)
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାରେ ପଶ୍ଚିମବଙ୍ଗ ସରକାର ସହଯୋଗ କରୁନଥିବାରୁ ଶେଷରେ ଶାହ ଚିଠି ଲେଖିଛନ୍ତି । ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ପଶ୍ଚିମବଙ୍ଗ ସରକାରଙ୍କ ସହଯୋଗ ମିଳୁନାହିଁ ବୋଲି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ।
ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ର ସରକାର ଶ୍ରମିକ ଟ୍ରେନର ବ୍ୟବସ୍ଥା କରିଛନ୍ତି । ଏହାରି ମଧ୍ୟରେ ବଙ୍ଗାଲି ପ୍ରବାସୀଙ୍କୁ ମଧ୍ୟ ପଶ୍ଚିମବଙ୍ଗ ପଠାଯାଉଛି । ହେଲେ ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ସରକାର ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ ଆଣିଛି କେନ୍ଦ୍ର । ଶ୍ରମିକ ଟ୍ରେନକୁ ପଶ୍ଚିମବଙ୍ଗ ଅଟକାଇ ଦେଇଥିବା ଜଣାପଡ଼ିଛି ।
ଏପର୍ଯ୍ୟନ୍ତ ୨ ଲକ୍ଷ ପ୍ରବାସୀଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ସାହାଯ୍ୟ କରାଯାଇଛି । ମାତ୍ର ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ସରକାର ଅସହଯୋଗ କରୁଥିବାରୁ ଚେତାଇ ଦେଇଛନ୍ତି ଅମିତ ଶାହ । କହିଛନ୍ତି, ଅସହଯୋଗ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିବ ।