ଅଯୋଧ୍ୟାରେ କୋରୋନା ଆତଙ୍କ...
Advertisement

ଅଯୋଧ୍ୟାରେ କୋରୋନା ଆତଙ୍କ...

ମାଂସ ବିକ୍ରି ବନ୍ଦ...

ଅଯୋଧ୍ୟାରେ କୋରୋନା ଆତଙ୍କ...

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନାର ଆତଙ୍କ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ବେଶ ଚିନ୍ତା ମଧ୍ୟ ପ୍ରକାଶ ପାଇଛି। ଏହାର ପ୍ରଭାବରେ ଭାରତରେ ମଧ୍ୟ ୩ ଜଣ ଆକ୍ରାନ୍ତ ହୋଇପଡ଼ିଛନ୍ତି। ଜାପାନରେ ମଧ୍ୟ ଏହି କୋରୋନା ଆତଙ୍କ ବେଶ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ତେବେ ଅଯୋଧ୍ୟାରେ ମଧ୍ୟ କୋରୋନା ଆତଙ୍କ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ବେଶ ଗୁରୁତ୍ତ୍ୱପୂର୍ଣ୍ଣ। ଆତଙ୍କ ଶୁଣିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଯୋଧ୍ୟାରେ ଆର୍ଲଟ ଜାରି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ କୌଣସି ପ୍ରକାର ମାଂସ ବିକ୍ରି କରାଯାଇ ପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।  

ଅଧିକ ପଢନ୍ତୁ: କୋରୋନାକୁ ନେଇ ଚୀନର ଚାଞ୍ଚଲ୍ୟକର ତଥ୍ୟ

ସେପଟେ ଏହି ଆର୍ଲଟ ଜାରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଆତଙ୍କ ଖେଳିଯାଇଛି। ଲୋକମାନେ ସତର୍କତା ଆରମ୍ଭ କରିଦେଇଥିବା ବେଳେ ନିରାମିଷକୁ ଏକ ପ୍ରକାର ବର୍ଜନ କରିଦେଇଛନ୍ତି। ଅନୁରୂପ ଭାବେ ଉତ୍ତରପ୍ରଦେଶର ରାଜଧାନୀରେ ଲକ୍ଷ୍ନୌରେ ଚାଇନା ଜିନିଷକୁ ବର୍ଜନ କରାଯାଇଛି। ଫଳରେ ଚାଇନା ଜିନିଷର ଦର ମଧ୍ୟ ବେଶ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ବିଶେଷ କରି ଚାଇନାରୁ ଆମଦାନୀ ହେଉଥିବା ଇଲେକ୍ଟ୍ରୋନିକ୍ସ ବସ୍ତୁର ଦାମ ୧୦ ରୁ ୧୨ ପ୍ରତିଶତ ବୃଦ୍ଧି ପାଇଛି।  

ନାକାରେ ଇଲେକ୍ଟ୍ରୋନିକ୍ସ ବସ୍ତୁର କାରବାର ମଧ୍ୟ ବେଶ ଖସିଛି। କୋରୋନା ପ୍ରଭାବରେ ଚିନି ଏଲଇଡ଼ି ଟିଭିର ଦାମ ୬୦୦ ରୁ ଏକ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୫୨ ଇଞ୍ଚର ଟିଭି ମଧ୍ୟ ୫ ହଜାରରୁ ୬ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେହିପରି ସ୍ପିକରର ଦାମ ଶହେରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେପଟେ  ବ୍ଲ୍ୟୁଟୁଥ ସ୍ପିକର ବଜାରରେ ଘୋର ନିଅଣ୍ଟ ଦେଖା ଦେଇଛି। ଯେଉଁ ଦୋକାନୀଙ୍କ ନିକଟରେ ଏହି ସ୍ପିକରର ରହିଛି ତାହାକୁ ଚଢା ଦାମରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।  

ଅଧିକ ପଢନ୍ତୁ: ବିମାନ ଯାତ୍ରା ଠାରୁ ମହଙ୍ଗା ଟ୍ରେନ ଯାତ୍ରା

କେବଳ ଏତିକି ନୁହେଁ, ମାସ୍କର ଦାମ ମଧ୍ୟ ଆକାଶ ଛୁଆଁ ହୋଇଛି। ଜଣେ ବେପାରୀ କହିଛନ୍ତି କି, ମାସ୍କର କିଣା  ମୂଲ୍ୟ ଯଥେଷ୍ଟ କମ ରହିଥିଲା। ଏହା ୫୦ ପଇସାରେ ମଧ୍ୟ ମିଳି ଯାଉଥିଲା। ମାତ୍ରା ଏହାର ଦର ବଢି ବର୍ତ୍ତମାନ ସୁଦ୍ଧା ୬ ଟଙ୍କାରେ ପହଞ୍ଚି ଗଲାଣି। ତେବେ ଏହାର କୋରୋନା ପ୍ରଭାବରେ ବଢିଥିବା ନେଇ ସେ କହିଛନ୍ତି।