ଆମେରିକା-ଚାଇନା ମଧ୍ୟରେ ଟ୍ରେଡ ୱାର ଜାରି, ୩୩ କମ୍ପାନୀ ବ୍ଲାକ ଲିଷ୍ଟେଡ
Advertisement
Article Detail0/zeeodisha/odisha685998

ଆମେରିକା-ଚାଇନା ମଧ୍ୟରେ ଟ୍ରେଡ ୱାର ଜାରି, ୩୩ କମ୍ପାନୀ ବ୍ଲାକ ଲିଷ୍ଟେଡ

ଚୀନ ସହ ଚାଲିଥିବା ଟ୍ରେଡ ୱାର ଯ଼ୁଦ୍ଧରେ ୩୩ଟି ଚାଇନିଜ କମ୍ପାନୀକୁ କଳା ତାଲିକାଭୂକ୍ତ କରିଛି ଆମେରିକା |  

ଆମେରିକା-ଚାଇନା ମଧ୍ୟରେ ଟ୍ରେଡ ୱାର ଜାରି, ୩୩ କମ୍ପାନୀ ବ୍ଲାକ ଲିଷ୍ଟେଡ

ୱାଶିଂଟନ: ସମଗ୍ର  ବିଶ୍ୱରେ କୋରୋନା ବିରୋଧି ଯୁଦ୍ଧ ଜାରି ରହିଛି | ହେଲେ ଅନ୍ୟ ପଟେ ଆମେରିକା-ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟକ ଯୁଦ୍ଧ(ଟ୍ରେଡ ୱାର) ଥମିବାର ନାଁ ଧରୁନାହିଁ |  ବିଶ୍ୱର ବିଭିନ୍ନ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଥିବା ଚୀନର ପ୍ରାୟ ୩୩ଟି କମ୍ପାନୀକୁ କଳା ତାଲିକାଭୂକ୍ତ(ବ୍ଲାକ ଲିଷ୍ଟେଡ) କରିଛି ଆମେରିକା |  ଡ୍ରାଗନ ସେନା ସହ ଏହି ବ୍ଲାକ ଲିଟେଷ୍ଟଙ୍କ କମ୍ପାନୀ ସମ୍ପର୍କ ରହିଥିବା ଅଭିଯୋଗ ଆସିଛି |  

ଚୀନ ପକ୍ଷରୁ ହଂକଂରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବା ନେଇ ଘୋଷଣା କରିବାର ଦିନକ ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକୀୟ ବାଣିଜ୍ୟ ବିଭାଗ | ଏନେଇ ଜାରି ହୋଇଥିବା ବୟାନରେ ବିଭାଗ ପକ୍ଷରୁ କୁହାଯାଇଛି ମାନବାଧିକାର ଉଲଂଘନ,  ଚୀନରଲ ଦମନକାରୀ ଅଭିଯାନ ବେଳେ ହୋଇଥିବା, ଦୁର୍ବ୍ୟବହାର, ମାନମାନି ଜାରି ରଖିବା, ଜୋରଜବରଦସ୍ତ  କାମ କରାଇବା, ସଂଖ୍ୟାଲଘୁ ଉଇଘୁର ମୁସଲମାନଙ୍କ  ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ  ନଜର ରଖିବାରେ ଏହି କଳା ତାଲିକାଭୂକ୍ତ ହୋଇଥିବା ଚାଇନିଜ କମ୍ପାନୀଙ୍କ ଭୂମିକା ରହିଛି |    

ଏହି କମ୍ପାନୀଙ୍କ ମଧ୍ୟରୁ ୭ଟି ଚୀନ ହାଇଟେକ୍ନୋଲୋଜି ସର୍ଭିଲାନ୍ସକୁ ମଜବୁତ କରିବା କାର୍ଯ୍ୟରେ ନିୟୋଜିତ ଥିଲେ | ଅନ୍ୟ ୨୪ଟି କମ୍ପାନୀ ଚୀନ ସେନା ଦ୍ୱାରା ବ୍ୟବହାର କରାଯାଉଥିବା ଉପକରଣ ଆମଦାନୀରେ ସାମିଲ ଥିଲେ | ଗତ ବର୍ଷ ଏପରି ୨୮ଟି ଚାଇନିଜ କମ୍ପାନୀକୁ ବ୍ଲାକ ଲିଷ୍ଟେଡ କରାଯାଇଛି | ଏହି କମ୍ପାନୀ ବିରୁଦ୍ଧ ଉଇଘୁର ସମ୍ପ୍ରଦାୟ ସହ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ଥିଲା | ଏହି ସୂଚୀରେ କିଛି ଟପ୍ ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସି ଷ୍ଟାଟ ଅପ୍ ଏବଂ ଭିଡିଓ ଉପରେ ନଜର ରଖୁଥିବା କମ୍ପାନୀ ସାମିଲ ରହିଛି | 

 

;