ ।
ଏ ନେଇ ସଂପୃକ୍ତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହି ସମସ୍ୟାର ସ୍ଥାୟୀ ସମାଧାନ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବି କରି ଜିଲ୍ଲା କୃଷି ଅଧିକାରୀଙ୍କୁ ଭେଟିଥିଲେ ଚାଷୀ । ଏ ବାବଦରେ କୃଷି ଅଧିକାରୀଙ୍କୁ ପଚାରିବାରୁ ସେ କହିଥଲେ ଯେ ଆମେ ରାଜସ୍ୱ ବିଭାଗ କୁ ସମସ୍ତ ତଥ୍ୟ ପ୍ରଦାନ କରିସାରିଛୁ, ବାକି ଯାହା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବେ। କୁଆଡେ ଗଲା ୮୮ ଏକରର କ୍ଷତିପୂରଣ ଟଙ୍କା? ଏଥିପାଇଁ ଦାୟୀ କିଏ? କି ହିଣ୍ଡାଲକୋ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଟଙ୍କା ଭୁତ ଖାଇଯାଇଛି। ଏ ବାବଦରେ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।