)
ଭୁବନେଶ୍ୱର: ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ରହିଥିବା ବେଳେ ଏପର୍ଯ୍ୟନ୍ତ ୨୧ ଜଣ ସୁସ୍ଥ ହେଲେଣି । ସେହିପରି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ଏବେ ମାତ୍ର ୩୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ଆଉ ଏହି ସୂଚନା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି ।
ସେହିପରି ଖୋର୍ଦ୍ଧ ଜିଲ୍ଲାକୁ ହଟସ୍ପଟ ଜିଲ୍ଲା ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଆଉ ଏହା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି । ରାଜଧାନୀ ଭୁବନେଶ୍ୱରରେ କୋରୋନାକୁ ଯେପରି ମାତ୍ ଦେଇ ହେବ, ସେନେଇ ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣେଇଛନ୍ତି ରାଜ୍ୟ ସରକାର । ଆସନ୍ତା ସପ୍ତାହେ ମଧ୍ୟରେ ଭୁବନେଶ୍ୱରରେ ୫ ହଜାର ନମୂନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି ।
#AmaKrushi live call centre no-18001025166 has been made operational by @farddept to provide assistance to the farmers and bring solutions to problems in agriculture which will work everyday (Monday to Saturday) from 12 Noon to 8 PM. 4/4
— H & FW Dept Odisha (@HFWOdisha) April 17, 2020
ଅନ୍ୟପଟେ ଲକଡାଉନ୍ ଯୋଗୁ କୃଷି କାର୍ଯ୍ୟରେ ଯେପରି ବାଧା ନଉପୁଜିବ, ସେନେଇ ଗୁରୁତ୍ୱ ଦିଆଯାଇଛି । କୃଷି ଓ କୃଷିଜାତ ସମସ୍ୟାର ସମାଧାନ ତଥା କୃଷକମାନଙ୍କ ସହାୟତା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ 'ଆମ କୃଷି' ଲାଇଭ କଲ ସେଣ୍ଟର ନଂ - ୧୮୦୦୧୦୨୫୧୬୬ ଜାରି କରାଯାଇଛି। ଏହି ନମ୍ବରଟି ସୋମବାରରୁ ଶନିବାର ପ୍ରତ୍ୟହ ଦିନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ।