)
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଟ୍ୱିଟରରୁ ଫଲୋ କଲା ହ୍ୱାଇଟ ହାଉସ । ବିଶ୍ୱର ପ୍ରଥମ ଏବଂ ଏକମାତ୍ର ନେତା ଭାବେ ମୋଦିଙ୍କୁ ଫଲୋ କରିଛି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ୨ ଦିନ ପୂର୍ବରୁ ଭାରତ ଅତ୍ୟାବଶ୍ୟକ ଔଷଧ ଆମେରିକାକୁ ପଠାଇବା ପାଇଁ ହଁ ମାରିଥିଲେ । ଯେଉଁଥିପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜ ଟ୍ୱିଟରରୁ ଭାରତ ଏବଂ ମୋଦିଙ୍କ ପାଖରେ କୃତଜ୍ଞ ବୋଲି କହିଥିଲେ ଟ୍ରମ୍ପ ।
ବିଦେଶ ମନ୍ତ୍ରାଳୟର ସୂତ୍ର ଅନୁସାରେ, କଷ୍ଟସାଧ୍ୟ ସମୟରେ ଆମେରିକାକୁ ସହାୟତାର ହାତ ବଢ଼ାଇଛି ଭାରତ । ଯେଉଁଥିପାଇଁ ତ ଆମେରିକା ବାରମ୍ବାର ଭାରତକୁ ଧନ୍ୟବାଦ ଦେଉଛି । କେବଳ ଏତିକି ନୁହେଁ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପଠାଇବାର ୨୪ ଘଣ୍ଟା ମଧ୍ୟରେ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିବା ଆରମ୍ଭ କରିଦେଇଛି ହ୍ୱାଇଟ ହାଉସ୍ ।

ଏଠାରେ ଆପଣଙ୍କୁ ଆହୁରି ସ୍ପଷ୍ଟ କରିଦେଉଛୁ, The White House ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ଯେପରି ଭାରତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓ । ହ୍ୱାଇଟ ହାଉସ ନିଜ ଟ୍ୱିଟର ଆକାଉଣ୍ଟରୁ ୧୯ ଲୋକଙ୍କୁ ଫଲୋ କରୁଛି । ଯେଉଁଥିରେ ଜଣେ ମଧ୍ୟ ବିଦେଶର ନେତା ନାହାଁନ୍ତି । ଭାରତର ପିଏମଓ ଏବଂ ରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡଲକୁ ହ୍ୱାଇଟ ହାଉସ ଫଲୋ କରୁଥିଲା । ମାତ୍ର ଏବେ ମୋଦିଙ୍କ ନିଜ ନାଁରେ ଥିବା ଟ୍ୱିଟରକୁ ଫଲୋ କରିବା ଆରମ୍ଭ କରିଛି ହ୍ୱାଇଟ ହାଉସ । ଏବେ ହ୍ୱାଇଟ ହାଉସର ୨୧.୪ ମିଲିୟନ ଫଲୋୟର୍ସ ଅଛନ୍ତି ।