ସ୍କାଏ ଲାଇଟରେ କିରୋସିନି ଢାଳି ବ୍ୟାଙ୍କ ପୋଡ଼ିବାକୁ ଉଦ୍ୟମ, ପୋଲିସର ତଦନ୍ତ ଜାରି
Advertisement
Article Detail0/zeeodisha/odisha688145

ସ୍କାଏ ଲାଇଟରେ କିରୋସିନି ଢାଳି ବ୍ୟାଙ୍କ ପୋଡ଼ିବାକୁ ଉଦ୍ୟମ, ପୋଲିସର ତଦନ୍ତ ଜାରି

ଗତକାଲି ବିଳମ୍ବିତ ରାତିରେ ଏଭଳି ଉଦ୍ୟମ ହୋଇଛି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଦେବେନ୍ଦ୍ର କୁମାର ନାୟକ, ସୋରୋ: ମିନି ଏସବିଆଇ ବ୍ୟାଙ୍କକୁ ପୋଡ଼ିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ବ୍ୟାଙ୍କର ସ୍କାଏ ଲାଇଟରେ କିରୋସିନି ଢାଳି ପୋଡ଼ିବାକୁ ଉଦ୍ୟମ ହୋଇଛି । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଖଇରା ଥାନା ରାଇକୁଲା ବଜାରରେ ଥିବା ମିନି ଏସବିଆଇ ବ୍ୟାଙ୍କରୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଖଇରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏଭଳି ଉଦ୍ୟମ ହୋଇଛି । ଖଇରା ଥାନା ରାଇକୁଲା ବଜାରରେ ଥିବା ମିନି ବ୍ୟାଙ୍କରେ ଦୁର୍ବୃତ୍ତମାନେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ତେବେ ସମ୍ପୁର୍ଣ୍ଣ ଘରକୁ ନିଆଁ ଲାଗିପାରି ନ ଥିଲା । ଆଜି ସକାଳୁ ବ୍ୟାଙ୍କ ଆସି ଖୋଲିବା ପରେ କେହି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଥିଲା । 

ଏନେଇ ଖଇରା ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ ପରିଚାଳିକା ଲତାଞ୍ଜଳି ପାଢ଼ୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଉଦ୍ୟମ ହୋଇଥିବା ସେ କହିଛନ୍ତି । ପୋଲିସର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ । 

;