ସୁନ୍ଦର ତ୍ୱଚା ପାଇଁ ଏଲୋବେରା ଅତ୍ୟନ୍ତ ଲାଭଦାୟକ
Advertisement

ସୁନ୍ଦର ତ୍ୱଚା ପାଇଁ ଏଲୋବେରା ଅତ୍ୟନ୍ତ ଲାଭଦାୟକ

ଏଲୋବେରା ଆମ ଶରୀରର ସ୍ୱାସ୍ଥ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । 

file photo

ରୁକ୍ମଣୀ ଯାଦବ, ଭୁବନେଶ୍ୱର: ଏଲୋବେରା ଆମ ଶରୀର ସ୍ୱାସ୍ଥ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । ଏଲୋବେରାକୁ ଆୟୁର୍ବେଦିକ ଭାଷାରେ ଘିକୁଆଁରୀ କୁହାଯାଏ । ଏଲୋବେରାକୁ ବ୍ୟବହାର କଲେ ଆପଣ ଅନେକ ରୋଗରୁ ମୁକ୍ତି ପାଇ ପାରିବେ । ପ୍ରାକୃତିକ ଔଷଧୀୟ ଗୁଣରେ ଭରପୁର ଥିବା ଏଲୋବେରା ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଏଥିରେ ଭିଟାମିନ, ମିନେରାଲ, ଓ  ଆଣ୍ଟିଅକ୍ସିଡେଣ୍ଟସ ରହିଥାଏ । ତେବେ ଆସନ୍ତୁ ଜାଣିବା ଏଲୋବେରା ବ୍ୟବହାର କରି ଆମେ କେଉଁ କେଉଁ ରୋଗରୁ ମୁକ୍ତି ପାଇପାରିବା ।

  • ଏଲୋବେରା ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ
  •  ଲିଭର ଡିସଅର୍ଡ଼ର, ଏନିମିଆ, ପୋଲିଓ ଭଳି ରୋଗ ପାଇଁ ଏଲୋବେରା ଲାଭଦାୟକ
  • ଭୋକ ବଢାଇବା ସହ ପେଟ ସଫା କରିବାରେ ମଧ୍ୟ ଏଲୋବେରା ହିତକାରକ
  • ସୁନ୍ଦରତା ପାଇଁ ଏଲୋବେରା ବେଶ ଲାଭଦାୟକ

ଚମକୁଥିବା ତ୍ୱଚା ପାଇବା ପାଇଁ ଏଲୋବେରା ବହୁତ ଲାଭଦାୟକ । ତ୍ୱଚାକୁ କୋମଳ ରଖିବା ସହ ଏହା ତ୍ୱଚା ସମ୍ବନ୍ଧୀୟ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏଲୋବେରା ମୁଣ୍ଡରେ ଲଗାଇବା ଦ୍ୱାରା ରୂପୀ ମଧ୍ୟ ଭଲ ହୋଇଥାଏ ।