Advertisement
Article Detail0/zeeodisha/odisha666037
Zee OdishaOther Newsଚୀନକୁ ଧମକ ଦେଲା ଆମେରିକା, କହିଲା ଶୀଘ୍ର ବନ୍ଦ କର, ନହେଲେ...

ଚୀନକୁ ଧମକ ଦେଲା ଆମେରିକା, କହିଲା ଶୀଘ୍ର ବନ୍ଦ କର, ନହେଲେ...

ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା କୋରୋନା ଭାଇରସ ଚୀନର ଓ୍ୱୁହାନ ସହରରୁ ବାହାରିଥିଲା। ତେବେ ଏହି ଭାଇରସ ପଶୁଙ୍କ ଠାରୁ ଆସିଥିବା ପରବର୍ତ୍ତି ସମୟରେ ଜଣାପଡ଼ିଥିଲା। ତେବେ ଏଭଳି ଘଟଣା ପରେ ଚୀନର ସମଗ୍ର ପଶୁ ବଜାରକୁ ବନ୍ଦ କରିଦେଇଥିଲା ଚୀନ। ମାତ୍ର ଦେଶରୁ ଲକଡାଉନ ଉଠିବା ପରେ ପଶୁ ବଜାରକୁ ପୁନର୍ବାର ଖୋଲିଥିଲା ଦେଶ। ଯାହାକୁ ନେଇ ଚୀନ ଉପରେ ବର୍ଷିଛି

ଚୀନକୁ ଧମକ ଦେଲା ଆମେରିକା, କହିଲା ଶୀଘ୍ର ବନ୍ଦ କର, ନହେଲେ...

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା କୋରୋନା ଭାଇରସ ଚୀନର ଓ୍ୱୁହାନ ସହରରୁ ବାହାରିଥିଲା। ତେବେ ଏହି ଭାଇରସ ପଶୁଙ୍କ ଠାରୁ ଆସିଥିବା ପରବର୍ତ୍ତି ସମୟରେ ଜଣାପଡ଼ିଥିଲା। ତେବେ ଏଭଳି ଘଟଣା ପରେ ଚୀନର ସମଗ୍ର ପଶୁ ବଜାରକୁ ବନ୍ଦ କରିଦେଇଥିଲା ଚୀନ। ମାତ୍ର ଦେଶରୁ ଲକଡାଉନ ଉଠିବା ପରେ ପଶୁ ବଜାରକୁ ପୁନର୍ବାର ଖୋଲିଥିଲା ଦେଶ। ଯାହାକୁ ନେଇ ଚୀନ ଉପରେ ବର୍ଷିଛି ଆମେରିକା। 

ଆମେରିକାର ସର୍ବଦଳୀୟ ସାଂସଦମାନଙ୍କ ଏକ ଟିମ ଏହି ବଜାରକୁ ତତ୍କାଳ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏଠାରୁ ହିଁ ପଶୁମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି। ଯାହା ସମଗ୍ର ମାନବଜାତି ପାଇଁ ବିପଦ ସୃଷ୍ଟି କରୁଛି। ଏହି ବଜାରରେ ଗୋ ମାଂସ ସହିତ ବିଭିନ୍ନ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ, ବିଭିନ୍ନ ଶରୀସୃପ, ମାଛ ଆଦି ଏଠାରେ ଜୀବିତ ଅବସ୍ଥାରେ ବିକ୍ରି ହୋଇଥାଏ। 

ଆମେରିକାରେ ଚୀନ ରାଷ୍ଟ୍ରଦୂତ କ୍ୟୁଇ ତିନାକାଇଙ୍କୁ ଏନେଇ ଆମେରିକୀୟ ସଂସଦୀୟ କମିଟି ଏକ ପତ୍ର ମାଧ୍ୟମରେ ପତ୍ର ଲେଖି ସୂଚନା ଦେଇଛି। ଉକ୍ତ ପତ୍ରରେ ସିନେଟର କହିଛନ୍ତି କି, ଆମେ ପତ୍ରରେ ପଶୁ ବଜାରକୁ ତତ୍କାଳ ବନ୍ଦ କରିବା ପାଇଁ ଅନୁରୋଧ କରୁଛୁ। ସୂଚନା ଯୋଗ୍ୟ ଏହି ସଂସଦୀୟ କମିଟିରେ ଆମେରିକାର ରିପବ୍ଲିକ ପାର୍ଟିର ମିଟ ରୋମନୀ, ଲିଣ୍ଡସେ ଗ୍ରାହମ ଏବଂ ଡେମୋକ୍ରାଟିକ ପାର୍ଟିର କ୍ରିସ କୁନ୍ସ ପ୍ରମୁଖ ସାମିଲ ରହିଛନ୍ତି। 

Add Zee News as a Preferred Source

ତେବେ ଏହା ପୂର୍ବରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଲର୍ଜି ଓ ଇନଫେକସନ ଡିଜିଜର ନିର୍ଦ୍ଦେଶକ ଆନ୍ଥୋନୀ ଫ୍ୟାନ୍ସି ବନ୍ଦ କରିବାକୁ କହିଥିଲେ। 

About the Author