Advertisement
Article Detail0/zeeodisha/odisha669610
Zee OdishaOther Newsଚୀନ ବିପକ୍ଷରେ ମାମଲା ରୁଜୁ କରିବ ଆମେରିକା

ଚୀନ ବିପକ୍ଷରେ ମାମଲା ରୁଜୁ କରିବ ଆମେରିକା

ସମଗ୍ର ବିଶ୍ୱରେ କୋରୋନା ମହାମାରୀ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହି କୋରୋନା ଚୀନକୁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଚୀନ ବିରୋଧରେ ଏବେ ସମଗ୍ର ବିଶ୍ୱ ଏକଜୁଟ ହେବାରେ ଲାଗିଛି। ଜାପାନ, ଆମେରିକା, ଦକ୍ଷିଣ କୋରିଆ ପ୍ରଭୃତି ଚୀନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ମଧ୍ୟରେ ଆମେରିକା ପାଦେ

 ଚୀନ ବିପକ୍ଷରେ ମାମଲା ରୁଜୁ କରିବ ଆମେରିକା

ଓ୍ୱାସିଂଟନ: ସମଗ୍ର ବିଶ୍ୱରେ କୋରୋନା ମହାମାରୀ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହି କୋରୋନା ଚୀନକୁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଚୀନ ବିରୋଧରେ ଏବେ ସମଗ୍ର ବିଶ୍ୱ ଏକଜୁଟ ହେବାରେ ଲାଗିଛି। ଜାପାନ, ଆମେରିକା, ଦକ୍ଷିଣ କୋରିଆ ପ୍ରଭୃତି ଚୀନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ମଧ୍ୟରେ ଆମେରିକା ପାଦେ ଆଗରେ ରହିଛି। ଚୀନ ବିରୋଧରେ ଖୁବ ଶୀଘ୍ର ମାମଲା ରୁଜୁ କରିବାକୁ ଯାଉଛି ଆମେରିକା। ଏଥିପାଇଁ ଆମେରିକା ସଂସଦରେ ଚୀନ ବିରୋଧରେ ବିଧେୟକକୁ ମଧ୍ୟ ଉପସ୍ଥାପିତ କରିଛି।

ଏହି ବିଧେୟକ ପାରିତ ହେବା ପରେ ଆମେରିକାରେ ମହାମାରୀ ସେ ହୋଇଥିବା ଜୀବନହାନୀ ଓ ଆର୍ଥିକ କ୍ଷତି ପୁରଣ ପାଇଁ ସଂଘୀୟ ଅଦାଲତରେ ମାମଲା ରୁଜୁ କରିପାରେ। ଏହି ବିଧେୟକକୁ ଆମେରିକାର ଉଭୟ ଗୃହରେ ମଧ୍ୟ ଆମେରିକା ସରକାର ପାରିତ କରାଇବା ପାଇଁ ଉପସ୍ଥାପିତ କରିସାରିଛି। 

ସୂଚନା ଯୋଗ୍ୟ ଏହି କୋରୋନା ଭାଇରସ ପାଇଁ ଆମେରିକା ଚୀନକୁ ଦାୟୀ କରି ଆସୁଛି। ତେବେ ଆମେରିକାକୁ ଫ୍ରାନ୍ସ ଓ ବ୍ରିଟେନ ମଧ୍ୟ ବେଶ ଆକ୍ରାମକ ହୋଇ ପଡ଼ିଛନ୍ତି। ଏହି ଦୁଇ ଦେଶ ମଧ୍ୟ କୋରୋନା ସହିତ ସମସ୍ତ ତଥ୍ୟର ଉତ୍ତର ମଧ୍ୟ ଦେବାକୁ ବାଧ୍ୟ ବୋଲି ଦୁଇ ଦେଶ କହିଛନ୍ତି। ଏହା ସହିତ ଦୁଇଦେଶ ଚୀନ ସହିତ ସମସ୍ତ ସମ୍ପର୍କ ତୁଟାଇବେ ବୋଲି ସଂକେତ ମଧ୍ୟ ଦେଇଛନ୍ତି। 

Add Zee News as a Preferred Source

ବ୍ରିଟେନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଡୋମନିକ କହିଛନ୍ତି କି, ଚୀନକୁ କହିବାକୁ ହେବ ଯେ କୋରୋନା ଭାଇରସ ସମଗ୍ର ବିଶ୍ୱରେ କିଭଳି ଭାବରେ ମହାମାରୀର ରୂପ ନେଇଛି। ଚୀନ ଏଭଳି ଚୁପ ରହିପାରିବନି। ଚୀନ ଆମମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ହେବ ବୋଲି ସେ କହିଛନ୍ତି। 

About the Author