ପରଲେୋକରେ ବର୍ଷୀୟାନ ଅଭିନେତା ଋଷି କପୁର । ମୁମ୍ବାଇର ସାର ଏଚଏନ ରିଲାଇନ୍ସ ଫାଉଣ୍ଡେସନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
Trending Photos
ମୁମ୍ବାଇ: ଗତକାଲି ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ପୁଣି ଆସିଛି ଏକ ଦୁଃଖଦ ଖବର । ପରଲେୋକରେ ବର୍ଷୀୟାନ ଅଭିନେତା ଋଷି କପୁର । ମୁମ୍ବାଇର ସାର ଏଚଏନ ରିଲାଇନ୍ସ ଫାଉଣ୍ଡେସନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତେବେ ଅଭିନେତା ଋଷି କପୁରଙ୍କ ଦେହାନ୍ତ ନେଇ ପ୍ରଥମେ ଖବର ଦେଇଥିବା ଅମିତାଭ ବଚ୍ଚନ ଏବେ ନିଜ ଟ୍ୱିଟରକୁ ଡିଲିଟ କରିଦେଇଛନ୍ତି । ଏମିତି କ'ଣ ହେଲା ଯେ ବିଗ୍-ବି ନିଜ ଟ୍ୱିଟକୁ ହଟେଇଦେଲେ, ତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଆପଣଙ୍କୁ ଏଠାରେ କହିରଖୁଛୁ, ଆଜି ସକାଳୁ ଅମିତାଭ ବଚ୍ଚନ ହିଁ ପ୍ରଥମେ ଋଷି କପୁରଙ୍କ ଦେହାନ୍ତ ନେଇ ଟ୍ୱିଟ କରିଥିଲେ । ଋଷିଙ୍କ ଦେହାନ୍ତ ପରେ ସେ ପୁରା ଭାଙ୍ଗି ପଡ଼ିଥିବା ଲେଖିଥିଲେ ଅମିତାଭ ।
ହେଲେ ଏବେ ଅମିତାଭ ବଚ୍ଚନଙ୍କ ଶେଷ ଟ୍ୱିଟ ଇରଫାନ ଖାନକୁ ନେଇ ଦେଖାଯାଉଛି । ଅର୍ଥାତ ଆଜି ସକାଳୁ ଅମିତାଭ ବଚ୍ଚନ ଯେଉଁ ଟ୍ୱିଟ କରିଥିଲେ, ତାକୁ ହଟେଇ ଦେଇଛନ୍ତି । ତେବେ ଋଷି କପୁରଙ୍କ ଦେହାନ୍ତ ନେଇ କରିଥିବା ଟ୍ୱିଟ କାହିଁକି ହଟେଇଦେଲେ ଅମିତାଭ ? ବର୍ଷୀୟାନ ଅଭିନେତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ଲେଖିଥିଲେ ବିଗ୍ ବି । ଆଉ ଅମିତାଭଙ୍କ ଏହି ଟ୍ୱିଟ ପରେ ସିନେ ଦୁନିଆର ଅନେକ ବ୍ୟକ୍ତିବିଶେଷ ଋଷି କପୁରଙ୍କ ଦେହାନ୍ତ ନେଇ ଶୋକବ୍ୟକ୍ତ କରିଥିଲେ । ଅନ୍ୟପଟେ ନିଜ ଟ୍ୱିଟକୁ ଟ୍ୱିଟରରୁ ହଟେଇ ଦେଇଛନ୍ତି ଅମିତାଭ । ବିଗ୍ ବି କାହିଁକି ଏପରି କଲେ, ତାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ।