close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

୧୯୭୩ରେ ରିଲିଜ୍ ହୋଇଥିବା ଫିଲ୍ମ ଜଞ୍ଜିର ଅମିତାଭଙ୍କୁ ବଲିଉଡର ସବୁଠୁ ବଡ ଷ୍ଟାର ଭାବେ ଏକ ପରିଚୟ ଦେଇଥିଲା । ୫୦ ବର୍ଷ  ମଧ୍ୟରେ ଅନେକ ନୂଆ ରୂପ ,ସ୍ୱରର ଆଗମନ ତ ହୋଇଛି  କିନ୍ତୁ ବିଗବିଙ୍କ ପରି ପରିଚୟ କେହି ସୃଷ୍ଟି କରି ପାରିନାହାନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି । ୫୦ ବର୍ଷ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ ସୃଷ୍ଟି କରିପାରିଛନ୍ତି । ନଭେମ୍ବର ୭,୧୯୬୯ ମସିହାରେ ରିଲିଜ ହୋଇଥିଲା  ଅମିତାଭଙ୍କ ଫିଲ୍ମ ସାତ ହିନ୍ଦୁସ୍ତାନୀ । ବକ୍ସ ଅଫିସରେ ଫିଲ୍ମଟି  ଯାଦୁ ଦେଖାଇ ପାରିନଥିଲା । ତା ପରେ ଅମିତାଭଙ୍କର  ୧୧ଟି ଫିଲ୍ମ ଲଗାତାର  ଫ୍ଲପ୍ ହୋଇଥିଲା । କିନ୍ତୁ ଅମିତାଭଙ୍କ ଜୀବନ  କେବଳ ସିଲଭର୍ ସ୍କ୍ରିନ ଓ ଅଭିନୟ ପାଇଁ ହିଁ ଥିଲା ।
୧୯୭୩ରେ ରିଲିଜ୍ ହୋଇଥିବା ଫିଲ୍ମ ଜଞ୍ଜିର ଅମିତାଭଙ୍କୁ ବଲିଉଡର ସବୁଠୁ ବଡ ଷ୍ଟାର ଭାବେ ଏକ ପରିଚୟ ଦେଇଥିଲା । ୫୦ ବର୍ଷ  ମଧ୍ୟରେ ଅନେକ ନୂଆ ରୂପ ,ସ୍ୱରର ଆଗମନ ତ ହୋଇଛି  କିନ୍ତୁ ବିଗବିଙ୍କ ପରି ପରିଚୟ କେହି ସୃଷ୍ଟି କରି ପାରିନାହାନ୍ତି ।

ଆଜି ବି ପ୍ରତେକ ରବିବାର ଅମିତାଭଙ୍କ ଗୋଟେ ଝଲକ ପାଇବା ପାଇଁ ତାଙ୍କ ଘର ବାହାରେ  ଭିଡ ଲାଗିଥାଏ । ଆଉ ତାଙ୍କ ପ୍ରତିଟି ଇଭେଣ୍ଟ ରେ ଯୋଗ ଦେବା ପାଇଁ ପୁରା ବଲିଉଡ ଏକାଠି ହୋଇଯାଏ । ପଦ୍ମଭୂଷଣ,ପଦ୍ମବିଭୁଷଣ,ପଦ୍ମଶ୍ରୀ ଚାରିଟି ନ୍ୟାସନାଲ ଆୱାର୍ଡ ପରେ ଏଥର ତାଙ୍କୁ ଦାଦାସାହେବ ଆୱାର୍ଡରେ ସାମ୍ମାନୀତ କରାଯାଇଛି । ଅମିତାଭ ଜଣେ ଭଲ ଅଭିନେତା ହେବା  ସହ ଏକ ମହାନ ବ୍ୟକ୍ତିତ୍ୱ ର ଅଧିକାରୀ । ଏହି ଯୁଗକୁ ଅମିତାଭଙ୍କ ଯୁଗ କହିଲେବି କିଛି ଭୁଲ ହେବ ନାହିଁ ।  ଆଜିର ଖାସ ଦିନକୁ ଆଉ ଟିକେ ଖାସ କରିବା  ପାଇଁ ବିଗ୍ ବିଙ୍କୁ ଶୁଭଚ୍ଛା ଜଣାଇ ଅଭିଷେକ  ଟୁଇଟ କରିଛନ୍ତି ।  

"କେବଳ ଜଣେ ପୁଅ ଭାବରେ ନୁହେଁ ଜଣେ ଅଭିନେତା ଓ ପ୍ରଶଂସକ ଭାବେ ମୁଁ କହିବି ଯେ ଆମେ ମାନେ ସମସ୍ତେ ଖୁବ ଭାଗ୍ୟବାନ, ଆମେ ତାଙ୍କ ମହାନତା ଦେଖି ପାରୁଛେ । ତାଙ୍କ ଭିତରେ ବହୁତ କିଛି ଗୁଣ ରହିଛି ଯାହାକୁ ଆଦର କରିବା, ସମ୍ମାନ କରିବା ସହ ପ୍ରଶଂସା କରିବା ଉଚିତ ।  ସିନେ ପ୍ରେମୀଙ୍କ ଆଗାମୀ କିଛି ପିଢ଼ି ଗର୍ବର ସହ କହି ପାରିବେ ଯେ ଆମେ ବଚ୍ଚନଙ୍କ ସମୟର ପିଢ଼ି । ୫୦ବର୍ଷ ପୂର୍ତ୍ତିର ଶୁଭକାମନା ଦେବା ସହ ଆମକୁ ଆଗାମୀ ୫୦ ବର୍ଷର ମଧ୍ୟ ଅପେକ୍ଷା ରହିବ" ବୋଲି ଟୁଇଟ କରି ଲେଖିଛନ୍ତି ।