୩ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ମହାନାୟକ ଅମିତାଭ
Advertisement

୩ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ମହାନାୟକ ଅମିତାଭ

ବିଗତ ୩ ଦିନ ଧରି ଅସୁସ୍ଥ ଅଛନ୍ତି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ । ସେ ମୁମ୍ବାଇର ନାନବଟୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଅକ୍ଟୋବର ୧୫ ଭୋର ୩ଟାରୁ ତାଙ୍କ ରୁଟିନ ଚେକ୍ଅପ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତ ହୋଇ ସାରିଛନ୍ତି । ଆସନ୍ତୁ ଜାଣିବା  କେବେ କେବେ ସେ ନିଜ ରୋଗକୁ ମାତ ଦେଇଛନ୍ତି ।

  • ବିଗତ ୩ ଦିନ ଧରି ଅସୁସ୍ଥ ଅଛନ୍ତି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ
  • ସେ ମୁମ୍ବାଇର ନାନବଟୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି 
  • ୨୦୧୨ରେ ମଧ୍ୟ ଅମିତାଭ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ 
  • ୧୯୮୨ରେ ଫିଲ୍ମ 'କୂଲି'ର ସୁଟିଂ ବେଳେ ଅମିତାଭଙ୍କୁ ଗମ୍ଭୀର ଆଘାତ ଲାଗିଥିଲା 
  •  

Trending Photos

ମହାନାୟକ ଅମିତାଭ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଗତ ୩ ଦିନ ଧରି ଅସୁସ୍ଥ ଅଛନ୍ତି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ । ସେ ମୁମ୍ବାଇର ନାନବଟୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଅକ୍ଟୋବର ୧୫ ଭୋର ୩ଟାରୁ ତାଙ୍କ ରୁଟିନ ଚେକ୍ଅପ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତ ହୋଇ ସାରିଛନ୍ତି । ଆସନ୍ତୁ ଜାଣିବା  କେବେ କେବେ ସେ ନିଜ ରୋଗକୁ ମାତ ଦେଇଛନ୍ତି ।
୨୦୧୨ରେ ଅମିତାଭ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କ ସର୍ଜରୀ ହୋଇଥିଲା । ସେ ସେତେବେଳେ ୧୨ ଦିନ ଯାଏ ହସ୍ପିଟାଲରେ ଭର୍ତ୍ତି ଥିଲେ । 

୧୯୮୨ରେ ଫିଲ୍ମ 'କୂଲି'ର ସୁଟିଂ ବେଳେ ଅମିତାଭଙ୍କୁ ଗମ୍ଭୀର ଆଘାତ ଲାଗିଥିଲା । ସେହି ପରିସ୍ଥିତିରେ ଡାକ୍ତର ତାଙ୍କୁ କ୍ଲିନିକଲୀ ଡେଡ ଘୋଷଣା କରି ଦେଇଥିଲେ । ଏହି ଘଟଣାରେ ତାଙ୍କ କ୍ଷତ ସ୍ଥାନରୁ ବହୁ ରକ୍ତ ବାହାରି ଯାଇଥିଲା । ଯାହାଫଳରେ ତାଙ୍କୁ ୬୦ ବୋତଲ ରକ୍ତ ଚଢାଯାଇଥିଲା । ବିପଦରୁ ବାହାରି ଆସିବା ପରେ ସେ ପୁଣିଥରେ ରୋଗଗ୍ରସ୍ତ ହୋଇ ପଡିଥିଲେ । 

ଏକଦା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ହେପିଟାଇଟିସ ଇନଫେକ୍ସନ ଯୋଗୁଁ ତାଙ୍କ ୭୫ ପ୍ରତିଶତ ଯକୃତ(ଲିଭର) ଖରାପ ହୋଇଯାଇଥିଲା । ସେ ୨୫ ପ୍ରତିଶତ ଯକୃତ ସାହାଯ୍ୟରେ ବଞ୍ଚିଛନ୍ତି । କେବଳ ଏତିକି ନୁହଁ, ଏହାପରେ ତାଙ୍କୁ ମାଂସପେଶୀ ସମ୍ବନ୍ଧୀୟ ଏକ ରୋଗ ମାଏସ୍ଥେନିୟା ଗ୍ରେବିସରେ ଆକ୍ରାନ୍ତ ହେବାକୁ ପଡିଥିଲା । ଏଥିରେ ମାଂସପେଶୀରୁ ସ୍ନାୟୁ ସିଷ୍ଟମର ସମ୍ବନ୍ଧ ବିଚ୍ଛିନ୍ନ ହୋଇଯାଇଥାଏ । ଏହି ରୋଗ ଦୁର୍ଘଟଣା ପରେ ଅତ୍ୟାଧିକ ଔଷଧ ସେବନ ଯୋଗୁଁ  ହୋଇଥିଲା । 

କିଛି ବର୍ଷ ପୂର୍ବେ ତାଙ୍କର ଏବଡୋମିନଲ ସର୍ଜର ମଧ୍ୟ କରାଯାଇଛି । ୨୦୦୫ରେ ଯେତେବେଳେ ତାଙ୍କ ପେଟରେ ଯନ୍ତ୍ରଣା ହେବାକୁ ଲାଗିଲା, ସେତେବେଳେ ଅନୁମାନ କରାଯାଉଥିଲା ଏହା ଗେଷ୍ଟ୍ରୋ ସମ୍ବନ୍ଧୀୟ ସମସ୍ୟା ହେବ । କିନ୍ତୁ ଯାଞ୍ଚ ପରେ ଜଣାପଡିଲା ଯେ, ତାଙ୍କୁ ଇଣ୍ଟେଷ୍ଟାଇନ ସମ୍ବନ୍ଧୀୟ ରୋଗ ହୋଇଛି । ୨ ମାସ ହସ୍ପିଟାଲରେ ରହି ଏହି ରୋଗ ପାଇଁ ତାଙ୍କୁ ଅପରେଶନ କରାଇବାକୁ ପଡିଥିଲା ।